କୁଚିଣ୍ଡା ଉପଖଣ୍ଡରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ , ତୁରନ୍ତ ଅବସ୍ଥା ସୁଧାରିବା ପାଇଁ ପ୍ରଶାସନକୁ ଦାବିପତ୍ର ଅଣଦେଖା ହେଲେ ଆନ୍ଦୋଳନର ଚେତାବନୀ ଦେଲା ମହିଳା ମୋର୍ଚ୍ଚା
କୁଚିଣ୍ଡା ଉପଖଣ୍ଡରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ , ତୁରନ୍ତ ଅବସ୍ଥା ସୁଧାରିବା ପାଇଁ ପ୍ରଶାସନକୁ ଦାବିପତ୍ର ଅଣଦେଖା ହେଲେ ଆନ୍ଦୋଳନର ଚେତାବନୀ ଦେଲା ମହିଳା ମୋର୍ଚ୍ଚା
କୁଚିଣ୍ଡା ଉପଖଣ୍ଡରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ,  ତୁରନ୍ତ ଅବସ୍ଥା ସୁଧାରିବା ପାଇଁ ପ୍ରଶାସନକୁ ଦାବିପତ୍ର ଅଣଦେଖା ହେଲେ ଆନ୍ଦୋଳନର ଚେତାବନୀ ଦେଲା ମହିଳା ମୋର୍ଚ୍ଚା


କୁଚିଣ୍ଡା ଉପଖଣ୍ଡରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ,  ତୁରନ୍ତ ଅବସ୍ଥା ସୁଧାରିବା ପାଇଁ ପ୍ରଶାସନକୁ ଦାବିପତ୍ର ଅଣଦେଖା ହେଲେ ଆନ୍ଦୋଳନର ଚେତାବନୀ ଦେଲା ମହିଳା ମୋର୍ଚ୍ଚା


କୁଚିଣ୍ଡା ଉପଖଣ୍ଡରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ,  ତୁରନ୍ତ ଅବସ୍ଥା ସୁଧାରିବା ପାଇଁ ପ୍ରଶାସନକୁ ଦାବିପତ୍ର ଅଣଦେଖା ହେଲେ ଆନ୍ଦୋଳନର ଚେତାବନୀ ଦେଲା ମହିଳା ମୋର୍ଚ୍ଚା


ସମ୍ବଲପୁର, ୧୭, ନଭେମ୍ବର (ହି.ସ.) ସମ୍ବଲପୁର

ଜିଲ୍ଲା ପ୍ରଶାସନ ପକ୍ଷରୁ ଜମନକିରା ବ୍ଲକ ସମ୍ବିଳନୀ କକ୍ଷରେ ସୋମବାର ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ବେଳେ ହଠାତ୍ କୁଚିଣ୍ଡା ଉପଖଣ୍ଡ ମହିଳା ମୋର୍ଚ୍ଚାର ଶତାଧିକ ସଦସ୍ୟା ଜିଲ୍ଲାପାଳଙ୍କୁ ଖୋଜିଥିଲେ । ମାତ୍ର ସେଠାରେ ଜିଲ୍ଲାପାଲଙ୍କୁ ନପାଇ ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲପାଳଙ୍କୁ ଭେଟି କୁଚିଣ୍ଡା ଉପଖଣ୍ଡରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ସମ୍ପର୍କରେ ଆଲୋଚନା କରି ତୁରନ୍ତ ଏହାକୁ ସୁଧାରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି। ଦୀର୍ଘ ଦିନ ଧରି କୁଚିଣ୍ଡା ଉପଖଣ୍ଡରେ ସ୍ୱାସ୍ଥ୍ୟସେବା ସମସ୍ୟା ଲାଗି ରହିଥିବା ଯୋଗୁଁ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ପିଏଚଓ ସମ୍ବଲପୁରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପ୍ରଶାସନିକ ସ୍ତରରେ ଏଭଳି ଶିଥିଳତାକୁ ନେଇ ସମଗ୍ର କୁଚିଣ୍ଡା ଉପଖଣ୍ଡ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣିରେ ଜିଲ୍ଲପାଳଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ଦେବାକୁ ଆସିଥିଲେ ବୋଲି ମହିଳା ମୋର୍ଚ୍ଚାର ସଦସ୍ୟା ମାନେ ଗଣମାଧ୍ୟମକୁ କହିଛନ୍ତି ।

ଆଇଟିଡିଏ ଅନ୍ତର୍ଗତ କୁଚିଣ୍ଡା ଏକ ଆଦିବାସୀ ବହୁଳ ଏବଂ ଅଣ- ଶିଳ୍ପାୟନ ଅଞ୍ଚଳ । ଏଠାରେ ବସବାସ କରୁଥିବା ପ୍ରାୟ ୯୫ ପ୍ରତିଶତ ଲୋକ ଚିକିତ୍ସା ସେବା ପାଇଁ ଏହି ସରକାରୀ ଚିକିତ୍ସାଳୟ ଉପରେ ନିର୍ଭରଶୀଳ । ମାତ୍ର ଦୁଃଖ ଓ ପରିତାପର ବିଷୟ ବିଭିନ୍ନ ସମୟରେ ଏହି ଚିକିତ୍ସାଳୟରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । କେତେବେଳେ ଡାକ୍ତର ଅଭାବ ତ କେତେବେଳେ ଫାର୍ମିସିଷ୍ଟ ଅଭାବ, କେତେବେଳେ କୁକୁର କାମୁଡା ଜଳାନ୍ତକ ଇଂଜେକସନ ଅଭାବ ତ କର୍ମଚାରୀ ମରୁଡି । ବିଶେଷ ଭାବରେ ଏହି ଅଞ୍ଚଳରେ ଡାକ୍ତର, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ପାରାମେଡିକାଲ କର୍ମଚାରୀଙ୍କ ଅଭାବ ଲାଗି ରହିଛି l

ନିକଟରେ କୁଚିଣ୍ଡା ଡାକ୍ତରଖାନାରେ କାର୍ଯ୍ୟରତ ବରିଷ୍ଠ ଔଷଧ ବିଶେଷଜ୍ଞ ଡ଼. ସତ୍ୟପ୍ରକାଶ ଦୋରାଙ୍କୁ ହଠାତ୍ କୁନ୍ତରା ପିଏଚସିକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଅନ୍ୟ କୌଣସି ଔଷଧ ବିଶେଷଜ୍ଞଙ୍କୁ ଅବସ୍ଥାପିତ କରାଯାଇନାହିଁ । ଫଳରେ ଡାକ୍ତରଖାନାକୁ ଆସୁଥିବା ଅନେକ ରୋଗୀ ଔଷଧ ବିଶେଷଜ୍ଞଙ୍କ ଠାରୁ ସଠିକ୍ ଔଷଧ ପାଇବାରୁ ବଞ୍ଚିତ ରହୁଛନ୍ତି l ଔଷଧ ବିଶେଷଜ୍ଞ ଡ଼ା. ଦୋରାଙ୍କୁ ସପ୍ତାହର ପ୍ରତ୍ୟେକ ସୋମବାର, ମଙ୍ଗଳବାର, ବୁଧବାର ଓ ଗୁରୁବାର ଏସଡିଏଚ କୁଚିଣ୍ଡାରେ ଏବଂ ଶୁକ୍ରବାର, ଶନିବାର ଓ ରବିବାର ସିଏଚସି କୁନ୍ତରାରେ କାର୍ଯ୍ଯ ତୁଲାଇବା ପାଇଁ ମହିଳା ମୋର୍ଚ୍ଚା ପକ୍ଷରୁ ପୂର୍ବରୁ ଦାବି କରି ଆସୁଛନ୍ତି l ଯଦ୍ୱାରା ଏକକାଳୀନ କୁଚିଣ୍ଡା ଓ କୁନ୍ତରା ଅଞ୍ଚଳର ରୋଗୀମାନେ ଅଭିଜ୍ଞ ଔଷଧ ବିଶେଷଜ୍ଞଙ୍କ ସେବା ପାଇପାରନ୍ତେ l ମାତ୍ର ଜନସ୍ୱାର୍ଥ ସହ ଜଡିତ ଏହି ଯୁକ୍ତିଯୁକ୍ତ ପ୍ରସ୍ତାବ ପ୍ରତି ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନୀରବତା ଏବେ ଅସନ୍ତୋଷର ମୁଖ୍ୟ କାରଣ ପାଲଟିଛି ।

ଏତଦ୍ ବ୍ୟତୀତ

କୁଚିଣ୍ଡା ଉପଖଣ୍ଡର ଅଧିକାଂଶ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ରହଣି ପାଇଁ କ୍ଵାଟର ରହିଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରେ ଅଧିକାଂଶ କ୍ଵାଟର ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ଫାର୍ମାସିଷ୍ଟ, ଲ୍ୟାବ୍ ଟେକନେସିଆନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ପାରାମେଡିକାଲ ପଦ ପଦବୀ ଗୁଡିକ ଦୀର୍ଘଦିନ ଧରି ଖାଲି ପଡିଥିଲେ ମଧ୍ୟ ସେଗୁଡିକୁ ନିୟମିତ କିମ୍ବା ଚୁକ୍ତିଭିତ୍ତିକ ଭାବରେ ପୂରଣ କରିବା ପାଇଁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ । ଦେଖାଯାଇନାହିଁ l

କର୍ମଚାରୀ ଅଭାବ ଥିବା କୁଚିଣ୍ଡା ଅଞ୍ଚଳର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଅନ୍ୟତ୍ର ବଦଳି ଓ ନିଯୁକ୍ତି ଦେବା ଫଳରେ କୁଚିଣ୍ଡା ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ଦୁର୍ବଳ କରାଉଛି ।

କୁଚିଣ୍ଡା ଜନସାଧାରଣଙ୍କ ହିତ ଓ ସୁରକ୍ଷା ନିମନ୍ତେ ମହିଳା ମୋର୍ଚ୍ଚା ଫୋରମ ଦ୍ୱାରା ଗ୍ରହୀତ ନିଷ୍ପତି ଅନୁଯାୟୀ ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ ନହେଲେ ଗାଣତାନ୍ତ୍ରିକ ଓ ସାମ୍ବିଧାନିକ ଉପାୟରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବାଧ୍ୟ ହେବ । ଏବଂ ଏହା ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଦାବିପତ୍ରରେ ଉଲ୍ଲେଖ ପୂର୍ବକ ଚେତାବନୀ ଦିଆଯାଇଛି l ଅତିରିକ୍ତ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ ବେଳେ କୁଚିଣ୍ଡା ମହିଳା ମୋର୍ଚ୍ଚାର ନାରୀନେତ୍ରୀ ତଥା ସଦସ୍ୟା ସୁନେନା ବେହେରା, ସଂଗୀତା ଦାସ, ରୁପାଲୀ ପାଣି, ଅନିତା ଛତ୍ରିଆ, ଅଞ୍ଜନା ସାହୁ, ସୌଦାମିନୀ ଛତ୍ରିଆଙ୍କ ସମେତ ଅନେକ ମହିଳା ଉପସ୍ଥିତ ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande