ନିପୀଡିତରେ ବିଶ୍ଵ ମସ୍ତିସ୍କ ପକ୍ଷାଘାତ ଦିବସ ପାଳନ
Cerebral Palsy Day Observation by NIPIDIT
ଫୋଟ


କନ୍ଧମାଳ ,୦୬ ଅକ୍ଟୋବର (ହି.ସ.) ବିଶ୍ଵ ମସ୍ତିସ୍କ ପକ୍ଷାଘାତ ଦିବସ ପାଳନ ଅବସରରେ ଫୁଲବାଣୀର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ନିପୀଡିତ ଦ୍ଵାରା ଅକ୍ଟୋବର ୫ ତାରିଖରେ ଏହାର ଅଫିସ ପରିସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଉତ୍ସାହ ଓ ଗମ୍ଭୀରତାର ସହିତ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ମସ୍ତିଷ୍କ ପକ୍ଷାଘାତ (ସେରିବ୍ରାଲ୍ ପାଲସି) ଥିବା ବ୍ୟକ୍ତି ଓ ଶିଶୁମାନଙ୍କର ଅଧିକାର, ସ୍ୱାସ୍ଥ୍ୟସେବା, ଶିକ୍ଷା, ପୁନର୍ବାସନ, ରୋଜଗାର ଏବଂ ସାମାଜିକ ଅନ୍ତର୍ଭୁକ୍ତି ଉପରେ ଆଲୋଚନା କରାଯାଇଥିଲା। ମସ୍ତିଷ୍କ ପକ୍ଷାଘାତ ସମ୍ପର୍କରେ ସମାଜରେ ରହିଥିବା ଭ୍ରାନ୍ତ ଧାରଣା ଓ ଅବହେଳା ଦୂର କରିବା ସହିତ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ସମାନ ସୁଯୋଗ ଓ ସମ୍ମାନ ଦେବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଅବସରରେ ନିପୀଡିତରେ ସମ୍ପାଦକ ଶ୍ରୀ ରାମଚନ୍ଦ୍ର ଦାଶ, ସ୍ଵାତି ଅନୁଷ୍ଠାନର ସଂଯୋଜକ ଶ୍ରୀ ଗିରୀଶ ଚନ୍ଦ୍ର ସାମଲ ଓ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ କହିଥିଲେ ଯେ, ମସ୍ତିଷ୍କ ପକ୍ଷାଘାତ ଥିବା ଶିଶୁ ଓ ବ୍ୟକ୍ତିମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପରିବାର, ସମାଜ, ସରକାର ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସମନ୍ୱିତ ପ୍ରୟାସ ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ସର୍ତ୍ତାଗୁଡା ଏଆରସି ଅନୁଷ୍ଠାନର ଫିଜିଥେର।ପିଷ୍ଟ ଶ୍ରୀ ଜଳେଶ୍ଵର ବାଗ, ନିପୀଡିତ ଅନୁଷ୍ଠାନର ସଂଯୋଜକ ଶ୍ରୀ ପ୍ରମୋଦ କୁମାର ନାୟକ, ସ୍ଵତନ୍ତ୍ର ଶିକ୍ଷକ ଶ୍ରୀ ଦୀପକ କୁମାର ନାୟକ ଓ ଦିପ୍ତିମୟୀ ପରିଡା, ଫିଜିଥେର।ପିଷ୍ଟ ଶ୍ରୀ ବି ଆର.ଶିବମ ସୌରଭ, ଶ୍ରୀ ଆୟୁଷ ପାଢୀ ଓ ଶ୍ରୀ ଗୋବିନ୍ଦ ସୋରେନ ନିଜର ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ମହିଳା ସ୍ଵଚ୍ଛାସେବୀ ଜ୍ୟୋଷ୍ଣାରାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅନୁଷ୍ଠାନର ପଞ୍ଜୀକୃତ ଭିନ୍ନକ୍ଷମ ପିଲାମାନଙ୍କୁ ଏକ ପୋଷଣ କିଟ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande