ମୋଦୀ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ କଲେ ସାକ୍ଷାତ
ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମନିଲାଠାରେ ଅନୁଷ୍ଠିତ ୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ
प्रधानमंत्री मोदी और सिंगापुर के प्रधानमंत्री लॉरेंस वोंग एकसाथ।


ନୂଆଦିଲ୍ଲୀ, ୧୭ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମନିଲାଠାରେ ଅନୁଷ୍ଠିତ ୨୩ତମ ଭାରତ-ଆସିଆନ୍ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ସହ ସାକ୍ଷାତ କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଉଭୟ ନେତା ‘ବ୍ୟାପକ ରଣନୈତିକ ଭାଗିଦାରୀ’ର ରୋଡମ୍ୟାପ୍ ଅଧୀନରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ। ସେପ୍େଟମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ୱଙ୍ଗଙ୍କ ଭାରତ ଗସ୍ତ ସମୟରେ ଏହି ରୋଡମ୍ୟାପ୍ ଗ୍ରହଣ କରାଯାଇଥିଲା। ଏହା ସହିତ ଆଠଟି ପ୍ରାଥମିକତା କ୍ଷେତ୍ରରେ ଆଗାମୀ ରଣନୀତି ନେଇ ଉଭୟ ଆଲୋଚନା କରିଥିଲେ। ଏହି କ୍ଷେତ୍ରଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସହଯୋଗ, ଦକ୍ଷତା ବିକାଶ, ଡିଜିଟାଲୀକରଣ, ସ୍ଥିରତା, ଯୋଗାଯୋଗ, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା, ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ସହିତ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଓ ସାଂସ୍କୃତିକ ଆଦାନପ୍ରଦାନ ସାମିଲ ରହିଛି।

ଏହାବ୍ୟତୀତ ଉଭୟ ନେତା ଆଂଚଳିକ ଓ ବିଶ୍ୱସ୍ତରୀୟ ଘଟଣାକ୍ରମ ସମ୍ପର୍କରେ ମଧ୍ୟ ନିଜ ନିଜର ମତ ବିନିମୟ କରିଥିଲେ। ଆସିଆନ୍ର ଆଗାମୀ ଅଧ୍ୟକ୍ଷତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସିଙ୍ଗାପୁରକୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅଧ୍ୟକ୍ଷତାକୁ ସଫଳ କରିବା ପାଇଁ ଭାରତର ପୂର୍ଣ୍ଣ ସମର୍ଥନ ରହିବ ବୋଲି ସେ ପ୍ରଧାନମନ୍ତ୍ରୀ ୱଙ୍ଗଙ୍କୁ ଆଶ୍ୱାସନା ଦେଇଥିଲେ।

-------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande