
ଜମ୍ମୁ, ୨୧ ନଭେମ୍ବର (ହି.ସ.)- ଛୁଟି ପରେ ନିଜ ପୋଷ୍ଟିଂ ସ୍ଥାନକୁ ଫେରୁଥିବା ଜଣେ ସେନା କର୍ମଚାରୀଙ୍କ ମୃତଦେହ ଶନିବାର ସକାଳେ ଜମ୍ମୁର ମୁଖ୍ୟ ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି । ମୃତକ ଜଣକ ରାମବନ ଜିଲ୍ଲାର ଚନ୍ଦରକୋଟ ଅଞ୍ଚଳର ଧାର ଗାଁର ବାସିନ୍ଦା ସଞ୍ଜିତ ସିଂହ (୩୧) ବୋଲି ଚିହ୍ନଟ କରାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ, ସୈନିକ ଜଣକ ଛୁଟିରେ ଥିଲେ। ଛୁଟି ସରିବା ପରେ ସେ ଗୁରୁଦାସପୁର ଅଭିମୁଖେ ଯାଉଥିଲେ, ଯେଉଁଠାରେ ସେ ନିଯୁକ୍ତ ହୋଇଥିଲେ। ଆଜି ସକାଳ ୫ଟା ୪୦ ମିନିଟରେ ଜମ୍ମୁ ବସ୍ ଷ୍ଟାଣ୍ଡ ନିକଟରେ ବିସି ରୋଡରେ ସେନା କର୍ମଚାରୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସରକାରୀ ମେଡ଼ିକାଲ କଲେଜ (ଜି. ଏମ୍. ସି.) ହସ୍ପିଟାଲକୁ ପଠାଇଛି।
ଏହି ସେନା କର୍ମଚାରୀଙ୍କର ପତ୍ନୀ, ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ