
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ଚଳିତ ଶାରଦୀୟ ପାର୍ବଣ ଅବସରରେ ବହୁ ସାହିତ୍ୟ ପତ୍ରିକା ପୂଜା ସଂଖ୍ୟା ରୂପେ ପ୍ରକାଶ ପାଇ ଓଡ଼ିଆ ସାହିତ୍ୟ ଜଗତରେ ଚହଳ ସୃଷ୍ଟି କରିଛି। ବହୁ ନବାଗତା ଲେଖକ କବି ମାନଙ୍କର ପରିଚୟ ସୃଷ୍ଟି ହୋଇଛି ତେଣୁ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ। ଏଥି ସହିତ କିଛି ପୁସ୍ତକ ମଧ୍ୟ ଲୋକାର୍ପିତ ହୋଇଛି ତେଣୁ କବି କବୟିତ୍ରୀ ଲେଖକ ଲେଖିକା ମାନଙ୍କୁ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଅଭିନନ୍ଦନ ଜଣାଇ ସେମାନଙ୍କ ସାରସ୍ଵତ ସାଧନା ଅବ୍ୟାହତ ରହୁ ବୋଲି କଳିଙ୍ଗ ସାହିତ୍ୟ ସମାଜର ମାସିକ ସାହିତ୍ୟ ଆସରରେ ସଭାପତିତ୍ବ କରିଥିବା ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତ୍ୟ ସମାଜର ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚଳିତ ଅର୍ଣବ ବାତ୍ୟାରେ ସୃଷ୍ଟ ବନ୍ୟା ପ୍ରଭାବିତଙ୍କ ପାଇଁ ସମବେଦନା ପ୍ରକାଶ କରାଯାଇଥିଲା। ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କଳିଙ୍ଗ ସାହିତ୍ୟ ସମାଜର ସାହିତ୍ୟ ଆସରରେ ଉପସଭାପତି ଡଃ. ବନମାଳୀ ପାଣିଗ୍ରାହୀ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବରେ ବରିଷ୍ଠ ଅନୁବାଦିକା ଡଃ. ସୂଚନା ପାଢ଼ୀ ଯୋଗଦାନ କରି ଆସରର ଉଦ୍ଘାଟନ କରିଥିଲେ। ସଂଗଠନ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ସ୍ବାଗତ ଭାଷଣ ପ୍ରଦାନ କରି ସୂଚନା ପ୍ରଦାନ କରିଥିଲେ।
କବୟିତ୍ରୀ ପଦ୍ମିନୀ ମିଶ୍ର ପଠିତ ଲେଖା ଗୁଡିକୁ ସଂଯୋଜନା କରିଥିବା ବେଳେ କବି ନୀଳକଣ୍ଠ ସାହୁ, ଶରତ ଚନ୍ଦ୍ର ଦାସ , ନୀଳକଣ୍ଠେଶ୍ଵର ଦାଶ, ଡଃ. ସୁବ୍ରତ କୁମାର ସାହୁ, ଡଃ. ହୃଷିକେଶ ପଣ୍ଡା, ହରି କୃଷ୍ଣ ପଣ୍ଡା, ହୃଷିକେଶ ଦାଶ, ଗିରୀଜା ଶଙ୍କର ଦାଶ, ଅନୁପ କୁମାର ମିଶ୍ର, ମନୋରଞ୍ଜନ ପାଣିଗ୍ରାହୀ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ