ବିଶ୍ୱଶାନ୍ତି ଯଂଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ,
Kalas yatra for Biswasanti yagan
ବିଶ୍ୱଶାନ୍ତି ଯଂଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ,


Jharsuguda, 19 ନଭେମ୍ବର (ହି.ସ.)

ଝାରସୁଗୁଡ଼ା, ୧୯ ଝାରସୁଗୁଡା ଜିଲ୍ଲା ଶ୍ରୀପୁରା ଗ୍ରାମ ସ୍ଥିତ ଗୌରାଙ୍ଗ ମଠ ପ୍ରାଙ୍ଗଣରେ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ' ଅବସରରେ ଗୁରୁବାର ଦିନ ଏକ ଭବ୍ୟ ଓ ଭକ୍ତିମୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୪.୩୨ ମିନିଟରେ ଶ୍ରିପୁରା ଗ୍ରାମ ରେ କୀର୍ତନ୍ୟ ମଣ୍ଡଳୀ ଙ୍କ ସହିତ କର୍ତ୍ତା ବିଶ୍ୱନାଥ ତ୍ରିପାଠୀ ଓ କମଳିନୀ ତ୍ରିପାଠୀ ଙ୍କ ଉପସ୍ଥିତି ରେ ଶ୍ରିପୁରା ଗ୍ରାମ ର ଶତାଧିକ ମହିଳା ପୁରୁଷ ଭକ୍ତ ଙ୍କ ଉପସ୍ଥିତି ରେ କଳସ ଅଧିବାସ କରାଯାଇଥିଲା। ଏହା ପରେ ୭.୧୫ ମିନିଟରୁ ଭଜନ, ଜଣାଣ ଓ ସ୍ତୁତି ପରିବେଷଣରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। ସନ୍ଧ୍ୟା ୭.୧୫ ମିନିଟରେ ଆରତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ମହାଯଜ୍ଞର ଏହି ପବିତ୍ର ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗଦେଇ ଶ୍ରିପୁରା ସ୍ଥିତ ମଠ ପଡ଼ା ପୋଖରୀ ରୁ ପାଣି ନେଇ କଳସ ଯାତ୍ରାକୁ ସଫଳ କରିଥିଲେ। ମଠାଧୀଶ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଙ୍କ ସହିତ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଓ ସୁରେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଏହି ମହାଯଜ୍ଞ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଶେଷ ଦିନରେ ପୂର୍ଣ୍ଣାହୁତି, ସାଧୁସେବା ଓ ମହାପ୍ରସାଦ ସେବନର ବ୍ୟବସ୍ଥା ରହିଛି।ଏହି କଳସ ଶୋଭାଯାତ୍ରା ରେ ତ୍ରିନାଥ ତ୍ରିପାଠୀ, ଗଣନାଥ ତ୍ରିପାଠୀ ଙ୍କ ସହିତ ଗ୍ରାମ ଯୁବକ, ଜନସାଧାରଣ ସହଯୋଗ କରିଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande