
ନୂଆଦିଲ୍ଲୀ, ୧୨ ନଭେମ୍ବର (ହି.ସ.)- ଛଠ ପର୍ବ ସମୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଉତର ରେଳବାଇ ପକ୍ଷରୁ ଦିଲ୍ଲୀ କ୍ଷେତ୍ରର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କ ବିଶେଷ କରି ବିହାର ଓ ପୂର୍ବ ଭାରତ ଅଭିମୁଖେ ଯାଉଥିବା ଲୋକଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି।
ଉତର ରେଳବାଇର ସୂଚନା ଅନୁଯାୟୀ, ବୁଧବାର (ନଭେମ୍ବର ୧୧) ଦିନ ଦିଲ୍ଲୀ କ୍ଷେତ୍ରରୁ ମୋଟ ୩୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। ଏଥିରେ ୩୧ଟି ନିର୍ଦ୍ଧାରିତ ଏବଂ ୩ଟି ଅଣନିର୍ଦ୍ଧାରିତ ସ୍ୱତନ୍ତ୍ର ଟ୍ରେନ୍ ସାମିଲ ଥିଲା।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୧୧ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ୧୨ଟି, ଆନନ୍ଦ ବିହାରରୁ ୯ଟି, ଶକୁରବସ୍ତିରୁ ୭ଟି, ହଜରତ ନିଜାମୁଦ୍ଦିନରୁ ୪ଟି, ଦିଲ୍ଲୀ ଜଙ୍କସନରୁ ଗୋଟିଏ ଏବଂ ରୋହତକରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା।
ସେହିପରି ଗୁରୁବାର (ନଭେମ୍ବର ୧୨) ଦିନ ଦିଲ୍ଲୀ କ୍ଷେତ୍ରରୁ ମୋଟ ୩୧ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ନିର୍ଦ୍ଧାରିତ ହୋଇଛି। ଏଥିମଧ୍ୟରେ ନୂଆଦିଲ୍ଲୀରୁ ୯ଟି, ଆନନ୍ଦ ବିହାର ଟର୍ମିନାଲରୁ ୭ଟି, ଶକୁରବସ୍ତିରୁ ୫ଟି, ହଜରତ ନିଜାମୁଦ୍ଦିନରୁ ୫ଟି, ଦିଲ୍ଲୀ ଜଙ୍କସନରୁ ୩ଟି, ରୋହତକରୁ ଗୋଟିଏ ଏବଂ ଦିଲ୍ଲୀ ସରାୟ ରୋହିଲ୍ଲାରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ସାମିଲ ରହିଛି। ଏହାବ୍ୟତୀତ ଯାତ୍ରୀଙ୍କ ଭିଡ଼ ଓ ଚାହିଦାକୁ ଦେଖି ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରାଯିବ।
ଉତର ରେଳବାଇ ଶୁକ୍ରବାର (ନଭେମ୍ବର ୧୩) ପାଇଁ ମଧ୍ୟ ୨୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରିଛି। ଏଥିରେ ନୂଆଦିଲ୍ଲୀରୁ ୯ଟି, ଆନନ୍ଦ ବିହାରରୁ ୭ଟି, ଶକୁରବସ୍ତିରୁ ୫ଟି, ହଜରତ ନିଜାମୁଦ୍ଦିନରୁ ଗୋଟିଏ, ଦିଲ୍ଲୀ ଜଙ୍କସନରୁ ଗୋଟିଏ ଏବଂ ରୋହତକରୁ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ସାମିଲ ରହିଛି। ରେଳବାଇ ସ୍ପଷ୍ଟ କରିଛି ଯେ, ଆବଶ୍ୟକତା ଅନୁଯାୟୀ ଯାତ୍ରୀଙ୍କ ଭିଡ଼କୁ ଦେଖି ଅତିରିକ୍ତ ଅଣସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ