ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟରେ ସାମ୍ବାଦିକମାନଙ୍କ ସହ ଦୁର୍ବ୍ୟବହାରକୁ ପ୍ରେସ କ୍ଲବର ନିନ୍ଦା
ନୂଆଦିଲ୍ଲୀ, ୦୫ ଅକ୍ଟୋବର (ହି.ସ.)- ପ୍ରେସ କ୍ଲବ ଅଫ ଇଣ୍ଡିଆ (ପିସିଆଇ) ଦିଲ୍ଲୀର ଜନ୍ତର-ମନ୍ତରରେ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (ଏସଆଇଆର) ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଚାଲିଥିବା ପ୍ରଦର୍ଶନ ସମୟରେ ସାମ୍ବାଦିକମାନଙ୍କ ସହ କଥିତ ଦୁର୍ବ୍ୟବ
ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟରେ ସାମ୍ବାଦିକମାନଙ୍କ ସହ ଦୁର୍ବ୍ୟବହାରକୁ ପ୍ରେସ କ୍ଲବର ନିନ୍ଦା


ନୂଆଦିଲ୍ଲୀ, ୦୫ ଅକ୍ଟୋବର (ହି.ସ.)- ପ୍ରେସ କ୍ଲବ ଅଫ ଇଣ୍ଡିଆ (ପିସିଆଇ) ଦିଲ୍ଲୀର ଜନ୍ତର-ମନ୍ତରରେ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (ଏସଆଇଆର) ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଚାଲିଥିବା ପ୍ରଦର୍ଶନ ସମୟରେ ସାମ୍ବାଦିକମାନଙ୍କ ସହ କଥିତ ଦୁର୍ବ୍ୟବହାରକୁ କଡ଼ା ନିନ୍ଦା କରିଛି।ପିସିଆଇ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏବଂ ପ୍ରତିବାଦ ସ୍ଥଳ ଚାରିପାଖରେ ଇଂଟରନେଟ ନିଲମ୍ବନକୁ ସମାଲୋଚନା କରି କହିଛି ଯେ ଗଣତନ୍ତ୍ରରେ ମନମୁଖୀ ଭାବେ ସୂଚନାର ପ୍ରବାହ ବନ୍ଦ କରିବା ଗ୍ରହଣୀୟ ନୁହେଁ।ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସଂସଦ ମାର୍ଗ ଥାନାରେ ମିଳିଥିବା ଅଭିଯୋଗଗୁଡ଼ିକର ତଦନ୍ତ ଅପରାଧ ଶାଖାକୁ ହସ୍ତାନ୍ତର କରିଛି। ବିଶେଷ ତଦନ୍ତ ଦଳ ଘଟଣାସ୍ଥଳର ସିସିଟିଭି ଫୁଟେଜ, ସାମ୍ବାଦିକ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଭିଡିଓ ତଥା ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ ରେକର୍ଡ ଯାଂଚ କରିବ। ଏହା ପୂର୍ବରୁ, ଏଫଆଇଆର ଦାଖଲ କରିବାରେ ବିଳମ୍ବକୁ ବିରୋଧ କରି ଛାତ୍ର ସଂଗଠନ, କର୍ମୀ ଏବଂ ସାମ୍ବାଦିକମାନେ ରବିବାର ରାତିସାରା ସଂସଦ ମାର୍ଗ ଥାନା ବାହାରେ ଧାରଣା ଦେଇଥିଲେ, ଯାହା ପରେ ଆଜି ସକାଳୁ ହିଁ ଅଂଚଳରେ ସୁରକ୍ଷା ବଳ ବଢ଼ାଇ ଦିଆଯାଇଛି।ବିରୋଧୀ ଦଳ ଏବଂ ନାଗରିକ ଗୋଷ୍ଠୀଗୁଡ଼ିକର ଅଭିଯୋଗ ଯେ ଏସଆଇଆର ପ୍ରକ୍ରିୟା ଅଧୀନରେ ବହୁ ସଂଖ୍ୟକ ଯୋଗ୍ୟ ଭୋଟରଙ୍କ ନାମ ହଟାଇ ଦିଆଯାଇଛି, ଯଦିଓ ନିର୍ବାଚନ ଆୟୋଗ ଏହାକୁ ଖଣ୍ଡନ କରି ନିୟମ ଅନୁଯାୟୀ ସଂଶୋଧନ କରାଯାଇଥିବା କହିଛି। ଆନ୍ଦୋଳନ ସମୟରେ ଆମ ଆଦମୀ ପାର୍ଟିର ନେତା ଆତିଶୀ, ସୌରଭ ଭରଦ୍ୱାଜଙ୍କ ସମେତ ଏଆଇଏସଏର ଜାତୀୟ ଅଧ୍ୟକ୍ଷ ନେହା ବୋରା, କର୍ମୀ ଯୋଗେନ୍ଦ୍ର ଯାଦବ ଏବଂ ବରିଷ୍ଠ ଅଧିବକ୍ତା ପ୍ରଶାନ୍ତ ଭୂଷଣଙ୍କ ଭଳି ପ୍ରମୁଖ କର୍ମୀ ତଥା ଅନେକ ପ୍ରଦର୍ଶନକାରୀଙ୍କୁ ହାଜତକୁ ନିଆଯାଇଥିଲା।ଏହି ମଧ୍ୟରେ, ଜନ୍ତର-ମନ୍ତରରେ ଅନେକ ପୁଲିସକର୍ମୀ ୟୁନିଫର୍ମରେ ନେମ-ଟ୍ୟାଗ ନପିନ୍ଧିବାକୁ ନେଇ ନୂଆ ବିବାଦ ମଧ୍ୟ ସାମ୍ନାକୁ ଆସିଛି। ଅଧିକାରୀମାନଙ୍କ ଅନୁଯାୟୀ, ୨୦ ଜୁଲାଇର ପ୍ରତିବାଦ ପରେ ସୋସିଆଲ ମିଡିଆରେ ପୁଲିସକର୍ମୀ ଏବଂ ସେମାନଙ୍କ ପରିବାରକୁ ଟାର୍ଗେଟ କରାଯିବା ତଥା ଟ୍ରୋଲିଂରୁ ବଂଚାଇବା ପାଇଁ ଏହି ସଚେତନ ପଦକ୍ଷେପ ନିଆଯାଇଥିଲା। ଅନ୍ୟପକ୍ଷରେ, ପ୍ରଦର୍ଶନକାରୀ ଏବଂ ଆଇନ ବିଶେଷଜ୍ଞମାନେ ପୁଲିସର ଏହି କାର୍ଯ୍ୟକୁ ସ୍ୱଚ୍ଛତା ଏବଂ ଉତରଦାୟିତ୍ୱର ସିଦ୍ଧାନ୍ତ ବିରୋଧୀ ବୋଲି କହିଛନ୍ତି।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande