କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କରେ ବି ଶ୍ରେଣୀ ସଦସ୍ୟତାକୁ ସି ଶ୍ରେଣୀକୁ ପରିବର୍ତନ ନେଇ ପ୍ରତିବାଦ
ଜୟପୁର, ୦୬ ଅକ୍ଟୋବର (ହି.ସ.) - କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କରେ ବିଭିନ୍ନ ଅନ୍ୟ ପଞ୍ଜୀକୃତ ପ୍ରାଥମିକ ସମବାୟ ସମିତିଙ୍କ ସଦସ୍ୟତା ଶ୍ରେଣୀକୁ ‘ବି’ ଠାରୁ ‘ସି’ ଶ୍ରେଣୀକୁ ପରିବର୍ତନ କରାଯାଇଥିବା ନେଇ ସମ୍ପୃକ୍ତ ସମବାୟ ସମିତିଗୁଡ଼ିକ ତୀବ୍ର ଆପତି ପ୍ରକାଶ କରିଛନ୍ତି। ସମିତିଗୁଡ଼ିକର ଅଭିଯୋଗ ଅନୁ
କୋରାପୁଟ କେନ୍ଦ୍ର ସମବାୟ  ବ୍ୟାଙ୍କରେ ‘ବି’ ଶ୍ରେଣୀ ସଦସ୍ୟତାକୁ ‘ସି’ ଶ୍ରେଣୀକୁ ପରିବର୍ତ୍ତନ ନେଇ ପ୍ରତିବାଦ


ଜୟପୁର, ୦୬ ଅକ୍ଟୋବର (ହି.ସ.) - କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କରେ ବିଭିନ୍ନ ଅନ୍ୟ ପଞ୍ଜୀକୃତ ପ୍ରାଥମିକ ସମବାୟ ସମିତିଙ୍କ ସଦସ୍ୟତା ଶ୍ରେଣୀକୁ ‘ବି’ ଠାରୁ ‘ସି’ ଶ୍ରେଣୀକୁ ପରିବର୍ତନ କରାଯାଇଥିବା ନେଇ ସମ୍ପୃକ୍ତ ସମବାୟ ସମିତିଗୁଡ଼ିକ ତୀବ୍ର ଆପତି ପ୍ରକାଶ କରିଛନ୍ତି।

ସମିତିଗୁଡ଼ିକର ଅଭିଯୋଗ ଅନୁଯାୟୀ, ୧୧ ସେପ୍େଟମ୍ବର ୨୦୨୬ରେ ନବରଙ୍ଗପୁରଠାରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭାରେ ସେମାନଙ୍କୁ ପୂର୍ବରୁ ସୂଚନା ଦିଆନଯାଇ କିମ୍ବା ସେମାନଙ୍କ ମତାମତ ଶୁଣିବାର ସୁଯୋଗ ନଦେଇ ଏହି ପରିବର୍ତନ କରାଯାଇଛି।

ସମିତିଗୁଡ଼ିକ କହିଛନ୍ତି ଯେ ସେମାନେ ୨୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରତ ଏବଂ ଓଡ଼ିଶା ସମବାୟ ସମିତି ଆଇନ, ୧୯୬୨ର ନିୟମ ଅନୁଯାୟୀ ନିଜର ହିସାବ ଓ ରେକର୍ଡ ସଠିକ୍ ଭାବେ ରଖିଆସୁଛନ୍ତି।

ସେମାନଙ୍କ ମତରେ, ‘ବି’ ଶ୍ରେଣୀ ସଦସ୍ୟ ଭାବେ ସେମାନେ ଆବଶ୍ୟକ ୧୦,୦୦୦ ଟଙ୍କାର ଶେୟାର୍ କ୍ୟାପିଟାଲ୍ ରଖିଥିବା ସହିତ ବ୍ୟାଙ୍କର ନିୟମାବଳୀ ଅନୁଯାୟୀ ଭୋଟ ଦେବାର ଅଧିକାର ରଖିଛନ୍ତି। ତେଣୁ ସେମାନଙ୍କ ସଦସ୍ୟତା ଓ ଗଣତାନ୍ତ୍ରିକ ଅଧିକାରକୁ ପ୍ରଭାବିତ କରୁଥିବା କୌଣସି ପରିବର୍ତନ ପୂର୍ବରୁ ସମ୍ପୃକ୍ତ ସଦସ୍ୟମାନଙ୍କ ସହ ପରାମର୍ଶ କରାଯିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

ଯଦି କୌଣସି ସମିତିର ବ୍ୟାଙ୍କ ସହ କାରବାର ସମ୍ପର୍କରେ ସମସ୍ୟା ଥିଲା, ତେବେ ସମ୍ପୃକ୍ତ ସମିତିକୁ ନୋଟିସ୍ ଦେଇ ତାହାର କାରଣ ଜାଣିବା ଏବଂ ନିଜ ପକ୍ଷ ରଖିବାର ସୁଯୋଗ ଦିଆଯିବା ଉଚିତ ଥିଲା ବୋଲି ସମିତିଗୁଡ଼ିକ ଦାବି କରିଛନ୍ତି।

ଏହି ପରିସ୍ଥିତିରେ ସମିତି ପ୍ରତିନିଧିମାନେ କୋରାପୁଟ ଉପ-ସମବାୟ ନିବନ୍ଧକଙ୍କ ନିକଟରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରିବା ସହିତ ସମ୍ପୃକ୍ତ ସମିତିଗୁଡ଼ିକର ‘ବି’ ଶ୍ରେଣୀ ସଦସ୍ୟତା ଓ ଭୋଟ ଅଧିକାର ପୁନଃସ୍ଥାପନ କରିବାକୁ ଦାବି କରିଛନ୍ତି।

ଦାବି ପୂରଣ ନହେଲେ ସେମାନେ ଉପଯୁକ୍ତ ଆଇନଗତ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ମଧ୍ୟ କହିଛନ୍ତି।

ସମବାୟ କ୍ଷେତ୍ରରେ ସ୍ୱଚ୍ଛତା, ଗଣତାନ୍ତ୍ରିକ ଅଂଶଗ୍ରହଣ ଓ ନ୍ୟାୟସଙ୍ଗତ ପ୍ରକ୍ରିୟା ସୁନିଶ୍ଚିତ କରିବା ସହ “ସହକାରରୁ ସମୃଦ୍ଧି” ର ମୂଳ ଭାବନାକୁ ଅକ୍ଷୁଣ୍ଣ ରଖିବା ପାଇଁ ସମବାୟ କର୍ତୃପକ୍ଷଙ୍କୁ ସମିତିଗୁଡ଼ିକ ଆହ୍ୱାନ କରିଛନ୍ତି। ଆଜି ର ଏହି ପ୍ରତିନିଧିମଣ୍ଡଳ ରେ ବସୁମତୀ ମପିସିସ ରେ ରାଜକିଶୋର ନାୟକ, ଲେୟଦର ସୋସାଇଟି ର ହସନ ମଦାନୀ, ପଂଚବଟି ଟ୍ରି ଗ୍ରୋୱେର୍ସ ସୋସାଇଟି ର ପ୍ରତାପ ମାଦଳା, ପ୍ରିତୀଶ ପଟନାୟକ, ସୁରେନ୍ଦ୍ର ପଟନାୟକ, ନବୀନ ନାୟକ, ବାଲାଜୀ ମାଦଳା, ଜୟପୁର ଆର୍ବନ କୋପେରାଟିବ ବ୍ୟାଙ୍କ ର ପଦ୍ମା ରେଡ୍ଡୀ ଓ ଦେବେନ୍ଦ୍ର ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande