
୪,୯୮୮.୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ କାଚି ଦରଗାରୁ ବିଦୁପୁର ପର୍ଯ୍ୟନ୍ତ ଉତର ଏବଂ ଦକ୍ଷିଣ ବିହାରକୁ ସଂଯୋଗ କରିବ
ପାଟନା, ୨୧ ନଭେମ୍ବର(ହି.ସ.) – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ବିହାର ଗସ୍ତ କରିଛନ୍ତି। ପାଟନା ବିମାନ ବନ୍ଦରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ତାଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଜାତୀୟ ଗଣତାନ୍ତ୍ରିକ ମେଂଟ(ଏନ୍.ଡି.ଏ.)ର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧା ବୈଶାଳୀ ଜିଲ୍ଲାର ରାଘୋପୁର ଯାଇଥିଲେ, ଯେଉଁଠାରେ ସେ ନବନିର୍ମିତ ନିତୀଶ ସେତୁ'କୁ ଉଦ୍ଘାଟନ କରିଥିଲେ। ସେ ପ୍ରାୟ ୬ କିଲୋମିଟର ଲମ୍ବ ଏହି ସେତୁକୁ ବିହାରର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ।
ପ୍ରଧାନମନ୍ତ୍ରୀ ତାଙ୍କ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ରାଘୋପୁର ବିଧାନସଭା କ୍ଷେତ୍ରରେ ଅବସ୍ଥିତ ସେତୁକୁ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ସେତୁରୁ ଏକ ଗମୋସା ହଲାଇ ସେଠାରେ ଉପସ୍ଥିତ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଆନୁଷ୍ଠାନିକ ଉଦ୍ଘାଟନ ହୋଇଥିଲା। ଏହି ଅବସରରେ ରାଜ୍ୟପାଳ ଲେଫ୍ଟନାଂଟ ଜେନେରାଲ(ଅବସରପ୍ରାପ୍ତ) ସୟଦ ଅତା ହସ୍ନୈନ୍, ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ନିତୀଶ ସେତୁ ପାଟନାର କଚ୍ଚି ଦରଗାକୁ ବୈଶାଳୀ ଜିଲ୍ଲାର ବିଦୁପୁର ସହିତ ସଂଯୋଗ କରେ। ଏହାର ନିର୍ମାଣ ଦ୍ୱାରା ଦକ୍ଷିଣ ବିହାର ଏବଂ ଉତର ବିହାର ମଧ୍ୟରେ ସଡ଼କ ସଂଯୋଗ ଆହୁରି ସୁଦୃଢ଼ ହେବ। ଏହା ଏକ ଛଅ ଲେନ୍ ବିଶିଷ୍ଟ ସେତୁ ଯାହା କେବୁଲ-ଷ୍ଟେଡ୍ ଟେକ୍ନୋଲୋଜି ଦ୍ୱାରା ନିର୍ମିତ। ଏହାକୁ ୪,୯୮୮.୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି।
ଏହି ପ୍ରକଳ୍ପର ଆନୁମାନିକ ଦୈର୍ଘ୍ୟ ମଧ୍ୟରେ ବର୍ଗ କି.ମି.ର ଏକ ମୁଖ୍ୟ ସେତୁ ଏବଂ ୧୦ କି.ମି.ର ପ୍ରବେଶ ପଥ ରହିଛି। ଏହା ପାଟନା ଜିଲ୍ଲାର ଏନ୍.ଏଚ୍.-୨୨ରେ ଥିବା କାଚ୍ଚି ଦରଗାକୁ ବୈଶାଳୀ ଜିଲ୍ଲାର ଏନ୍.ଏଚ୍.-୩୨୨ରେ ଥିବା ବିଦୁପୁର ସହିତ ଯୋଡ଼ିଥାଏ। ଏହି ସେତୁ କାର୍ଯ୍ୟକ୍ଷମ ହେବା ଦ୍ୱାରା ଦୁଇ ଅଂଚଳ ମଧ୍ୟରେ ଯାତାୟାତ ସହଜ ହେବା ସହିତ ଉତର ଏବଂ ଦକ୍ଷିଣ ବିହାର ମଧ୍ୟରେ ସଂଯୋଗକୁ ନୂତନ ଶକ୍ତି ମିଳିବ ବୋଲି ଆଶା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି