ବିଜାହାଏନ ଭାଗବତ ଟୁଙ୍ଗିର ଦ୍ୱିତୀୟ ଦିବସ ଭାଗବତ ପାରାୟଣ ଓ ଆଲୋଚନା
କେନ୍ଦୁଝର, ୦୬ ଅକ୍ଟୋବର (ହି.ସ.) ଭାଗବତ ଗାଦି ପୂଜାର୍ଚ୍ଚନା ପରେ ଭାଗବତ ପାରାୟଣ ଆରମ୍ଭ ହୋଇଥିଲା । କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ପ୍ରଥମେ ଭାଗବତ ୩ୟ ସ୍କନ୍ଧ ୨୧ଅଧ୍ୟାୟରୁ ପାରାୟଣ ଆରମ୍ଭ କଲେ। ଏହାପରେ ପୂଜାରୀ ଚନ୍ଦ୍ରକାନ୍ତ ପୂଜାରୀ, ଦୁଃଖୁ
ବିଜାହାଏନ ଭାଗବତ ଟୁଙ୍ଗିର ଦ୍ୱିତୀୟ ଦିବସ ଭାଗବତ ପାରାୟଣ ଓ ଆଲୋଚନା


କେନ୍ଦୁଝର, ୦୬ ଅକ୍ଟୋବର (ହି.ସ.) ଭାଗବତ ଗାଦି ପୂଜାର୍ଚ୍ଚନା ପରେ ଭାଗବତ ପାରାୟଣ ଆରମ୍ଭ ହୋଇଥିଲା । କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ପ୍ରଥମେ ଭାଗବତ ୩ୟ ସ୍କନ୍ଧ ୨୧ଅଧ୍ୟାୟରୁ ପାରାୟଣ ଆରମ୍ଭ କଲେ। ଏହାପରେ ପୂଜାରୀ ଚନ୍ଦ୍ରକାନ୍ତ ପୂଜାରୀ, ଦୁଃଖୁ ଭୋଇ , ଡିଗ୍ରୀ ଭୋଇ, ସୁବାସ ଭୋଇ, ହରି ଭୋଇ, ହଳଧର ବିଶ୍ୱାଳ, ଜନକ ରାମ ମାଝୀ, ଲିଙ୍ଗରାଜ ଭୋଇ, ଝୁମେଇଲାଲ ଦେହରି ଏବଂ ଝାରପଲମର ଧନଞ୍ଜୟ ଶା, ସଉକି ପ୍ରଧାନ ଓ ମଦନ ଭୋଇ ଗିରିସିମା,ରାଘବ ପ୍ରଧାନ ଭୋଗରାକଛାର, ଭୋଜରାଜ ବାରିକ ଓ ଶେଷ ଖମାରୀ ମୁଣ୍ଡରକ୍ଷେତ ପ୍ରମୁଖ ଭାଗବତ ପାରାୟଣ କରିଥିଲେ । ଗ୍ରାମର ଶତାଧିକ ଭାଗବତ ଅନୁରାଗୀ ଭକ୍ତ ଧୀର ସ୍ଥିର ଚିତରେ ଭାଗବତ ଶ୍ରବଣ କରୁଥିଲେ। ସନ୍ଧ୍ୟା ଆଳତି ପରେ ବିଜାହାଏନ୍ ଭଜନ କୀର୍ତନ ମଣ୍ଡଳୀ ଭଜନ କୀର୍ତନ ପରିବେଷଣ କରିଥିଲେ ଏବଂ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ସାପ୍ତାହିକ ଭାଗବତ ପାରାୟଣର ବିଶେଷତ୍ୱ ତଥା ଶ୍ରବଣର ମାହାତ୍ମ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

----------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande