ବାତ୍ୟା ଅକ୍ୱାନର ଭୟ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଗନ୍ଧମାର୍ଦ୍ଦନ ପାହାଡ ହରିଶଙ୍କର ଅଂଚଳରେ ଭୂସ୍ଖଳନ ପ୍ରବଳ ବର୍ଷା ବନ୍ୟା ଆଶଙ୍କା ନେଇ ଦୁଇ ଦିନଯିବାକୁ ନିଷିଦ୍ଧ
ବଲାଙ୍ଗୀର, ୧୯ ନଭେମ୍ବର(ହି.ସ.) – ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ଭୟ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଗନ୍ଧମାର୍ଦ୍ଦନ ପାହାଡ ହରିଶଙ୍କର ଅଂଚଳରେ ଭୂସ୍ଖଳନ ଆଶଙ୍କାକୁ ଗୁରୁତ୍ୱ ଦେଇ ଏହି ଅଂଚଳକୁ ଯିବାକୁ ବାରଣ କରି ନିଷିଦ୍ଧ କରାଯାଇଛି। ଉପ-ଜିଲ୍ଲାପାଳ ତଥା ଉପ-ଖଣ୍ଡ ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ପ
ବାତ୍ୟା   ଅକ୍ୱାନ’ର ଭୟ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଗନ୍ଧମାର୍ଦ୍ଦନ ପାହାଡ ହରିଶଙ୍କର ଅଞ୍ଚଳରେ ଭୂସ୍ଖଳନ ପ୍ରବଳ ବର୍ଷା ବନ୍ୟା ଆଶଙ୍କା ନେଇ ଦୁଇ ଦିନଯିବାକୁ ନିଷିଦ୍ଧ


ବଲାଙ୍ଗୀର, ୧୯ ନଭେମ୍ବର(ହି.ସ.) – ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ଭୟ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଓ ଗନ୍ଧମାର୍ଦ୍ଦନ ପାହାଡ ହରିଶଙ୍କର ଅଂଚଳରେ ଭୂସ୍ଖଳନ ଆଶଙ୍କାକୁ ଗୁରୁତ୍ୱ ଦେଇ ଏହି ଅଂଚଳକୁ ଯିବାକୁ ବାରଣ କରି ନିଷିଦ୍ଧ କରାଯାଇଛି।

ଉପ-ଜିଲ୍ଲାପାଳ ତଥା ଉପ-ଖଣ୍ଡ ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ପାଟଣାଗଡ଼ ସୁନୀଲ କୁମାର ମେହେର, ଓ.ଏ.ଏସ୍.(ଏସ୍.ବି.), ଉପ-ଜିଲ୍ଲାପାଳ ଆଦେଶ ସଂଖ୍ୟା: ୫୯୯୭ ତାରିଖ: ୧୯.୧୧.୨୦୨୬ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଅଧୀନରେ ନିଷେଧାଜ୍ଞା ଜାରୀ ହୋଇଚି। ଏହି ଅନୁଶାରେ ଜାଯାଇଚି ଯେହେତୁ, ଭାରତୀୟ ପାଣିପାଗ ବିଭାଗ ଏବଂ ବଲାଙ୍ଗୀର ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଠାରୁ ଅକ୍ଭାନ୍' ନାମକ ଏକ ପ୍ରବଳ ବାତ୍ୟା ସମ୍ବନ୍ଧୀୟ ସୂଚନା ମିଳିଛି। ଏହି ବାତ୍ୟା ଯୋଗୁଁ ୨୦.୧୧.୨୦୨୬ ଏବଂ ୨୧.୧୧.୨୦୨୬ ତାରିଖରେ ଏହି ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ତୀବ୍ର ବେଗରେ ପବନ ବହିବା, ହଠାତ୍ ବନ୍ୟା ଆସିବା ଏବଂ ଭୂସ୍ଖଳନ ହେବାର ଆଶଙ୍କା ରହିଛି।

ଯେହେତୁ, ହରିଶଙ୍କର ମନ୍ଦିର ପରିସର, ଏହାର ଆଖପାଖ ଅଂଚଳ, ସଂଲଗ୍ନ ଝରଣା/ଜଳପ୍ରପାତ ଏବଂ ଗନ୍ଧମାର୍ଦ୍ଦନ ପର୍ବତର ପାଦଚଲା ରାସ୍ତାଗୁଡ଼ିକରେ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ସମାଗମ ହୋଇଥାଏ।

ଯେହେତୁ, ଏହି ପ୍ରବଳ ବାତ୍ୟା ସମୟରେ ଝରଣା ନିକଟକୁ ଯିବା, ଜଳପ୍ରପାତରେ ଗାଧୋଇବା କିମ୍ବା ପାହାଡ଼ିଆ ରାସ୍ତାରେ ଚଢ଼ିବାକୁ ଚେଷ୍ଟା କରିବା ମାନବ ଜୀବନ ଓ ସର୍ବସାଧାରଣ ଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହି ସମୟରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବା, ଭୂମି ଖସଡ଼ା ହେବା, ଗଛ ପଡ଼ିବା ଏବଂ ପଥର ଖସିବାଭଳି ବିପଦ ରହିଛି।

ଏବଂ ଯେହେତୁ, ମୁଁ ଏଥିରେ ସନ୍ତୁଷ୍ଟ ଯେ ମାନବ ଜୀବନ ହାନି, ଆଘାତ କିମ୍ବା ସର୍ବସାଧାରଣଙ୍କ ସୁରକ୍ଷା ପ୍ରତି ବିପଦକୁ ଏଡ଼ାଇବା ପାଇଁ ତୁରନ୍ତ ପ୍ରତିଷେଧକ ମୂଳକ ପଦକ୍ଷେପ ନେବା ଆବଶ୍ୟକ; ଏବଂ ବର୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଯେଉଁ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଏହି ଆଦେଶ ଜାରି କରାଯାଉଛି, ସେମାନଙ୍କୁ ଉପଯୁକ୍ତ ସମୟ ମଧ୍ୟରେ ବ୍ୟକ୍ତିଗତ ନୋଟିସ୍ ପ୍ରଦାନ କରିବା ସମ୍ଭବ ନୁହେଁ; ତେଣୁ, ମୁଁ ଶ୍ରୀ ସୁନୀଲ କୁମାର ମେହେର, ଓ.ଏ.ଏସ୍.(ଏସ୍.ବି.), ଉପ-ଜିଲ୍ଲାପାଳ ତଥା ଉପ-ଖଣ୍ଡ ମାଜିଷ୍ଟ୍ରେଟ୍, ପାଟଣାଗଡ଼, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩'ର ଧାରା ୧୬୩ (୧) ଅଧୀନରେ ମୋତେ ପ୍ରଦତ କ୍ଷମତା ପ୍ରୟୋଗ କରି, ନିର୍ଦ୍ଦିଷ୍ଟ ଅଂଚଳ ମଧ୍ୟରେ ନିମ୍ନଲିଖିତ କଟକଣା ଜାରି କରୁଅଛି।

୧. ନିଷିଦ୍ଧ ଅଂଚଳ: ଖପ୍ରାଖୋଲ ଥାନା ଅଧୀନସ୍ଥ ହରିଶଙ୍କର ଏବଂ ଏହାର ନିକଟବର୍ତୀ ସମଗ୍ର ଅଂଚଳ; ଯେଉଁଥିରେ ହରିଶଙ୍କର ନିକଟସ୍ଥ ଝରଣା/ଜଳପ୍ରପାତ ଏବଂ ଗନ୍ଧମାର୍ଦ୍ଦନ ପର୍ବତକୁ ଯାଉଥିବା ସମସ୍ତ ଚଢ଼ାଣି/ଟ୍ରେକିଂ ପଥ ଅନ୍ତର୍ଭୁକ୍ତ।

୨. ନିଷିଦ୍ଧ କାର୍ଯ୍ୟକଳାପ: ହରିଶଙ୍କର ମନ୍ଦିର ପରିସର, ଝରଣା/ଜଳପ୍ରପାତ ଅଂଚଳ ଏବଂ ଏହା ସଂଲଗ୍ନ ଜଙ୍ଗଲ/ପାହାଡ଼ିଆ ରାସ୍ତାରେ ପର୍ଯ୍ୟଟକ, ତୀର୍ଥଯାତ୍ରୀ, ପିକନିକ୍ ପାଇଁ ଆସୁଥିବା ବ୍ୟକ୍ତି ଏବଂ ଅନଧିକୃତ ସାଧାରଣ ଲୋକଙ୍କ ପ୍ରବେଶକୁ କଡ଼ାକଡ଼ି ଭାବେ ନିଷେଧ କରାଯାଇଛି।

ହରିଶଙ୍କର ଝରଣା ଏବଂ ଜଳାଶୟଗୁଡ଼ିକରେ ଗାଧୋଇବା, ପାଣିରେ ପଶିବା କିମ୍ବା ସେଗୁଡ଼ିକର ନିକଟକୁ ଯିବା ସମ୍ପୂର୍ଣ୍ଣ ନିଷେଧ ଅଟେ। ହରିଶଙ୍କର ପାର୍ଶ୍ୱରୁ ଗନ୍ଧମାର୍ଦ୍ଦନ ପର୍ବତ ଉପରକୁ ଚଢ଼ିବା କିମ୍ବା ଟ୍ରେକିଂ କରିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି।

୩. ଛାଡ଼ (ଅନୁମତି): ଏହି ଆଦେଶ ମାଜିଷ୍ଟ୍ରେଟ୍, ପୋଲିସ କର୍ମଚାରୀ, ବନ ବିଭାଗ ଅଧିକାରୀ, ଅଗ୍ନିଶମ ସେବା କର୍ମଚାରୀ, ଓଡ୍ରାଫ୍ ଏନଡିଆରଏଫ୍ ଦଳ, ଜରୁରୀକାଳୀନ ଚିକିତ୍ସା କର୍ମଚାରୀ, ମନ୍ଦିର ଟ୍ରଷ୍ଟର ଅତ୍ୟାବଶ୍ୟକ ରକ୍ଷଣାବେକ୍ଷଣ କର୍ମଚାରୀ, ନିୟମିତ ନୀତି-କାନ୍ତି'(ଧାର୍ମିକ ରୀତିନୀତି) ସହ ଜଡ଼ିତ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande