
ଜୟପୁର, ୧୭ ନଭେମ୍ବର (ହି.ସ.) - ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ସଚିବଙ୍କ ନିକଟରେ ଏକ ଷଷ୍ଠ ଆବେଦନ ବା ବିସ୍ତୃତ ଅତିରିକ୍ତ ଉପସ୍ଥାପନା (ଜନସ୍ୱାର୍ଥ ଦୃଷ୍ଟିରୁ) ଦାଖଲ କରିଛନ୍ତି। ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟିଆ ଗ୍ରାମ ପଂଚାୟତର ଅନୁସୂଚିତ ଅଂଚଳର ୨୮ଟି ଗ୍ରାମରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଦ୍ୱାରା କରାଯାଉଥିବା କ୍ଷେତ୍ରଗତ, ପ୍ରଶାସନିକ ଏବଂ ନିର୍ବାଚନୀ ଅନୁପ୍ରବେଶ ବିରୋଧରେ ସେ ତୁରନ୍ତ ସାମ୍ବିଧାନିକ ଓ ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଭାରତୀୟ ସମ୍ବିଧାନର ଧାରା ୧୪, ୨୧, ୨୪୪(୧), ୩୫୫, ୩୭୨ ଏବଂ ପଂଚମ ଅନୁସୂଚିତ ଅଂଶ ଅଧୀନରେ ଦାଖଲ କରାଯାଇଥିବା ଏହି ଉପସ୍ଥାପନାଟି, ପୂର୍ବରୁ ଦାଖଲ ହୋଇଥିବା ପାଂଚଟି ଆବେଦନ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସାମ୍ପ୍ରତିକ ସରକାରୀ ଯୋଗାଯୋଗ ଉପରେ ଆଧାରିତ। ଏହା ପୂର୍ବରୁ, ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ସଚିବାଳୟ ମଧ୍ୟ ଏକ ସାମ୍ବିଧାନିକ ଆବେଦନକୁ କେନ୍ଦ୍ର ଗୃହ ସଚିବଙ୍କ ନିକଟକୁ ଅକ୍ଟୋବର ୨୭, ୨୦୨୬ ରେ ପଠାଇଥିଲେ।
ଉପସ୍ଥାପନାର ମୁଖ୍ୟ ବିଷୟବସ୍ତୁ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା: ଏହି ଆବେଦନରେ ଦର୍ଶାଯାଇଛି ଯେ, ଓଡ଼ିଶା ରାଜ୍ୟ ବନାମ ଆନ୍ଧ୍ର ପ୍ରଦେଶ ରାଜ୍ୟ' (ମୂଳ ମକଦ୍ଦମା ସଂଖ୍ୟା ୧୦/୧୯୬୮) ମାମଲାରେ ଭାରତର ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ଯଥାସ୍ଥିତି ବଜାୟ ରଖିବା' ସମ୍ବନ୍ଧୀୟ କଠୋର ନିର୍ଦ୍ଦେଶାବଳୀକୁ ଜାଣିଶୁଣି ଉଲ୍ଲଂଘନ କରାଯାଉଛି। ଏହି ରାୟଗୁଡ଼ିକ (୨୦୦୬) ୯ ଝଉଉ ୫୯୧ ଏବଂ (୨୦୧୦) ୫ ଝଉଉ ୬୭୪ ରେ ଉଲ୍ଲେଖ ରହିଛି। ନିର୍ବାଚନୀ ପ୍ରକ୍ରିୟାରେ ବ୍ୟାଘାତ ଓ ମାନବାଧିକାର ଉଲ୍ଲଂଘନ: ଏଥିରେ ଆଦିବାସୀ ଅନୁସୂଚିତ ଅଞ୍ଚଳ ମଧ୍ୟରେ ବ୍ୟାପକ
ଅବ୍ୟାହତ ସାମ୍ବିଧାନିକ ଓ ଆଇନଗତ ଅଧିକାର: ଐତିହାସିକ ଏବଂ ନ୍ୟାୟିକ ତଥ୍ୟାବଳୀ ଉପସ୍ଥାପନ କରି, ଏହି ସ୍ମାରକପତ୍ର କୋଟିଆ ଉପରେ ଓଡ଼ିଶାର ନିରନ୍ତର ସାର୍ବଭୌମତ୍ୱକୁ ଦର୍ଶାଇଥାଏ। ଏଥିରେ ୧୯୩୬ ମସିହାର ଗଭର୍ଣ୍ଣମେଂଟ ଅଫ୍ ଇଣ୍ଡିଆ (କନଷ୍ଟିଚ୍ୟୁସନ୍ ଅଫ୍ ଓଡ଼ିଶା) ଅର୍ଡର' (ଯାହା ଅନୁଚ୍ଛେଦ ୩୭୨ ଅଧୀନରେ ସୁରକ୍ଷିତ) ଅନୁଯାୟୀ ମାଡ୍ରାସ ପ୍ରେସିଡେନ୍ସିରୁ କୋଟିଆର ଆନୁଷ୍ଠାନିକ ହସ୍ତାନ୍ତର ଠାରୁ ଆରମ୍ଭ କରି, ୧୯୫୧ ମସିହାର ଓଡ଼ିଶା ଏଷ୍ଟେଟ୍ସ ଆବୋଲିସନ୍ ଆକ୍ଟ' (ବିଜ୍ଞପ୍ତି ସଂଖ୍ୟା ୮୨୩୧-ଆ)ର୍ ଅଧୀନରେ ୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ଜୟପୁର ଏଷ୍ଟେଟ୍ (ଜମିଦାରୀ) ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ରାଜ୍ୟ ଅଧୀନକୁ ଆସିବା ପର୍ଯ୍ୟନ୍ତ ଘଟଣାକ୍ରମ ବର୍ଣ୍ଣିତ ହୋଇଛି।
ପଂଚମ ଅନୁସୂଚୀ ଜନିତ ସୁରକ୍ଷା: ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ୧୯୫୨ ପରବର୍ତୀ ପ୍ରଶାସନିକ ପୁନର୍ଗଠନ ସମୟରେ ସାମନ୍ତବାଦୀ ମୁସ୍ତାଗାରୀ' ବ୍ୟବସ୍ଥାର ବିଲୋପ ଘଟିଥିଲା। କୋଟିଆକୁ ପଟ୍ଟାଙ୍ଗି ତହସିଲ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଯଥା—କନ୍ଧ, ପରଜା ଓ ଗଦବାଙ୍କ ଜମି ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସେଠାରେ ପଂଚମ ଅନୁସୂଚୀ ଏବଂ ରେଗୁଲେସନ୍ ୨ ଅଫ୍ ୧୯୫୬' ଲାଗୁ କରାଯାଇଥିଲା।
ଆନ୍ଧ୍ର ପ୍ରଦେଶର ଅସାମ୍ବିଧାନିକ କାର୍ଯ୍ୟକଳାପକୁ ରୋକିବା, ଆଦିବାସୀଙ୍କ ଅଧିକାର ରକ୍ଷା କରିବା ଏବଂ ଓଡ଼ିଶାର ଆଂଚଳିକ ଅଖଣ୍ଡତା ବଜାୟ ରଖିବା ପାଇଁ, ଅନୁଚ୍ଛେଦ ୩୫୫ ଓ ପଂଚମ ଅନୁସୂଚୀ ଅନ୍ତର୍ଗତ ନିଜର ସାମ୍ବିଧାନିକ ଦାୟିତ୍ୱ ପାଳନ କରିବାକୁ ଆଇନଜୀବୀ ପାତ୍ର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିକଟରେ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି