ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା, କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ମୟୂରଭଞ୍ଜ ଜିଲ୍ଲାର ନୱାନାରେ ସର୍ବାଧିକ ୬୭.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୨ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ନୱାନାରେ ସର୍ବାଧିକ ୬୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲାର ବାଲିଗୁଡାର
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା, କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : ମୟୂରଭଞ୍ଜ ଜିଲ୍ଲାର ନୱାନାରେ ସର୍ବାଧିକ ୬୭.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୨ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ନୱାନାରେ ସର୍ବାଧିକ ୬୭.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି କନ୍ଧମାଳ ଜିଲ୍ଲାର ବାଲିଗୁଡାରେ ୫୦.୦ ମି.ମି., କେନ୍ଦୁଝର ଜିଲ୍ଲାର ଯୋଡାରେ ୩୯.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୩୭.୦ ମି.ମି., କନ୍ଧମାଳ ଜିଲ୍ଲାର କୋଟଗଡ଼ରେ ୩୩.୦ ମି.ମି., ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ୩୧.୦ ମି.ମି., ମୁନିଗୁଡାରେ ୩୦.୬ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାଲିମୁଣ୍ଡଳିରେ ୨୭.୦ ମି.ମି., କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୨୬.୨ ମି.ମି., ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ୨୩.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ଜି.ବି. ନଗରରେ ୧୭.୦ ମି.ମି., ଯଶିପୁରରେ ୧୨.୦ ମି.ମି. ଏବଂ ଗଞ୍ଜାମ ଜିଲ୍ଲାର ଗଞ୍ଜାମରେ ୧୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande