୩ଟି ପୃଥକ ଚଢ଼ାଉ ୯୦ କେଜି ଗଞ୍ଜେଇ ସମେତ ୨କାର, ଗୋଟିଏ ବୋଲେରୋ ୩ଟି ମୋବାଇଲ ଜବତ, ୫ ଗିରଫ
ଖୋର୍ଦ୍ଧା, ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଜୋରଦାର ଅଭିଯାନ ଚଳାଯାଇଛି। ଗୁରୁବାର ଦିନ ୩ଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୯୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ୩ଟି ଚାରିଚକିଆ ଗାଡ଼ି ଓ ୩
Ganjei


ଖୋର୍ଦ୍ଧା, ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ଜୋରଦାର ଅଭିଯାନ ଚଳାଯାଇଛି। ଗୁରୁବାର ଦିନ ୩ଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୯୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଏଥିସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ୩ଟି ଚାରିଚକିଆ ଗାଡ଼ି ଓ ୩ଟି ସ୍ମାର୍ଟଫୋନ୍ ମଧ୍ୟ ଜବତ ହୋଇଛି।ପ୍ରଥମ ଘଟଣାରେ ଜଙ୍କିଆ ଥାନା ଅନ୍ତର୍ଗତ ମାଳିପଡ଼ା ଫ୍ଲାଏଓଭର ନିକଟରେ ସକାଳ ପ୍ରାୟ ୮ଟା ୪୦ ମିନିଟ୍ରେ ଅବକାରୀ ବିଭାଗ ଚଢ଼ାଉ କରି ୩୨ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଚ. ଦୈପାନ୍ୟ ପାତ୍ର (୩୧) ଓ ବିକାଶ ନାୟକ (୨୦)ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ଗଞ୍ଜେଇ ସହ ଏକ ବୋଲେରୋ ଗାଡ଼ି ଓ ଗୋଟିଏ ଓପୋ ରେନୋ ମୋବାଇଲ ଜବତ ହୋଇଛି।ଦ୍ୱିତୀୟ ଘଟଣାରେ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ଛକ ନିକଟରେ ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍ରେ ଚଢ଼ାଉ କରାଯାଇ ୩୬ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲାର ମିଥୁନ ବେହେରା (୨୭) ଓ ବସନ୍ତ ସାହୁ (୩୮)ଙ୍କୁ ଗିରଫ କରାଯାଇଛି। ସେମାନେ ଫୁଲବାଣୀରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡ଼ିଛି। ସେମାନଙ୍କଠାରୁ ଏକ ଡିଜାୟାର କାର୍ ଓ ଦୁଇଟି ସ୍ମାର୍ଟଫୋନ୍ ଜବତ ହୋଇଛି।ସେହିପରି ଜଟଣୀ ଅବକାରୀ ଥାନା ପକ୍ଷରୁ ସକାଳ ୯ଟାରୁ ୧୦ଟା ୪୫ ମିନିଟ୍ ମଧ୍ୟରେ ଅନ୍ୟ ଏକ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲାର ବିଜୟ ଦିଗାଲ (୩୨)ଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ଏକ ରୂପା ରଙ୍ଗର ସ୍ୱିଫ୍ଟ ଡିଜାୟାର କାର୍ ଓ ଗୋଟିଏ ସ୍ମାର୍ଟଫୋନ୍ ଜବତ ହୋଇଛି। ସେ ଫୁଲବାଣୀରୁ ପାଣିକୋଇଲି ଅଭିମୁଖେ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ମିଳିଛି।ଏହି ତିନୋଟି ଚଢ଼ାଉରେ ମୋଟ ୯୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଗିରଫ ୫ ଜଣ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର ବୋଲି ଜଣାପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande