ବାଂଲାଦେଶରେ ଆତଙ୍କିତ ବ୍ୟବସାୟୀ, ଦାଦାବଟି ନମିଳିବାରୁ ରକ୍ତପାତ ଘଟାଉଛନ୍ତି ଅପରାଧୀ
ଢାକା (ବାଂଲାଦେଶ), ୧୭ ନଭେମ୍ବର (ହି.ସ.)। ବାଂଲାଦେଶର ବ୍ୟବସାୟୀମାନେ ଏବେ ଭୟ ଓ ଆତଙ୍କର ଛାୟାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଦାଦାବଟି ନମିଳିବାରୁ ଅପରାଧୀମାନେ ହିଂସା ଓ ରକ୍ତପାତ ଘଟାଉଛନ୍ତି। ରବିବାର ମଧ୍ୟ ରାଜଧାନୀ ଢାକାର ଆଉ କେତେକ ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଛି। ମହ
ढाका में शुक्रवार रात करीब 11 बजे  नेशनल इंस्टीट्यूट ऑफ कार्डियोवैस्कुलर डिसीजेज के सामने की गई गोलीबारी में अनुराग फार्मेसी के शीशे चकनाचूर हो गए। फोटो - ढाका ट्रिब्यून


ଢାକା (ବାଂଲାଦେଶ), ୧୭ ନଭେମ୍ବର (ହି.ସ.)। ବାଂଲାଦେଶର ବ୍ୟବସାୟୀମାନେ ଏବେ ଭୟ ଓ ଆତଙ୍କର ଛାୟାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଦାଦାବଟି ନମିଳିବାରୁ ଅପରାଧୀମାନେ ହିଂସା ଓ ରକ୍ତପାତ ଘଟାଉଛନ୍ତି। ରବିବାର ମଧ୍ୟ ରାଜଧାନୀ ଢାକାର ଆଉ କେତେକ ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଛି। ମହମ୍ମଦପୁର ଓ ହଜାରିବାଗ ଅଞ୍ଚଳରେ 'ଏଜେଆର୍ କୁରିୟର ସର୍ଭିସ୍'ର ଗାଡ଼ି ଏବଂ ଏକ ଗୋଦାମ ଉପରେ ଆକ୍ରମଣ କରାଯାଇଛି। ରାମପୁରାରେ ଏକ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥାର କାର୍ଯ୍ୟାଳୟରେ ଦୁଇଜଣଙ୍କୁ ଗୁଳି କରାଯାଇଛି। ରାଜଧାନୀରେ ୫୪୫ ଜଣ ଦାଦାବଟି ଆଦାୟକାରୀ ଓ ଅପରାଧୀଙ୍କ ତାଲିକା ଆଧାରରେ ପୁଲିସ ଏବଂ ଅନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ଧରପଗଡ଼ ଅଭିଯାନକୁ ଜୋରଦାର କରିଛନ୍ତି। ତଥାପି ପ୍ରଶ୍ନ ଉଠୁଛି ଯେ, ଗିରଫଦାରୀ ସତ୍ତ୍ୱେ ଅସ୍ତ୍ରଶସ୍ତ୍ର ବଳରେ ଦାଦାବଟି ଆଦାୟକାରୀଙ୍କ ଆଧିପତ୍ୟ କାହିଁକି ଶେଷ ହେଉନାହିଁ?

ଢାକା ଟ୍ରିବ୍ୟୁନ୍ର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୧ଟା ହୋଇଥିବ। ରାଜଧାନୀର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଭାସ୍କୁଲାର ଡିଜିଜେସ୍ ସମ୍ମୁଖରେ ଏବଂ ଶ୍ୟାମୋଲି ଅଭିମୁଖେ ଯାଉଥିବା ମୁଖ୍ୟ ରାସ୍ତା କଡ଼ରେ ଥିବା ଅନୁରାଗ ଫାର୍ମାସିରେ କର୍ମଚାରୀ ମୋଇନୁଦ୍ଦିନ୍ ଗ୍ରାହକମାନଙ୍କୁ ସେବା ଯୋଗାଉଥିଲେ। ହଠାତ୍ ଗୁଳି ଫୁଟିବା ଶବ୍ଦରେ ସମଗ୍ର ଅଞ୍ଚଳ ଥରି ଉଠିଥିଲା। ସେଠାରେ ଉପସ୍ଥିତ ଲୋକେ କିଛି ବୁଝିବା ପୂର୍ବରୁ ପୁଣି ଥରେ ଗୁଳି ଚାଳନା ହୋଇଥିଲା। ଗୁଳିଗୁଡ଼ିକ ଫାର୍ମାସିର କାଚ ଭାଙ୍ଗି ମୋଇନୁଦ୍ଦିନଙ୍କ ମୁଣ୍ଡ ଉପର ଦେଇ ଚାଲିଯାଇଥିଲା। ସୌଭାଗ୍ୟବଶତଃ ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande