ଖୋଲିଲା କେଜ୍ରିୱାଲଙ୍କ ‘ଶୀଶ ମହଲ’, ଦାମୀ ଆସବାବପତ୍ରର ମୂଲ୍ୟ ସହ କରାଗଲା ପ୍ରଦର୍ଶନ
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଲେ, ଜନତାଙ୍କ ଝାଳବୁହା ଧନରେ ନିର୍ମାଣ ହୋଇଛି ଆଲିଶାନ ‘ଶୀଶ ମହଲ’ ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। ଦିଲ୍ଲୀ ସରକାର ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସରକାରୀ ବାସଭବନ ‘ଶୀଶ ମହଲ’କୁ ଗଣମାଧ୍ୟମ ପାଇଁ ଖୋଲିଛନ୍ତି। ‘ଶୀଶ ମହଲ’
शीश महल के अंदर की तस्वीर


ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଲେ, ଜନତାଙ୍କ ଝାଳବୁହା ଧନରେ ନିର୍ମାଣ ହୋଇଛି ଆଲିଶାନ ‘ଶୀଶ ମହଲ’

ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। ଦିଲ୍ଲୀ ସରକାର ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସରକାରୀ ବାସଭବନ ‘ଶୀଶ ମହଲ’କୁ ଗଣମାଧ୍ୟମ ପାଇଁ ଖୋଲିଛନ୍ତି। ‘ଶୀଶ ମହଲ’ରେ ରଖାଯାଇଥିବା ଦାମୀ ଆସବାବପତ୍ରଗୁଡ଼ିକୁ ସେଗୁଡ଼ିକର ମୂଲ୍ୟ ସହ ପ୍ରଦର୍ଶିତ କରାଯାଇଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଏକ ବିବୃତି ଜାରି କରି ‘ଶୀଶ ମହଲ’କୁ ନେଇ କହିଛନ୍ତି ଯେ, ଦିଲ୍ଲୀବାସୀଙ୍କ ପରେ ଏବେ ପଞ୍ଜାବବାସୀ ମଧ୍ୟ ଦେଖିବା ଉଚିତ ଯେ, କିପରି ଜନସାଧାରଣଙ୍କ ଝାଳବୁହା ଧନରେ ଏହି ଆଲିଶାନ ଶୀଶ ମହଲ ନିର୍ମାଣ କରାଯାଇଛି। ଦିଲ୍ଲୀ ଓ ପଞ୍ଜାବବାସୀଙ୍କ ସମ୍ମୁଖରେ ଏହି ପୂରା ମାମଲାର ସତ୍ୟତା ଆସିବା ଉଚିତ ବୋଲି ସେ କହିଛନ୍ତି।

ଦିଲ୍ଲୀର ଲୋକ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରବେଶ ସାହିବ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଦିଲ୍ଲୀବାସୀଙ୍କ ଟଙ୍କା ଅର୍ଥାତ୍ କରଦାତାଙ୍କ ଟଙ୍କା କେଉଁଠି ଏବଂ କେତେ ଖର୍ଚ୍ଚ ହୋଇଛି, ତାହାର ସମ୍ପୂର୍ଣ୍ଣ ହିସାବ ପ୍ରତ୍ୟେକ ସରକାର ଦେବା ଉଚିତ। ଦିଲ୍ଲୀର ବିକାଶ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ପୂର୍ବତନ ମୁଖ୍ୟମନ୍ତ୍ରୀ କେଉଁ ପ୍ରକାରର ଆସବାବପତ୍ର କିଣିବାରେ ଖର୍ଚ୍ଚ କରିଛନ୍ତି, ତାହା ଜାଣିବାର ଅଧିକାର ଜନସାଧାରଣଙ୍କ ରହିଛି। ଏଥିରେ ଆମର କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଏଠାରେ ପ୍ରଦର୍ଶିତ ପ୍ରତ୍ୟେକ ରାଶି ସହିତ ଆମେ ବିଲ୍ ନମ୍ବର ଓ ଇନଭଏସ୍ ନମ୍ବର ମଧ୍ୟ ଦେଇଛୁ। ଏହି ପୂରା ଘର ପୂର୍ବଭଳି ରହିଛି। କୌଣସି ସାମଗ୍ରୀକୁ ଏପଟସେପଟ କରାଯାଇନାହିଁ। ତେଣୁ ଜନସାଧାରଣଙ୍କ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି, ତାହା ଜାଣିବାର ସମ୍ପୂର୍ଣ୍ଣ ଅଧିକାର ସେମାନଙ୍କର ରହିଛି।

ଦିଲ୍ଲୀର ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ରା ‘ଶୀଶ ମହଲ’ରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଆଜି ଆପଣମାନଙ୍କ କ୍ୟାମେରା ମାଧ୍ୟମରେ ସମଗ୍ର ଦେଶ ଦେଖିବ ଯେ, କିପରି ଦିଲ୍ଲୀବାସୀଙ୍କ ଟଙ୍କାକୁ ଅପଚୟ ଓ ଲୁଟ୍ କରାଯାଇଛି। ମୁଁ ଚାହୁଁଛି, ଆପଣମାନଙ୍କ କ୍ୟାମେରା ମାଧ୍ୟମରେ ସମଗ୍ର ଦେଶ ଦେଖୁ ଯେ, କୋଟି କୋଟି ଟଙ୍କାର ସାମଗ୍ରୀ କିଣାଯାଇଛି ଏବଂ ବିଶ୍ୱର ବିଭିନ୍ନ ଦେଶରୁ ଜିନିଷପତ୍ର ଅଣାଯାଇଛି। ସେ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଯେତେବେଳେ ଜନସାଧାରଣ ଅମ୍ଳଜାନ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ କେଜ୍ରିୱାଲ କୋଟି କୋଟି ଟଙ୍କାର ଶୀଶ ମହଲ ନିର୍ମାଣ କରୁଥିଲେ।

ମନ୍ତ୍ରୀ କପିଲ ମିଶ୍ରା କହିଛନ୍ତି ଯେ, ଦିଲ୍ଲୀବାସୀଙ୍କ ଟଙ୍କା ଲୁଟ୍ କରି ଶୀଶ ମହଲରେ ବିଦେଶରୁ କୋଟି କୋଟି ଟଙ୍କାର ସାମଗ୍ରୀ ଆଣି ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ରଖାଯାଇଥିଲା। ଯେଉଁ ବ୍ୟକ୍ତି ଗୋଟିଏ କୋଠରି ବିଶିଷ୍ଟ ଘରେ ରହିବେ ବୋଲି କହୁଥିଲେ, ସେହି ବ୍ୟକ୍ତି ବିଶ୍ୱର ବିଭିନ୍ନ ଦେଶରୁ କୋଟି କୋଟି ଟଙ୍କାର ସାମଗ୍ରୀ ଆଣି ରଖିଛନ୍ତି। ଜନସାଧାରଣଙ୍କ ଟିକସ ଟଙ୍କାରେ କିପରି ବିଳାସପୂର୍ଣ୍ଣ ଜୀବନଯାପନ କରାଯାଇଥିଲା, ତାହାର ପ୍ରମାଣ ସମଗ୍ର ଦେଶ ଦେଖୁଛି। ସେ କହିଛନ୍ତି ଯେ, ‘ଶୀଶ ମହଲ’ରେ ଲକ୍ଷାଧିକ ଟଙ୍କାର ଚିମିନି ଇଟାଲୀରୁ ଅଣାଯାଇଛି। ୩୧ ଲକ୍ଷ ଟଙ୍କାର କ୍ରୋକେରି ବିଶ୍ୱର ବିଭିନ୍ନ ଦେଶରୁ ମଗାଯାଇଛି। ଫ୍ରିଜ୍ରେ ଇଣ୍ଟରନେଟ୍ ଓ ଟିଭିର ବ୍ୟବସ୍ଥା ରହିଛି। କରୋନା ମହାମାରୀ ସମୟରେ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ସହ ଏହି ପାପ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande