ମାର୍ଶାଘାଇ ମହାବିଦ୍ୟାଳୟରେ ୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ
କେନ୍ଦ୍ରାପଡ଼ା, ୦୬ ଅକ୍ଟୋବର (ହି.ସ.): ଦୀର୍ଘ ୮ ବର୍ଷର ଅପେକ୍ଷା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଯାଉଛି। ଏହି ଖବର ଶୁଣି ଛାତ୍ରଛାତ୍ରୀ ଖୁସିରେ ମିଠା ଖାଇ ଉତ୍ସବ ମନାଇଛନ୍ତି। କ୍ୟାମ୍ପସରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।ମାର୍ଶାଘାଇ ମହା
ମାର୍ଶାଘାଇ ମହାବିଦ୍ୟାଳୟରେ ୮ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ


କେନ୍ଦ୍ରାପଡ଼ା, ୦୬ ଅକ୍ଟୋବର (ହି.ସ.): ଦୀର୍ଘ ୮ ବର୍ଷର ଅପେକ୍ଷା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବାକୁ ଯାଉଛି। ଏହି ଖବର ଶୁଣି ଛାତ୍ରଛାତ୍ରୀ ଖୁସିରେ ମିଠା ଖାଇ ଉତ୍ସବ ମନାଇଛନ୍ତି। କ୍ୟାମ୍ପସରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି।ମାର୍ଶାଘାଇ ମହାବିଦ୍ୟାଳୟର କ୍ୟାମ୍ପସ ଆଜି ଚଳଚଂଚଳ ହୋଇଉଠିଛି। ଦୀର୍ଘ ଦିନ ଧରି ନିର୍ବାଚନ ନହେବା କାରଣରୁ କ୍ୟାମ୍ପସରେ ଛାତ୍ର ପ୍ରତିନିଧିତ୍ୱର ଅଭାବ ରହିଥିଲା। ଏବେ ନିର୍ବାଚନ ହେଲେ ଛାତ୍ରଛାତ୍ରୀଙ୍କୁ ନିଜ ନେତୃତ୍ୱ ବାଛିବାର ସୁଯୋଗ ମିଳିବ। କଲେଜର ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀଙ୍କ ଦାବି ଓ ଅଧିକାରକୁ ଛାତ୍ରସଂସଦ ମାଧ୍ୟମରେ କର୍ତୃପକ୍ଷଙ୍କ ନିକଟରେ ଉଠାଯାଇ ପାରିବ ବୋଲି ଛାତ୍ରଛାତ୍ରୀ ଆଶା ପ୍ରକାଶ କରିଛନ୍ତି।ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂଆ ନେତୃତ୍ୱ ଗଢ଼ିଉଠିବା ନେଇ ଛାତ୍ରଛାତ୍ରୀ ଆଶାବାଦୀ। ମିଠା ଖାଇ ପରସ୍ପରକୁ ଶୁଭେଚ୍ଛା ଜଣାଇ ନିର୍ବାଚନକୁ ସ୍ୱାଗତ କରିଛନ୍ତି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande