
ନୂଆଦିଲ୍ଲୀ, ୨୮ ନଭେମ୍ବର (ହି.ସ.)- କାଶୀ ତାମିଲ ସଙ୍ଗମମ୍ର ପଂଚମ ସଂସ୍କରଣ ଆରମ୍ଭ ହେବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଖୁସି ବ୍ୟକ୍ତ କରିବା ସହିତ ତାମିଲନାଡୁ ଏବଂ ଦେଶର ଅନ୍ୟାନ୍ୟ ଅଂଚଳରୁ କାଶୀରେ ପହଂଚିଥିବା ପ୍ରତିଭାଗୀମାନଙ୍କୁ ସ୍ୱାଗତ କରିଛନ୍ତି। ଚଳିତ ବର୍ଷର ସଙ୍ଗମମ୍ର ବିଷୟବସ୍ତୁ ‘ତିରୁକ୍କୁରଳ ପୟିଲୋଭମ୍’ (ଆସନ୍ତୁ, ତିରୁକ୍କୁରଳ ଶିଖିବା) ରଖାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତିରୁବଲ୍ଲୁଭରଙ୍କ ଶିକ୍ଷା ମାନବ ଜୀବନର ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ଦେଇଥାଏ।
ପ୍ରଧାନମନ୍ତ୍ରୀ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସଙ୍ଗମମ୍ର ଶୁଭାରମ୍ଭକୁ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ। ସେ ତିରୁକ୍କୁରଳର ୫୦ଟି ଭାଷାରେ ଅନୁବାଦ ପ୍ରକାଶିତ ହେବାକୁ ପ୍ରଶଂସା କରିଥିଲେ। ଏଥିରେ ୧୦ଟି ବିଦେଶୀ ଭାଷା ମଧ୍ୟ ସାମିଲ ରହିଛି। ଏହି ପଦକ୍ଷେପ ଦ୍ୱାରା ମହାନ କବି-ସନ୍ଥ ତିରୁବଲ୍ଲୁଭରଙ୍କ ବିଚାର ଯୁବପିଢ଼ିଙ୍କ ମଧ୍ୟରେ ଆହୁରି ଲୋକପ୍ରିୟ ହୋଇପାରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ କାଶୀ ତାମିଲ ସଙ୍ଗମମ୍ ସାଂସ୍କୃତିକ ଓ ବୌଦ୍ଧିକ ଆଦାନପ୍ରଦାନର ଏକ ସକ୍ରିୟ ମଂଚ ଭାବେ ବିକଶିତ ହୋଇଛି। ଏହାଦ୍ୱାରା ‘ଶ୍ରେଷ୍ଠ ଭାରତ’ର ଭାବନା ମଧ୍ୟ ଅଧିକ ସୁଦୃଢ଼ ହୋଇଛି।
-------------
ହିନ୍ଦୁସ୍ଥାନ ସମାଚାର / ଗଗନ