ତବଲାକଟା ଟୋଲଗେଟର ଆଦାୟ ଦେୟକୁ ବିରୋଧ କରି ତୀବ୍ର ଜନଆନ୍ଦୋଳନ
ତବଲାକଟା ଟୋଲଗେଟର ଆଦାୟ ଦେୟକୁ ବିରୋଧ କରି ତୀବ୍ର ଜନଆନ୍ଦୋଳନ
ବାମରା ବ୍ଲକସ୍ତରୀୟ ପଡ଼ୋଶୀ ଯୁବ ସଂସଦ ଓ ନିଶାମୁକ୍ତ ଯୁବ ସମାଜ ଗଠନ ଅଭିଯାନ


ବାମରା ବ୍ଲକସ୍ତରୀୟ ପଡ଼ୋଶୀ ଯୁବ ସଂସଦ ଓ ନିଶାମୁକ୍ତ ଯୁବ ସମାଜ ଗଠନ ଅଭିଯାନ


ସମ୍ବଲପୁର , ୨୧, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜାମନକିରା ବ୍ଲକ ଭୋଜପୁର ନିକଟସ୍ଥ ତବଲାକଟାରେ ଜାତୀୟ ରାଜପଥ-୪୯ (ଝାରସୁଗୁଡ଼ା–ଭୋଜପୁର) ରେ ନବନିର୍ମିତ ଟୋଲ୍ ଗେଟ୍ ବିରୋଧରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଜାରି ରହିଛି। ଗେଟ୍ ଖୋଲିବା ପରଠାରୁ, ଅର୍ଥାତ୍ ୧୬ ତାରିଖରୁ ଏନ୍ଏଚ୍ଏଆଇର ଟୋଲ ଗେଟ୍ ଦେୟ ଆଦାୟ ବିରୋଧରେ ଲୋକେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ଗତ ରବିବାର ଶତାଧିକ ଅଞ୍ଚଳବାସୀ ଟୋଲ୍ ଗେଟ୍ ଘେରାଓ କରି ଧାରଣା ଦେଇଥିଲେ। ସ୍ଥାନୀୟ ଗାଡ଼ିକୁ ଟୋଲ୍ ଛାଡ଼ କରିବା ସହ ଗେଟ୍ ଆଖପାଖ ୨୦ କିଲୋମିଟର ପରିଧିର ଯାନବାହନକୁ ଟୋଲ୍ ଆଦାୟରୁ ଛାଡ଼ ଦେବାକୁ ସେମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଧାରଣାରେ ଦିମିରିମୁଣ୍ଡା ସରପଞ୍ଚ ପ୍ରହ୍ଲାଦ ଧୁରୁଆ, କୁଚିଣ୍ଡାର ପୂର୍ବତନ ବିଧାୟକ କିଶୋର ନାୟକ, ଭୋଜପୁରର ସୁବ୍ରତ ପଟେଲ ଓ ଟିକନ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ଆନ୍ଦୋଳନ ଯୋଗୁଁ ଗେଟ୍ରେ ଟୋଲ୍ ଆଦାୟ ହୋଇପାରୁନାହିଁ। ଫଳରେ ସରକାରୀ ଟୋଲ୍ ରାଜସ୍ୱ ମିଳୁନାହିଁ। ଏହା ସହ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ତେଲେଇବଣି ଛକରୁ ଗାଡ଼ିକୁ ଡାଇଭର୍ଟ କରାଯାଉଛି। ଗାଡ଼ି ସମ୍ବଲପୁର ଦେଇ ଯାଇ ଝାରସୁଗୁଡ଼ାରେ ବାହାରୁଛି। ଯେଉଁ ଗାଡ଼ି କୁଚିଣ୍ଡା ଦେଇ ଯିବା କଥା, ଏବଂ ସେହି ଗାଡ଼ି ଗୁଡିକୁ ଡାଇଭର୍ସନ କରାଇ ଅନ୍ୟ ରାସ୍ତାରେ ଛଡାଯାଉଥିବା ଦେଖିବାକୁ ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande