କାମିକାଜେ ଡ୍ରୋନ୍ ଅଭିଯାନ ପାଇଁ ବାୟୁସେନା କମାଣ୍ଡରମାନେ ସର୍ବଦା ପ୍ରସ୍ତୁତ ରୁହନ୍ତୁ: ରାଜନାଥ ସିଂହ
ସମ୍ଭାବ୍ୟ ବିପଦ ସାମ୍ନାକୁ ଆସିବା ପୂର୍ବରୁ ଚିହ୍ନଟ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ ନୂଆଦିଲ୍ଲୀ, ୧୨ ନଭେମ୍ବର (ହି.ସ.)। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସଶସ୍ତ୍ର ବାହିନୀକୁ ‘ସରପ୍ରାଇଜ୍ ଏଲିମେଣ୍ଟ’ (ଆକସ୍ମିକ ଆକ୍ରମଣର କ୍ଷମତା)କୁ ମଜବୁତ ରଖିବାକୁ ଆହ୍ୱାନ କରିଛନ୍ତ
नई दिल्ली में एयरफोर्स कमांडर्स कॉन्फ्रेंस को संबोधित करते हुए रक्षा मंत्री


- ସମ୍ଭାବ୍ୟ ବିପଦ ସାମ୍ନାକୁ ଆସିବା ପୂର୍ବରୁ ଚିହ୍ନଟ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ

ନୂଆଦିଲ୍ଲୀ, ୧୨ ନଭେମ୍ବର (ହି.ସ.)। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସଶସ୍ତ୍ର ବାହିନୀକୁ ‘ସରପ୍ରାଇଜ୍ ଏଲିମେଣ୍ଟ’ (ଆକସ୍ମିକ ଆକ୍ରମଣର କ୍ଷମତା)କୁ ମଜବୁତ ରଖିବାକୁ ଆହ୍ୱାନ କରିଛନ୍ତି। ଦ୍ରୁତଗତିରେ ହେଉଥିବା ବୈଷୟିକ ଉନ୍ନତି ଏବଂ ଆଧୁନିକ ଯୁଦ୍ଧର ପରିବର୍ତ୍ତିତ ସ୍ୱରୂପ ଯୋଗୁଁ ସୃଷ୍ଟି ହେଉଥିବା ପାରମ୍ପରିକ ଓ ନୂତନ ବିପଦର ମୁକାବିଲା ପାଇଁ ସେନାବାହିନୀର କାର୍ଯ୍ୟକ୍ଷମ ପ୍ରସ୍ତୁତି ବଜାୟ ରଖିବା ଏହାର ଉଦ୍ଦେଶ୍ୟ। ଏଥିସହ ଗୁଇନ୍ଦା ଓ ନିରୀକ୍ଷଣ କ୍ଷମତାକୁ ନିରନ୍ତର ମଜବୁତ କରିବା, ବିଭିନ୍ନ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ସମ୍ଭାବ୍ୟ ବିପଦ ସାମ୍ନାକୁ ଆସିବା ପୂର୍ବରୁ ତାହାକୁ ଚିହ୍ନଟ କରିବାର ଆବଶ୍ୟକତା ଉପରେ ସେ ଜୋର୍ ଦେଇଛନ୍ତି। ଏହା ସହିତ ସାମରିକ ଅଭିଯାନ, ପ୍ରଶାସନ ଏବଂ ଏରୋସ୍ପେସ୍ ସୁରକ୍ଷା ପାଇଁ ବିକଶିତ ଏଆଇ ଆପ୍ଲିକେସନ୍ଗୁଡ଼ିକର ମଧ୍ୟ ଶୁଭାରମ୍ଭ କରିଛନ୍ତି।

ନୂଆଦିଲ୍ଲୀରେ ବାୟୁସେନା କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରି ସେ ନିରୀକ୍ଷଣ ଏବଂ ଡ୍ରୋନ୍ ବିରୋଧୀ ଅଭିଯାନ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ଆମର ପ୍ରତିରକ୍ଷା ବାହିନୀ ଏଭଳି କ୍ଷମତା ଓ ରଣକୌଶଳ ବିକଶିତ କରିବା ଆବଶ୍ୟକ, ଯାହାଦ୍ୱାରା ଶତ୍ରୁକୁ ପ୍ରତିକ୍ରିୟା ଦେବା କିମ୍ବା ନିଜକୁ ସମ୍ଭାଳିବା ପାଇଁ ସମୟ ମିଳିବ ନାହିଁ। ଏଥିସହ ଶତ୍ରୁର କୌଣସି ଆକସ୍ମିକ ପଦକ୍ଷେପ ଯେପରି ଆମକୁ ଆଶ୍ଚର୍ଯ୍ୟଚକିତ ନକରେ, ତାହା ମଧ୍ୟ ସୁନିଶ୍ଚିତ କରିବାକୁ ହେବ।

ସେ କହିଥିଲେ ଯେ, ବିଭିନ୍ନ ଉପାୟରେ ଆକସ୍ମିକ ଆକ୍ରମଣ କରାଯାଇପାରେ। ଏହା ପାରମ୍ପରିକ ଏବଂ ଇଲେକ୍ଟ୍ରୋନିକ୍ ଉଭୟ ପ୍ରକାରର ହୋଇପାରେ। ତେଣୁ ଆମର ଗୁଇନ୍ଦା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ କାର୍ଯ୍ୟକ୍ଷମ ପ୍ରସ୍ତୁତି ବୃଦ୍ଧି କରିବାକୁ ହେବ। ଯାହାଦ୍ୱାରା ଆମର ଯବାନମାନେ ଯେକୌଣସି ନୂତନ ଆହ୍ୱାନର ଦୃଢ଼ ମୁକାବିଲା କରିବା ପାଇଁ ସର୍ବଦା ସତର୍କ, ତତ୍ପର ଓ ପ୍ରସ୍ତୁତ ରହିପାରିବେ।

ରାଜନାଥ ସିଂହ କହିଥିଲେ ଯେ, ବର୍ତ୍ତମାନର ଯୁଦ୍ଧ କେବଳ ପାରମ୍ପରିକ ଯୁଦ୍ଧକ୍ଷେତ୍ର ମଧ୍ୟରେ ସୀମିତ ନରହି ଅଣ-ସମ୍ପର୍କ ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ବିସ୍ତାରିତ ହେଉଛି। ଏଥିରେ କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ରୁଷ୍-ୟୁକ୍ରେନ୍ ଏବଂ ଇସ୍ରାଏଲ୍-ହମାସ୍ ଯୁଦ୍ଧର ଉଦାହରଣ ଦେଇ ସେ କହିଥିଲେ ଯେ, ଡ୍ରୋନ୍ ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଆଧୁନିକ ଯୁଦ୍ଧର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଉଭା ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ବାୟୁସେନାକୁ ଇଲେକ୍ଟ୍ରୋନିକ୍, ସାଇବର ଏବଂ ମହାକାଶ ସମେତ ଯୁଦ୍ଧର ନୂତନ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ରଣନୀତି ଓ ଢାଞ୍ଚା ବିକଶିତ କରିବାକୁ କହିଥିଲେ। ଏହି କ୍ଷେତ୍ରଗୁଡ଼ିକରେ ଉନ୍ନତ ପ୍ରସ୍ତୁତି ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବାର କ୍ଷମତାକୁ ଆହୁରି ମଜବୁତ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande