ଟ୍ରାଇ ଦୂରସଞ୍ଚାର ଅନ୍ତଃସଂଯୋଗ ନିୟମରେ କଲା ସଂଶୋଧନ, ଜାନୁଆରୀ ୧ରୁ ହେବ ଲାଗୁ
ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦୂରସଞ୍ଚାର କମ୍ପାନୀଗୁଡ଼ିକ ମଧ୍ୟରେ ନେଟୱର୍କ ଅନ୍ତଃସଂଯୋଗ ସମ୍ପର୍କିତ ନିୟମରେ ସଂଶୋଧନ କରିଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ବଜାରରେ ଯଥେଷ୍ଟ ପ୍ରଭାବ ରଖୁଥିବା କମ୍ପାନୀଗୁଡ଼ିକ ପାଇଁ ରେଫରେନ୍ସ ଇଣ୍ଟରକନେକ୍ସନ୍ ଅ
ट्राई


ନୂଆଦିଲ୍ଲୀ, ୨୭ ନଭେମ୍ବର (ହି.ସ.)। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦୂରସଞ୍ଚାର କମ୍ପାନୀଗୁଡ଼ିକ ମଧ୍ୟରେ ନେଟୱର୍କ ଅନ୍ତଃସଂଯୋଗ ସମ୍ପର୍କିତ ନିୟମରେ ସଂଶୋଧନ କରିଛି। ନୂଆ ବ୍ୟବସ୍ଥା ଅନୁଯାୟୀ, ବଜାରରେ ଯଥେଷ୍ଟ ପ୍ରଭାବ ରଖୁଥିବା କମ୍ପାନୀଗୁଡ଼ିକ ପାଇଁ ରେଫରେନ୍ସ ଇଣ୍ଟରକନେକ୍ସନ୍ ଅଫର (ଆରଆଇଓ) ଦାଖଲ ଓ ପ୍ରକାଶ କରିବାର ସମୟସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ନେଟୱର୍କ ରାଉଟିଂ ବ୍ୟବସ୍ଥାକୁ ଆଧୁନିକ କରିବା ଏବଂ ନିୟମ ଉଲ୍ଲଂଘନ କ୍ଷେତ୍ରରେ ଆର୍ଥିକ ନିରୁତ୍ସାହନ ବ୍ୟବସ୍ଥା ମଧ୍ୟ କରାଯାଇଛି। ସଂଶୋଧିତ ନିୟମ ୨୦୨୭ ଜାନୁଆରୀ ୧ ତାରିଖରୁ ଲାଗୁ ହେବ।

ଟ୍ରାଇ ଶୁକ୍ରବାର ‘ଦୂରସଞ୍ଚାର ଅନ୍ତଃସଂଯୋଗ (ରେଫରେନ୍ସ ଇଣ୍ଟରକନେକ୍ସନ୍ ଅଫର) (ସଂଶୋଧନ) ବିନିୟମ, ୨୦୨୬’ ଜାରି କରିଛି। ବର୍ତ୍ତମାନର ଲାଇସେନ୍ସ ଓ ପ୍ରାଧିକରଣ ବ୍ୟବସ୍ଥା ଅନୁରୂପ ଅନ୍ତଃସଂଯୋଗ ଢାଞ୍ଚାକୁ ଆଧୁନିକ କରିବା ସହ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସ୍ୱଚ୍ଛତା, ଅଣଭେଦଭାବ ଏବଂ ପ୍ରଭାବଶାଳୀ ନେଟୱର୍କ ସଂଯୋଗ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ।

ନୂଆ ନିୟମ ଅନୁଯାୟୀ, କୌଣସି ଲାଇସେନ୍ସପ୍ରାପ୍ତ କିମ୍ବା ପ୍ରାଧିକୃତ ଦୂରସଞ୍ଚାର ସେବା କ୍ଷେତ୍ରରେ ଯଦି କୌଣସି ସେବା ପ୍ରଦାନକାରୀଙ୍କ ନିର୍ଦ୍ଧାରିତ ମାନଦଣ୍ଡରେ ଅଂଶଧନ ୩୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ରହିଥାଏ, ତେବେ ତାଙ୍କୁ ବଜାରରେ ଯଥେଷ୍ଟ ପ୍ରଭାବଶାଳୀ (ଏସଏମପି) ଭାବେ ବିବେଚନା କରାଯିବ। ଏଥିପାଇଁ ଆଡଜଷ୍ଟେଡ୍ ଗ୍ରସ୍ ରେଭେନ୍ୟୁ, ଗ୍ରାହକ ଆଧାର, ନେଟୱର୍କର ଭଏସ୍ କଲ୍ ପରିଚାଳନା କ୍ଷମତା ଏବଂ ଟ୍ରାଫିକ୍ ପରିମାଣକୁ ଆଧାର କରାଯିବ। ଟ୍ରାଇ ପ୍ରତ୍ୟେକ ସେବା କ୍ଷେତ୍ରରେ ଏହି ମାନଦଣ୍ଡ ଆଧାରରେ ଏସଏମପି ସ୍ଥିତି ନିର୍ଦ୍ଧାରଣ କରିବ।

ଏସଏମପି ଭାବେ ଘୋଷିତ ସେବା ପ୍ରଦାନକାରୀ ଏହି ନିର୍ଦ୍ଧାରଣର ୩୦ ଦିନ ମଧ୍ୟରେ ଅନୁମୋଦନ ପାଇଁ ନିଜର ରେଫରେନ୍ସ ଇଣ୍ଟରକନେକ୍ସନ୍ ଅଫର (ଆରଆଇଓ) ଟ୍ରାଇ ନିକଟରେ ଦାଖଲ କରିବେ। ଅନୁମୋଦନ ମିଳିବାର ୧୫ ଦିନ ମଧ୍ୟରେ ଏହାକୁ ନିଜ ୱେବସାଇଟରେ ପ୍ରକାଶ କରିବାକୁ ପଡ଼ିବ। ଯଦି ଟ୍ରାଇ ପ୍ରକାଶିତ ଆରଆଇଓରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଏ, ତେବେ ସମ୍ପୃକ୍ତ କମ୍ପାନୀକୁ ୧୫ ଦିନ ମଧ୍ୟରେ ସଂଶୋଧିତ ପ୍ରସ୍ତାବ ଦାଖଲ କରିବାକୁ ହେବ ଏବଂ ଅନୁମୋଦନ ମିଳିବା ପରେ ପରବର୍ତ୍ତୀ ୧୫ ଦିନ ମଧ୍ୟରେ ଏହାକୁ ପ୍ରକାଶ କରିବାକୁ ପଡ଼ିବ।

ସଂଶୋଧିତ ନିୟମ ଅନୁଯାୟୀ, ପ୍ରକାଶିତ ଆରଆଇଓ ଆଧାରରେ ଅନ୍ତଃସଂଯୋଗ ଚୁକ୍ତି କରାଯିବ। ତେବେ ସେବା ପ୍ରଦାନକାରୀମାନେ ପାରସ୍ପରିକ ସହମତିରେ ଏହାର ସର୍ତ୍ତାବଳୀରେ ପରିବର୍ତ୍ତନ କରିପାରିବେ। ଏହାଦ୍ୱାରା କମ୍ପାନୀଗୁଡ଼ିକୁ ଏକ ସ୍ୱଚ୍ଛ ମୌଳିକ ବ୍ୟବସ୍ଥା ସହ ବ୍ୟବସାୟିକ ସ୍ତରରେ ନମନୀୟତା ମଧ୍ୟ ମିଳିବ।

ଟ୍ରାଇ ନେଟୱର୍କ ରାଉଟିଂ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରିଛି। ପୁରୁଣା ଏସଡିସିଏ ଏବଂ ଏଲଡିସିଏ ଆଧାରିତ ରାଉଟିଂ ବ୍ୟବସ୍ଥା ବଦଳରେ ଲାଇସେନ୍ସ ସର୍ଭିସ୍ ଏରିଆ (ଏଲଏସଏ) ଆଧାରିତ ବ୍ୟବସ୍ଥା ଲାଗୁ କରାଯିବ। ଏଥିରେ ସ୍ଥାନୀୟ, ଆନ୍ତଃସେବା କ୍ଷେତ୍ର ଏବଂ ଅନ୍ତର୍ଜାତୀୟ କଲ୍‌ର ଆସୁଥିବା ଓ ଯାଉଥିବା ଟ୍ରାଫିକ୍ ପାଇଁ ରାଉଟିଂ ବ୍ୟବସ୍ଥାକୁ ସରଳ କରାଯାଇଛି। ନୂଆ ଢାଞ୍ଚାରେ ଆଇପି ଆଧାରିତ ନେଟୱର୍କ ଏବଂ ଆଧୁନିକ ବୈଷୟିକ ମାନଦଣ୍ଡକୁ ମଧ୍ୟ ସାମିଲ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande