କରୁକୋଣ୍ଡା ବ୍ଲକ ର ତୁମସାପାଲ୍ଲୀ ଗ୍ରାମ ପଞ୍ଚାୟତ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ମାଲକାନଗିରି , ୬ ଅକ୍ଟୋବର (ହି.ସ.)ଓଡ଼ିଶାର ସ୍ୱାର୍ଥ, ଜନସାଧାରଣଙ୍କ ଅଧିକାର ଓ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା। ଘରେ ଘରେ ପହଞ୍ଚୁଛି ବିଜୁ ଜନତା ଦଳ ଲୋକଙ୍କ ସମସ୍ୟା ଶୁଣିଛି ଏବଂ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଓ ବାସ୍ତବତାର ଫରକ ଜନତାଙ୍କ ସାମ୍ନାକୁ ଆଣୁ
କରୁକୋଣ୍ଡା ବ୍ଲକ ର ତୁମସାପାଲ୍ଲୀ ଗ୍ରାମ ପଞ୍ଚାୟତ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ଓ ସଂଖ୍ୟାଧିକ ବିଜେପି


ମାଲକାନଗିରି , ୬ ଅକ୍ଟୋବର (ହି.ସ.)ଓଡ଼ିଶାର ସ୍ୱାର୍ଥ, ଜନସାଧାରଣଙ୍କ ଅଧିକାର ଓ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା। ଘରେ ଘରେ ପହଞ୍ଚୁଛି ବିଜୁ ଜନତା ଦଳ ଲୋକଙ୍କ ସମସ୍ୟା ଶୁଣିଛି ଏବଂ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଓ ବାସ୍ତବତାର ଫରକ ଜନତାଙ୍କ ସାମ୍ନାକୁ ଆଣୁଛି ବିଜୁ ଜନତା ଦଳ । ଆଜି ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତୁମସାପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜିର ପଦଯାତ୍ରା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ବିଜୁ ଜନତା ଦଳର ଜିଲ୍ଲା ସଭାପତି ,ପୂର୍ଵତ୍ତନ ବିଧାୟକ ଜନଜାତି ସେଲ୍ ରାଜ୍ୟ ଉପ ସଭାପତି ତଥା ବରିଷ୍ଠ ମୁଖପାତ୍ର ଶ୍ରୀ ମାନସ ମାଡକାମୀ ଯୋଗ ଦେଇ ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ଆଜିର ଉକ୍ତ କାର୍ଯ୍ୟକ୍ରମରେ ବିଜେପି ଓ କଂଗ୍ରେସ୍ ଦଳ ଛାଡି ବିଜୁ ଜନତା ଦଳର ନୀତି ଆଦର୍ଶ ଏବଂ ନବୀନ ପଟ୍ଟନାୟକଙ୍କ ସୁଶାସନ ରେ ଅନୁପ୍ରାଣୀତ ହୋଇ ୫୦ ରୁ ଉର୍ଦ୍ଧ୍ବ କର୍ମୀ ରାମ ଚନ୍ଦ୍ର ମାଡି ,ଦିଲ୍ଲୀପ ପଡ଼ିଆମୀ ,ପଦିଆ କବାସୀ ,ଗୋପାଳ ରାୟ ,ଚନ୍ଦ୍ର ଶେଖର ରାୟ ,ସୁକୁମାର ମିସ୍ତ୍ରୀ ,ଭାବତୋଷ ମଣ୍ଡଳ ପ୍ରମୁଖ ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ମାଡକାମୀ କହିଛନ୍ତି, ଆଜି ଓଡ଼ିଶା ଏକ ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଗତି କରୁଛି। ନିଜକୁ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା ବିଜେପି ଶାସନରେ ସାଧାରଣ ଲୋକଙ୍କ କଥା ଶୁଣିବାକୁ କେହି ନାହାନ୍ତି । ଲୋକଙ୍କ ହୃଦୟରେ ବିଜେଡି, ଲୋକଙ୍କ ସେବାରେ ବିଜେଡି । ଏ ବିଜେପି ସରକାରରେ ସବୁଠି ବିଫଳତା, ସବୁଠି କୁପରିଚାଳନା। ଲୋକେ କହିଲେଣି, ଓଡ଼ିଶା ବିଜେପି ସରକାର କୁପରିଚାଳନାରେ ବୋଧେ ବିଶେଷ ଦକ୍ଷତା ହାସଲ କରିଛି । ପିଲାଙ୍କ ପଢ଼ା ବହିରେ ହଜାର ହଜାର ଭୁଲ୍। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ। ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି। ବଜେଟ୍ ବ୍ୟୟବରାଦ ଖର୍ଚ୍ଚ ହୋଇପାରୁନି। କିଛି କାମ ହେଉନାହିଁ। କିନ୍ତୁ ଋଣ ଭାର ବଢ଼ି ଚାଲିଛି। ଟଙ୍କା ଯାଉଛି କୁଆଡ଼େ ? ଶେଷରେ ବିଜୁ ଜନତା ଦଳ ତା’ର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ।ବୋଲି ଜନତାଙ୍କୁ କହିଲେ ଶ୍ରୀ ମାଡକାମୀ । ଆଜିର ଜନ ସମ୍ପର୍କ ପଦଯାତ୍ରା ଅବସରରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ବିଜୁ ମହିଳା ରାଜ୍ୟ ସାଧାରଣ ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ନାୟକ , ବିଜେଡି ବରିଷ୍ଠ ନେତା ତଥ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ପାଣିଗ୍ରାହୀ , ଜିଲ୍ଲା ସଂଖ୍ୟଲଘୁ ସେଲ୍ ଜିଲ୍ଲା ସଭାପତି ରାଜେନ୍ଦ୍ର ଖସଲା ,ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ , ବିଜେଡି ବରିଷ୍ଠ ନେତା ମଦନ ଖସଲା ,ଜିଲ୍ଲା ପରିଷଦ ସଭ୍ୟା ବିଜୟ ଲକ୍ଷ୍ମୀ ପଡ଼ିଆମୀ , କରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ,କରୁକୋଣ୍ଡା ବ୍ଲକ ସଭାପତି ତ୍ରିଲୋଚନ ଚୌଧୁରି ,ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ ,ବାଲିମେଳା ଏନ୍ ଏ ସି ସଭାପତି ରାଜେନ୍ଦ୍ର କୂଳଦୀପ , ବିଜେଡି ବରିଷ୍ଠ ନେତା ଧନୁର୍ଜୟ ହନ୍ତାଳ ,ବିଜେଡି ବରିଷ୍ଠ ନେତା ମାଧବ ସାବତ ପ୍ରମୁଖ ଯୋଗ ଦେଇ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande