
ଜୟପୁର, ୧୯ ନଭେମ୍ବର (ହି.ସ.)- ଅକଭାନ' ବାତ୍ୟା ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଥିବାରୁ, ଯାତ୍ରୀମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବାତ୍ୟା ସମୟରେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧୯, ୨୦ ଏବଂ ୨୧ ନଭେମ୍ବର, ୨୦୨୬ରେ ଚଳାଚଳ କରିବାକୁ ଥିବା ୩୯ଟି ଟ୍ରେନ୍ ସେବାକୁ ବାତିଲ୍ କରାଯାଇଛି।
ଏହି ବାତିଲ୍ ତାଲିକାରେ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସଂଯୋଗ କରୁଥିବା ଅନେକ ଦୂରଗାମୀ ଏକ୍ସପ୍ରେସ୍, ବନ୍ଦେ ଭାରତ, ପାସେଞ୍ଜର ଏବଂ ମେମୁ ଟ୍ରେନ୍ ଅନ୍ତର୍ଭୁକ୍ତ ରହିଛି। ପୁରୀ, ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରକୁ ଯାଉଥିବା ତଥା ସେଠାରୁ ଆସୁଥିବା ଅନେକ ଟ୍ରେନ୍ ଏହା ଦ୍ୱାରା ପ୍ରଭାବିତ ହୋଇଛି।
ବାତିଲ୍ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର–ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୪୧/୨୦୮୪୨), ହାୱଡ଼ା–ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ (୨୨୮୯୫/୨୨୮୯୬), ଟାଟାନଗର–ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୯୧/୨୦୮୯୨) ଏବଂ ପୁରୀ–ଯଶୱନ୍ତପୁର ଗରିବ ରଥ ଏକ୍ସପ୍ରେସ୍ (୨୨୮୮୩/୨୨୮୮୪) ଅନ୍ୟତମ।
ଯାତ୍ରୀମାନଙ୍କୁ ଅନୁରୋଧ ଯେ, ସେମାନେ ଏହି ଟ୍ରେନ୍ ସେବା ବାତିଲ୍ ହେବା ବିଷୟରେ ଅବଗତ ହୁଅନ୍ତୁ ଏବଂ ସେହି ଅନୁସାରେ ନିଜ ଯାତ୍ରା ଯୋଜନା କରନ୍ତୁ। ଯାତ୍ରା ଆରମ୍ଭ କରିବା ପୂର୍ବରୁ, ଟ୍ରେନ୍ର ସର୍ବଶେଷ ସମୟସାରଣୀ ଏବଂ ଅନ୍ୟାନ୍ୟ ବିବରଣୀ ଜାଣିବା ପାଇଁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରି ସିଷ୍ଟମ୍' କିମ୍ବା ଅନ୍ୟାନ୍ୟ ଅଧିକାରିକ ରେଳ ସୂଚନା ମାଧ୍ୟମ ଯାଂଚ କରିନେବାକୁ ପରାମର୍ଶ ଦିଆଯାଉଛି। ସେହିପରି ବିଶାଖାପାଟଣା- କିରୋଣ୍ଡଲ କୁ ମଧଯ ବାତିଲ କରାଫାଇ ଖିବା ରେଳେ ବିଭାଗ ତରଫରୁ ସୁଚନା ଦିଆଫାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି