ଦେଶର ଉପଲବ୍ଧି, ପ୍ରତିଭା ଓ ସକାରାତ୍ମକ କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଉ ଗଣମାଧ୍ୟମ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୨ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗଣମାଧ୍ୟମ ଜଗତକୁ ଦେଶର ସଫଳତା ସହ ଜଡ଼ିତ କାହାଣୀଗୁଡ଼ିକୁ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି। ବିକାଶ ପଥରେ ଆଗକୁ ବଢ଼ୁଥିବା ଆମ ଦେଶର ଉପଲବ୍ଧି, ପ୍ରତିଭା ଏବଂ ସକାରାତ୍ମକ କାହାଣୀଗୁଡ଼ିକୁ ବିଶ୍ୱ ମ
प्रधानमंत्री दीपावली मिलन समारोह को संबोधितकरते हुए


ନୂଆଦିଲ୍ଲୀ, ୧୨ ନଭେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗଣମାଧ୍ୟମ ଜଗତକୁ ଦେଶର ସଫଳତା ସହ ଜଡ଼ିତ କାହାଣୀଗୁଡ଼ିକୁ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ କରିଛନ୍ତି। ବିକାଶ ପଥରେ ଆଗକୁ ବଢ଼ୁଥିବା ଆମ ଦେଶର ଉପଲବ୍ଧି, ପ୍ରତିଭା ଏବଂ ସକାରାତ୍ମକ କାହାଣୀଗୁଡ଼ିକୁ ବିଶ୍ୱ ମଞ୍ଚରେ ସ୍ଥାନ ମିଳିବା ଉଚିତ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଗଣମାଧ୍ୟମ ପାଇଁ ଆୟୋଜିତ ଦୀପାବଳି ମିଳନ ସମାରୋହରେ ଏହି କଥା କହିଛନ୍ତି। ଏହି ଅବସରରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହ ଏବଂ ଜେ.ପି. ନଡ୍ଡା ମଞ୍ଚରେ ଉପସ୍ଥିତ ଥିଲେ।

ଗଣମାଧ୍ୟମ ଜଗତରେ ସମ୍ବାଦ ପଠାଇବା ଏବଂ ପ୍ରସାରଣ କରିବାର ସମୟସୀମାର ଉଦାହରଣ ଦେଇ ସେ କହିଥିଲେ ଯେ, ବ୍ୟକ୍ତି, ସଂସ୍ଥା ଏବଂ ଦେଶ ପାଇଁ ମଧ୍ୟ ସମୟସୀମା ଲାଗୁ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଆଜି ଦେଶ ନିଜର ଲକ୍ଷ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ସଂକଳ୍ପବଦ୍ଧ ହୋଇଛି। ୨୦୪୭ ସୁଦ୍ଧା ଆମକୁ ଦେଶକୁ ବିକଶିତ କରିବାକୁ ହେବ। ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲକ୍ଷ୍ୟ ପୂରଣ ପାଇଁ ସମୟ ନିର୍ଦ୍ଧାରଣ କରିବା ଦ୍ୱାରା କାର୍ଯ୍ୟର ପ୍ରାଥମିକତା, ପଦ୍ଧତି ଏବଂ ଗତିରେ ପରିବର୍ତ୍ତନ ଆସିଥାଏ। ସ୍ୱାଧୀନତା ସଂଗ୍ରାମର ଉଦାହରଣ ଦେଇ ସେ କହିଥିଲେ ଯେ, ଆରମ୍ଭରେ ଛୋଟ ଛୋଟ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ପଡ଼ିଥାଏ। ଏହି ଛୋଟ ଛୋଟ ଲକ୍ଷ୍ୟଗୁଡ଼ିକୁ ପୂରଣ କରି ଆଜି ଦେଶ ବିକଶିତ ଭାରତ ଦିଗରେ ଅଗ୍ରସର ହେଉଛି।

ଏହି ଅବସରରେ ସେ ଗତ ୧୨ ବର୍ଷ ମଧ୍ୟରେ ତାଙ୍କ ସରକାରର ଉପଲବ୍ଧିଗୁଡ଼ିକର ଉଲ୍ଲେଖ କରି କହିଥିଲେ ଯେ, ଯଦି ଦେଶ ୧୨ ବର୍ଷ ମଧ୍ୟରେ ୫୦ କୋଟିରୁ ଅଧିକ ଲୋକଙ୍କୁ ଅତ୍ୟନ୍ତ ଦାରିଦ୍ର୍ୟରୁ ମୁକ୍ତ କରିପାରିଛି, ତେବେ ଆଗାମୀ ୨୦ ବର୍ଷ ମଧ୍ୟରେ ଦେଶକୁ ବିକଶିତ କରିବା କୌଣସି କଷ୍ଟକର କାର୍ଯ୍ୟ ନୁହେଁ।

ଗଣମାଧ୍ୟମ ସହ ନିଜର ଅନୁଭୂତି ବାଣ୍ଟି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିକଟରେ ସେ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ଏହି ୨୫ ବର୍ଷ ମଧ୍ୟରେ ସେ ପ୍ରେସ୍ ରିଲିଜ୍ରୁ ଆରମ୍ଭ କରି ରିଲ୍ସ ପର୍ଯ୍ୟନ୍ତର ଯାତ୍ରା ଦେଖିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମ, ବିଶେଷକରି କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ନୀତିନ ନବୀନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ବିକାଶର ଆଲୋକକୁ ଆଜି ପ୍ରତ୍ୟେକ ଘରେ ପହଞ୍ଚାଇଛନ୍ତି। ଆଜି ଦୀପାବଳି ପର୍ବ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ଭାରତର ସଂସ୍କୃତି ଏବଂ ଐତିହ୍ୟକୁ ସାରା ବିଶ୍ୱରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଏଥିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande