ବାତ୍ୟା ଆକଭାନ୍ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟରେ ଉତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ
ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ.)- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଆକଭାନ୍’ ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୭ କି.ମି. ବେଗରେ ଉତର ଦିଗକୁ ଗତି କରିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା, ଏହା ୧୫.୪ ଡ଼ିଗ୍ରୀ ଉତର ଆକ୍ଷାଂଶ ଏବଂ ୮୫.୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନି
ବାତ୍ୟା ଆକଭାନ୍ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁର ଓ ପୁରୀ ମଧ୍ୟରେ ଉତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ


ଭୁବନେଶ୍ୱର, ୧୯ ନଭେମ୍ବର (ହି.ସ.)- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଆକଭାନ୍’ ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୭ କି.ମି. ବେଗରେ ଉତର ଦିଗକୁ ଗତି କରିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା, ଏହା ୧୫.୪ ଡ଼ିଗ୍ରୀ ଉତର ଆକ୍ଷାଂଶ ଏବଂ ୮୫.୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ, ଅର୍ଥାତ୍ ନରସାପୁର(ଆନ୍ଧ୍ରପ୍ରଦେଶ) ଠାରୁ ପ୍ରାୟ ୩୯୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ, କଳିଙ୍ଗପାଟନମ୍ (ଆନ୍ଧ୍ରପ୍ରଦେଶ) ଠାରୁ ୩୫୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବରେ, ଗୋପାଳପୁର(ଓଡ଼ିଶା) ଠାରୁ ୪୩୦ କି.ମି. ଦକ୍ଷିଣରେ, ପୁରୀ(ଓଡ଼ିଶା) ଠାରୁ ୪୩୦ କି.ମି. ଦକ୍ଷିଣରେ ଏବଂ ଚେନ୍ନାଇ (ତାମିଲନାଡୁ) ଠାରୁ ୬୦୦ କି.ମି. ପୂର୍ବ-ଉତରପୂର୍ବରେ କେନ୍ଦ୍ରୀଭୂତ ହୋଇ ରହିଛି ।

ଏହା ଉତର-ଉତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ନରସାପୁର ଓ ପୁରୀ ମଧ୍ୟରେ (ଗୋପାଳପୁରର ପୂର୍ବ ଦିଗ ନିକଟରେ) ଉତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ । ଏହି ସମୟରେ ପବନର ବେଗ ଘଂଟା ପ୍ରତି ୯୦ରୁ ୧୦୦ କି.ମି. ରହିପାରେ, ଯାହା ଝଡ଼ ପବନ ରୂପେ ଘଂଟା ପ୍ରତି ୧୧୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande