ମହତାବ ମଣ୍ଡଳରେ ବିଜେପି କାର୍ଯ୍ୟକାରିଣୀ ବୈଠକ
ଭଦ୍ରକ, ୧୬ ନଭେମ୍ବର (ହି.ସ.) - ମହତାବ ମଣ୍ଡଳ ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସାଧାରଣ ସମ୍ପାଦକ ସୁବାଷ ପଣ୍ଡାଙ୍କ ମଂଚ ସଂଚାଳନରେ ସଭାପତି ଅମୁଲ୍ୟରତ୍ନ ନନ୍ଦ ସଭାକୁ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସଭାପତି ଭଗବାନ ପଣ୍ଡା ଦଳୀୟ
MAHATAB MANDAL BJP BAITHAK


ଭଦ୍ରକ, ୧୬ ନଭେମ୍ବର (ହି.ସ.) - ମହତାବ ମଣ୍ଡଳ ବିଜେପି ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସାଧାରଣ ସମ୍ପାଦକ ସୁବାଷ ପଣ୍ଡାଙ୍କ ମଂଚ ସଂଚାଳନରେ ସଭାପତି ଅମୁଲ୍ୟରତ୍ନ ନନ୍ଦ ସଭାକୁ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସଭାପତି ଭଗବାନ ପଣ୍ଡା ଦଳୀୟକର୍ମୀ ମାନଙ୍କୁ ମାର୍ଗଦର୍ଶନ କରି କହିଲେ ଦଳ ସର୍ବୋପରି କାର୍ଯ୍ୟକର୍ତାଙ୍କୁ ନେଇ ରାଷ୍ଟ୍ରହିତରେ କାର୍ଯ୍ୟ କରିଥାଏ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଜୋଜନାକୁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଂଚାଇବା ସହ ଆଗାମୀ ପଚାଂୟତ ଓ ସମବାୟ ନିର୍ବାଚନ ପାଇଁ ଏବେ ଠାରୁ ଖସଡ଼ା ପ୍ରସ୍ତୁତ କାରିବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ଅମୁଲ୍ୟ ନାୟକ,ତପସ୍ୱିନୀ ମହାପାତ୍ର,ଭଣ୍ଡାରୀପୋଖରୀ ବିଧାନସଭା ପ୍ରଭାରୀ ତପନ ମହାନ୍ତି, ଜିଲ୍ଲା ସମ୍ପାଦକ କିଶୋର କିଙ୍କର ପଢିଆରୀ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ,ବରିଷ୍ଠ କାର୍ଯ୍ୟକର୍ତା ପ୍ରଫୁଲ ସିଂହ ପ୍ରମୁଖ ମଂଚାସିନ ଥିଲେ। ପ୍ରାରମ୍ଭରେ ଦଳୀୟ ପତାକା ଉତଳନ କରାଯାଇଥିବା ବେଳେ ଅଶୋକ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମଣ୍ଡଳ କମିଟି,ମଣ୍ଡଳ ପ୍ରମୁଖ ଓ ସହ ପ୍ରମୁଖ ,ବୁଥ ସଭାପତି,କାର୍ଯ୍ୟକାରିଣୀ ସଦସ୍ୟ,ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଚିନ୍ମୟ ମହାପାତ୍ର,ସୁଭେନ୍ଦ୍ୁ ବେହେରା,ଗୋପାଳକୃଷ୍ଣ ଦାଶ,ମଦନ କଟୁଆଳ,କିରଣମୟ ବେହେରା,ଟୁକୁଲ ପଣ୍ଡା,ପ୍ରତିମା ସାହୁ,ବସନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande