ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ
ଜୟପୁର, ୧୯ ନଭେମ୍ବର(ହି.ସ.) – ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ଉପଲକ୍ଷେ ବିଭିନ୍ନ ଶିକ୍ଷାମୂଳକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ର ଅଧ୍ୟକ୍ଷ ଡଃ ପି.କେ. ପାତ୍ର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍ଘ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ


ଜୟପୁର, ୧୯ ନଭେମ୍ବର(ହି.ସ.) – ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ବିଶ୍ୱ ଐତିହ୍ୟ ସପ୍ତାହ ଉପଲକ୍ଷେ ବିଭିନ୍ନ ଶିକ୍ଷାମୂଳକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ର ଅଧ୍ୟକ୍ଷ ଡଃ ପି.କେ. ପାତ୍ର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଏହି ପ୍ରଦର୍ଶନୀ ମାଧ୍ୟମରେ ଐତିହାସିକ ସ୍ମାରକୀ, କଳା, ସଂସ୍କୃତି ଓ ଐତିହ୍ୟର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଥିଲା।

ଏହାପରେ ଇତିହାସ ଓ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଶ୍ୱବିଦ୍ୟାଳୟ ପରିସରରୁ ଜୟପୁର ଟାଉନ୍ହଲ୍ ପରିସରସ୍ଥିତ ଜିଲ୍ଲା ସଂଗ୍ରହାଳୟ ପର୍ଯ୍ୟନ୍ତ ଏକ ଐତିହ୍ୟ ପଦଯାତ୍ରା ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ସଂଗ୍ରହାଳୟ ପରିଦର୍ଶନ କରି ଅଂଚଳର ଐତିହାସିକ ଓ ସାଂସ୍କୃତିକ ସମ୍ପଦ ସମ୍ପର୍କରେ ଅବଗତ ହୋଇଥିଲେ।

ଏହି ଅବସରରେ ଇତିହାସ ବିଭାଗର ଅଧ୍ୟକ୍ଷ ଡଃ ରୁସଭ୍ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଐତିହ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ନିର୍ଦ୍ଦେଶକ ଡଃ ଅରୁଣ କୁମାର ରାୟ ମୁଖ୍ୟ ଅତିଥି ଏବଂ ଓଡ଼ିଆ ବିଭାଗର ଡଃ ବଳଭଦ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ଐତିହ୍ୟ ହେଉଛି ଏକ ଜାତିର ପରିଚୟ ଓ ଗୌରବର ପ୍ରତୀକ। ଆମର ପ୍ରାଚୀନ ଐତିହାସିକ ସ୍ମାରକୀ, ପରମ୍ପରା, କଳା, ସ୍ଥାପତ୍ୟ ଓ ସାଂସ୍କୃତିକ ସମ୍ପଦର ସୁରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ବିଶେଷକରି ଯୁବପିଢ଼ି ନିଜ ଅଂଚଳର ଐତିହ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରି ଏହାର ସଂରକ୍ଷଣ ଦିଗରେ ଆଗେଇ ଆସିବା ଆବଶ୍ୟକ।

କାର୍ଯ୍ୟକ୍ରମରେ ଇତିହାସ ବିଭାଗର ଅଧ୍ୟାପିକା ଡଃ ଅନୁରାଧା ପାଲ, ଡଃ ଏଚ୍.କେ. ବେହେରା, ଶ୍ରୀ ଲଳିତେନ୍ଦୁ ଲେଙ୍କା, ଶ୍ରୀ ପ୍ରିୟରଞ୍ଜନ ସାହୁ ଓ ଶ୍ରୀ ହେମାନନ୍ଦ ଳବଦ୍ଭରଷବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ଶେଷରେ ଓଡ଼ିଆ ବିଭାଗର ଡଃ ମିନତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜ ଅଂଚଳର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟ ପ୍ରତି ସଚେତନତା, ଆଗ୍ରହ ଓ ସଂରକ୍ଷଣ ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା। ଆଗ୍ରହ ଓ ସଂରକ୍ଷଣ ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande