ଡିସେମ୍ବର ୪ରେ ସମ୍ବଲପୁର ଡାକ ଅଦାଲତ
ଡିସେମ୍ବର ୪ରେ ସମ୍ବଲପୁର ଡାକ ଅଦାଲତ
ଡିସେମ୍ବର ୪ରେ ସମ୍ବଲପୁର ଡାକ ଅଦାଲତ


ସମ୍ବଲପୁର, ୨୧, ନଭେମ୍ବର (ହି.ସ.)ସମ୍ବଲପୁର ଡାକ କ୍ଷେତ୍ର ପକ୍ଷରୁ ଆସନ୍ତା ଡିସେମ୍ବର ୪ ତାରିଖ (ଶୁକ୍ରବାର) ପୂର୍ବାହ୍ନ ୧୧ଟାରେ ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ, ସମ୍ବଲପୁରଠାରେ ଡାକ ଅଦାଲତ ଅନୁଷ୍ଠିତ ହେବ। ଏହି ଅଦାଲତରେ ଡାକ ସେବା ସମ୍ପର୍କିତ ଅଭିଯୋଗଗୁଡ଼ିକର ବିଚାର କରାଯିବ। ମନିଅର୍ଡର ହଜିବା ବା ପ୍ରାପ୍ତ ନହେବା, ଡାକ ସାମଗ୍ରୀ ବିତରଣ ଏବଂ ଅନ୍ୟାନ୍ୟ ଡାକ ସେବା ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଏଥିରେ ବିଚାର କରାଯିବ। ଏଥିପାଇଁ ଅଭିଯୋଗକାରୀମାନେ ନିଜ ଅଭିଯୋଗ ୨୦୨୬ ଡିସେମ୍ବର ୧ ତାରିଖ ସୁଦ୍ଧା ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ, ସମ୍ବଲପୁରକୁ ପଠାଇବାକୁ ଅନୁରୋଧ କରାଯାଇଛି। ତେବେ ଠିକଣା ପରିବର୍ତ୍ତନ, ନୂତନ ଡାକଘର ସ୍ଥାପନ, ଡାକଘର ଭଡ଼ା କିମ୍ବା କର୍ମଚାରୀଙ୍କ ଆଚରଣ ଆଦି ଡାକ ସେବା ସହ ସିଧାସଳଖ ସମ୍ପର୍କିତ ନଥିବା ଅଭିଯୋଗଗୁଡ଼ିକ ଡାକ ଅଦାଲତର ବିଚାର ପରିସରଭୁକ୍ତ ହେବ ନାହିଁ। ଡିସେମ୍ବର ୧ ତାରିଖ ପରେ ମିଳୁଥିବା ଅଭିଯୋଗଗୁଡ଼ିକୁ ମଧ୍ୟ ବିଚାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ପୋଷ୍ଟମାଷ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande