ମା’ଙ୍କ ବିୟୋଗରେ ଶିବରାଜଙ୍କ ସହ ଠିଆ ହେଲା ଦେଶର ରାଜନୈତିକ ନେତୃତ୍ୱ, ଭୋପାଳରେ ପହଞ୍ଚି କାଶୀ ବାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୋଗୀ ଆଦିତ୍ୟନାଥ
ତ୍ରୟୋଦଶୀ ସଂସ୍କାରରେ ଯୋଗଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତା ଭୋପାଳ, ୧୨ ନଭେମ୍ବର (ହି.ସ.)। କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମା’ କାଶୀ ବାଇଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିବ
योगी आदित्यनाथ ने भोपाल पहुंचकर काशी बाई को दी श्रद्धांजलि


ତ୍ରୟୋଦଶୀ ସଂସ୍କାରରେ ଯୋଗଦେଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତା

ଭୋପାଳ, ୧୨ ନଭେମ୍ବର (ହି.ସ.)। କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମା’ କାଶୀ ବାଇଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିବା ପାଇଁ ଦେଶର ରାଜନୈତିକ, ସାମାଜିକ ଓ ଧାର୍ମିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭୋପାଳ ଆଗମନ ଜାରି ରହିଛି।

ଗୁରୁବାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋପାଳରେ ପହଞ୍ଚି ଦିବଂଗତ କାଶୀ ବାଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଶୋକସନ୍ତପ୍ତ ପରିବାରକୁ ଭେଟି ଶିବରାଜ ସିଂହ ଚୌହାନଙ୍କୁ ସାନ୍ତ୍ୱନା ଦେଇଥିଲେ। ମା’ଙ୍କ ବିୟୋଗରେ ପରିବାର ଉପରେ ଗଭୀର ଦୁଃଖର ଛାୟା ଖେଳିଯାଇଥିବା ଏହି କଠିନ ସମୟରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ନେତାମାନଙ୍କ ଉପସ୍ଥିତି ଶିବରାଜ ପରିବାର ପ୍ରତି ଆତ୍ମୀୟତା ଓ ସମବେଦନାର ଭାବନାକୁ ପ୍ରତିଫଳିତ କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଶିବରାଜ ସିଂହ ଚୌହାନଙ୍କ ମାତା କାଶୀ ବାଇଙ୍କର ଗତ ଅକ୍ଟୋବର ୩୦ ତାରିଖରେ ଦେହାନ୍ତ ହୋଇଥିଲା। ତାଙ୍କର ତ୍ରୟୋଦଶୀ ସଂସ୍କାର ଓ ଶାନ୍ତିଭୋଜ ଗୁରୁବାର ଭୋପାଳର ନର୍ମଦାପୁରମ୍ ରୋଡ୍ସ୍ଥିତ ବୃନ୍ଦାବନ ଗାର୍ଡେନ୍ରେ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେଠାରେ ପହଞ୍ଚି କାଶୀ ବାଇଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ପରିବାରର ସଦସ୍ୟମାନଙ୍କୁ ଭେଟି ନିଜର ସମବେଦନା ଜଣାଇଥିଲେ। ଏହି ସମୟରେ ସେ ଶିବରାଜ ସିଂହ ଚୌହାନଙ୍କ ନାତୁଣୀ ଇଲାଙ୍କୁ ମଧ୍ୟ ସ୍ନେହର ସହ ଆଦର କରିଥିଲେ।

ଦିବଂଗତ ପୁଣ୍ୟାତ୍ମାଙ୍କ ଆତ୍ମାର ସଦ୍ଗତି ପାଇଁ ଯୋଗୀ ଆଦିତ୍ୟନାଥ ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରି କହିଥିଲେ ଯେ, ଭଗବାନ ତାଙ୍କୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ। ତାଙ୍କ ସହ ଉତ୍ତରପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଏବଂ ପୂର୍ବତନ ମନ୍ତ୍ରୀ ଡ. ମହେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ। ଯୋଗୀ ଆଦିତ୍ୟନାଥଙ୍କ ଏହି ଗସ୍ତକୁ ଶିବରାଜ ସିଂହ ଚୌହାନଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଓ ରାଜନୈତିକ ଆତ୍ମୀୟତା ଦୃଷ୍ଟିରୁ ମଧ୍ୟ ଦେଖାଯାଉଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande