ଆକଭାନ୍ ପ୍ରଭାବରେ କୋହଲା ପାଗ ଶୀତୁଆ ପବନ ଝିପିଝିପି ବର୍ଷା ଜନଜୀବନ ଅସ୍ତବ୍ୟସ୍ତ
ବଲାଙ୍ଗିର, 19 ନଭେମ୍ବର (ହି.ସ.) ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ର ପ୍ରଭାବରେ ବଲାଂଗିର ଜିଲ୍ଲାର ସମଗ୍ର ଅଞ୍ଚଳରେ ପାଗରେ ଦେଖାଦେଇଛି ପରିବର୍ତ୍ତନ । ଆକାଶ ମେଘାଚ୍ଛନ୍ନ ରହିବା ସହ ଦିନତମାମ କୋହଲା ପାଗ, ଝିପିଝିପି ବର୍ଷା ଏବଂ ମଝିରେ ମଝିରେ ସାମାନ୍ୟ ପବନ ଜାରି ରହିଛି । ଫଳରେ ସାଧାରଣ ଜନଜୀବନ ପ୍ରଭ
ଆକଭାନ୍ ପ୍ରଭାବରେ କୋହଲା ପାଗ ଶୀତୁଆ ପବନ ଝିପିଝିପି ବର୍ଷା ଜନଜୀବନ ଅସ୍ତବ୍ୟସ୍ତ


ବଲାଙ୍ଗିର, 19 ନଭେମ୍ବର (ହି.ସ.)

ସମ୍ଭାବ୍ୟ ବାତ୍ୟା ‘ଆକଭାନ୍’ର ପ୍ରଭାବରେ ବଲାଂଗିର ଜିଲ୍ଲାର ସମଗ୍ର ଅଞ୍ଚଳରେ ପାଗରେ ଦେଖାଦେଇଛି ପରିବର୍ତ୍ତନ । ଆକାଶ ମେଘାଚ୍ଛନ୍ନ ରହିବା ସହ ଦିନତମାମ କୋହଲା ପାଗ, ଝିପିଝିପି ବର୍ଷା ଏବଂ ମଝିରେ ମଝିରେ ସାମାନ୍ୟ ପବନ ଜାରି ରହିଛି । ଫଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ରେ ମଧ୍ୟ ବାଧା ଉପୁଜିଛି । ସକାଳୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ରହିଥିବାବେଳେ ସୂର୍ଯ୍ୟଙ୍କ ଦର୍ଶନ ମିଳି ନଥିଲା । ମଝିରେ ମଝିରେ ହାଲୁକା ବର୍ଷା ସାଙ୍ଗକୁ ଥଣ୍ଡା ପବନ ବହିବା ଯୋଗୁଁ ପାଗ ଅଧିକ କୋହଲା ହୋଇ ପଡ଼ିଛି । ଏହି ପାଗ ଯୋଗୁଁ ବଜାରଘାଟରେ ଲୋକଙ୍କ ଚଳପ୍ରଚଳ ଉପରେ ପ୍ରଭାବ ପଡ଼ିଥିବା ବେଳେ ଅନେକ ଲୋକ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ବିଶେଷକରି ଦୈନିକ ମଜୁରିଆ, ଉଠା ଦୋକାନୀ, ଛୋଟ ବ୍ୟବସାୟୀ ଏବଂ ଗ୍ରାମାଞ୍ଚଳର ଲୋକମାନେ ଏହି ପାଗ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ରାସ୍ତାଘାଟ ଓ ବଜାର ଅଞ୍ଚଳରେ ଲୋକଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ପୂର୍ବାପେକ୍ଷା କମିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି । ପାଗରେ ହଠାତ୍ ପରିବର୍ତ୍ତନ ହେବାରୁ ଚାଷୀମାନେ ମଧ୍ୟ ଚିନ୍ତିତ ହୋଇ ପଡ଼ିଛନ୍ତି । ଅମଳ ଉପଯୋଗୀ ଫସଲ ଓ ପନିପରିବା ଚାଷ ଉପରେ ବର୍ଷାର କି ପ୍ରଭାବ ପଡ଼ିବ, ସେନେଇ ଚାଷୀଙ୍କ ମନରେ ଚିନ୍ତା ବଢ଼ିଛି । ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାରୀ ହେଉଥିବା ସତର୍କ ସୂଚନା ପ୍ରତି ଧ୍ୟାନ ଦେବା ସହ ଅଯଥାରେ ବାହାରକୁ ନଯିବା ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମତ ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande