ସିକୁ କପ କ୍ରିକେଟ , ଛତିଶଗଡକୁ ପରାସ୍ତ କରି ରାଇଜିଂ ଷ୍ଟୁଡେଂଟ କଟକ ଫାଇନାଲରେ
ଧମର୍ଶାଳା,୧୭ ।୧୧(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଚାଲିଥିବା ୧୧ତମ ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ପ୍ରଥମ ସେ
ସିକୁ କପ  କ୍ରିକେଟ , ଛତିଶଗଡକୁ ପରାସ୍ତ କରି ରାଇଜିଂ ଷ୍ଟୁଡେଂଟ କଟକ  ଫାଇନାଲରେ


ଧମର୍ଶାଳା,୧୭ ।୧୧(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଚାଲିଥିବା ୧୧ତମ ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ପ୍ରଥମ ସେମିଫାଇନାଲରେ ରାଇଜିଂ ଷ୍ଟୁଡେଂଟ କଟକ ଫାଇନାଲରେ ପ୍ରବେଶ କରିଛି । ଟୁର୍ଣ୍ଣାମେଂଟର ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ ବିଲାସପୁର କ୍ରିକେଟ ଏକାଡେମୀ ଛତିଶଗଡ ଓ ରାଇଜିଂ ଷ୍ଟୁଡେଂଟ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ରାଇଜିଂ ଷ୍ଟୁଡେଂଟ କଟକ ୧୦୧ରନରେ ଛତିଶଗଡ ଟିମକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । କଟକ ରାଇଜିଂ ଷ୍ଟୁଡେଂଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୮ ଉଇକେଟ ହରାଇ ୨୪୯ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗୋବିନ୍ଦ ପୋଦାର ୮୯ ରନ ଓ ପୁରୁଷୋତମ ପ୍ରଧାନ ୪୭ ରନ ସଂଗ୍ରହ କରିଥିଲେ । ବିପକ୍ଷ ଛତିଶଗଡ ଟିମର ପ୍ରିନ୍ସ ଭଡାପ ୩ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ଛତିଶଗଡ ଟିମ ବ୍ୟାଟିଂ କରି ୨୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୪୯ ରନ ସଂଗ୍ରହ କରି ପରାସ୍ତ ହୋଇଥିଲେ । ଦଳ ପକ୍ଷରୁ ପିୟୁସ ଗୋୟଲ ୫୮ ରନ ଓ ଅମ୍ରିତାଂଶୁ ୩୧ ରନ ସଂଗ୍ରହ କରିଥିଲେ । ବିପକ୍ଷ କଟକ ଟିମର ଜାମେଲ ମହାପାତ୍ର ୪ଟି ଓ ଆନନ୍ଦ ଭରଦ୍ୱାଜ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ରାଇଜିଂ ଷ୍ଟୁଡେଂଟ କଟକ ଟିମର ଗୋବିନ୍ଦ ପୋଦାରଙ୍କୁ ଘୋଷଣା କରାଯାଇଥିବା ବେଳେ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର ଅତିଥି ଭାବେ ଯୋଗଦେଇ ତାଙ୍କୁ ପୁରସ୍କୃତ କରିଥିଲେ । ଆଜିର ମ୍ୟାଚକୁ ଆସୁତୋଷ ପାଣି ଓ ସ୍ୱପ୍ନସରିତ କର ପରିଚାଳନା କରିଥିଲେ । ବିକାଶ ଧଳ ଓ ଯଯାତୀ ସାମଲ ସ୍କୋରରେ ସହାୟତା କରିଥିଲେ । ଆସନ୍ତା କାଲି ବୁଧବାର କ୍ୱାଟର ପାଇନାଲ ମ୍ୟାଚ ଏମସିସି ସମ୍ବଲପୁର ଓ କେଫ ଏକାଡେମୀ ବିହାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଂଟକୁ ରାଜେଶ ପାଳ, ପ୍ରକାଶ ସାମଲ, ସୁବ୍ରତ ଜେନା,ରଂଜନ କୁମାର ରାୟ,ମକରଧ୍ୱଜ ଦାସ,ବିନୋଦ ବାରିକ, ଦିଲକ ଜେନା, ଶିବସୁନ୍ଦର ଦାସ ,ଜଗନ୍ନାଥ ଦାଶ, ମାନସ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଖେଳକୁ ଉପଭୋଗ କରିବା ପାଇଁ ପଡିଆର ଚାରିପଟେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଲାଗିିଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande