
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ସୁନା ଦୋକାନରୁ ଚୋରୀ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ବଡବଜାର ଥାନା କେସ ନଂ ୮୩୨/୨୬ରେ ମାମଲା ରୁଜୁ ହୋଇଥିଲା।
ସାନବଜାର ଛକ, ବଡବଜାର, ବ୍ରହ୍ମପୁରସୁନା ଦୋକାନ ମାଲିକ ସୁନୀଲ କୁମାର ପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ଜଣ ମହିଳା ସୁନା କିଣିବା ବାହାନାରେ ଦୋକାନରେ ପଶି ବ୍ୟସ୍ତତାର ସୁଯୋଗ ନେଇ ଗୋଟିଏ ସୁନା ମୁଦି ଚୋରୀ କରି ଫେରାର ହୋଇଯାଇଥିଲେ। ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ ଓ ସାକ୍ଷୀଙ୍କ ବୟାନ ଅନୁସାରେ ଗିରିଫ ମହିଳା ହେଲେ ୩୨ ବର୍ଷୀୟା, ଅଟୋନଗର ସରକାରୀ ଆପାର୍ଟମେଣ୍ଟ, ବଡବଜାରର ବାସିନ୍ଦା। ପୋଲିସ ପଚରାଉଚରାରେ ଏହି ମହିଳା ସହଯୋଗୀ ସହ ଚୋରୀରେ ସମ୍ପୃକ୍ତ ବୋଲି ସ୍ୱୀକାର କରିଛନ୍ତି। ପ୍ରାଥମିକ ପ୍ରମାଣ ଆଧାରରେ ଆଜି ସମ୍ପୃକ୍ତ ମହିଳାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସହ ଅଭିଯୁକ୍ତକୁ ଧରିବା ଓ ଚୋରୀ ସାମଗ୍ରୀ ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ