ଏସ୍ସି-ଏସ୍ଟି ସମାଜର ମହିଳାଙ୍କ ପାଇଁ ପୃଥକ ସଂରକ୍ଷଣ ବ୍ୟବସ୍ଥା କରୁ କେନ୍ଦ୍ର ସରକାର: ମାୟାବତୀ
ଲକ୍ଷ୍ନୌ, ୨୮ ନଭେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଜାତୀୟ ଅଧ୍ୟକ୍ଷା ମାୟାବତୀ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି। ଏଥିସହିତ ଏସ୍ସି-ଏସ୍ଟି ସମାଜର ମହିଳାମାନଙ୍କ ପାଇଁ ପୃଥକ ସ
मायावती की फाइल फाेटाे


ଲକ୍ଷ୍ନୌ, ୨୮ ନଭେମ୍ବର (ହି.ସ.)- ବହୁଜନ ସମାଜ ପାର୍ଟି (ବିଏସ୍ପି)ର ଜାତୀୟ ଅଧ୍ୟକ୍ଷା ମାୟାବତୀ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି। ଏଥିସହିତ ଏସ୍ସି-ଏସ୍ଟି ସମାଜର ମହିଳାମାନଙ୍କ ପାଇଁ ପୃଥକ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି।

ବିଏସ୍ପି ମୁଖ୍ୟ ମାୟାବତୀ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ବିଏସ୍ପି ଆରମ୍ଭରୁ ଦେଶର ସବୁ ବର୍ଗର ମହିଳାଙ୍କ ସମ୍ମାନ ଓ ସୁରକ୍ଷା ସହିତ ରାଜନୀତିରେ ସେମାନଙ୍କୁ ଉପଯୁକ୍ତ ସୁଯୋଗ ଦେବା ସପକ୍ଷରେ ରହିଆସିଛି। ଏଥିପାଇଁ ଦଳ ସମୟ ସମୟରେ ଦାବି ମଧ୍ୟ କରିଆସିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସାମ୍ପ୍ରତିକ ନିଷ୍ପତିକୁ ସେ ସ୍ୱାଗତ କରିଛନ୍ତି।

ସେ କହିଛନ୍ତି ଯେ, ଶତାବ୍ଦୀ ଧରି ଶୋଷିତ, ପୀଡ଼ିତ ଓ ଅବହେଳିତ ହୋଇଆସୁଥିବା ବିଶେଷକରି ଏସ୍ସି ଓ ଏସ୍ଟି ସମାଜର ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ପୃଥକ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲେ ଏହା ଆହୁରି ଭଲ ଏବଂ ଐତିହାସିକ ପଦକ୍ଷେପ ହୋଇଥାନ୍ତା। ଏହାଦ୍ୱାରା ସଂକୀର୍ଣ୍ଣ ମନୋଭାବ, ଜାତିବାଦ, ଧନବଳ ଓ ବାହୁବଳରେ ପ୍ରଭାବିତ ଦେଶର ନିର୍ବାଚନୀ ରାଜନୀତିରେ ସେମାନଙ୍କୁ ମଧ୍ୟ ଉପଯୁକ୍ତ ଭାବେ ଭାଗ ନେବା ଏବଂ ଆଗକୁ ବଢ଼ିବାର ସୁଯୋଗ ମିଳିପାରିଥାନ୍ତା। ଏହା ନିଶ୍ଚିତ ଭାବେ ଦେଶ ଓ ଜନସାଧାରଣଙ୍କ ହିତରେ ହୋଇଥାନ୍ତା। କେନ୍ଦ୍ର ସରକାର ଏବେ ମଧ୍ୟ ଏହି ପ୍ରସଙ୍ଗରେ ସହାନୁଭୂତିର ସହ ବିଚାର କଲେ ତାହା ଉଚିତ ଓ ନ୍ୟାୟସଙ୍ଗତ ହେବ ବୋଲି ସେ କହିଛନ୍ତି।

ମାୟାବତୀ ଆହୁରି କହିଛନ୍ତି ଯେ, ଦେଶର ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭାର ବର୍ତମାନର ଆସନ ସଂଖ୍ୟାରେ ୫୦ ପ୍ରତିଶତ ବୃଦ୍ଧି ଆଦି ସମ୍ପର୍କିତ ତିନୋଟି ବିଲ୍ ଏବଂ ଏହା ସହ ଜଡ଼ିତ ପରିସୀମନ ନିର୍ଦ୍ଧାରଣ ସମୟରେ ଆସନ ସୀମା ନିର୍ଦ୍ଧାରଣରେ ଅନିୟମିତତା କରି ରାଜନୈତିକ ଓ ନିର୍ବାଚନୀ ସ୍ୱାର୍ଥ ପୂରଣ କରିବାର ଅଭିଯୋଗ କୌଣସି ନୂଆ କଥା ନୁହେଁ। ପ୍ରକୃତରେ କେନ୍ଦ୍ରରେ ଯେଉଁ ଦଳ କ୍ଷମତାରେ ରହେ, ସେ ଏଭଳି ଅଧିକାଂଶ ମାମଲାରେ ଦେଶ ଓ ଜନସାଧାରଣଙ୍କ ହିତ ଅପେକ୍ଷା ନିଜ ଦଳର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇଥାଏ। ଏହା କାହାକୁ ଅଜଣା ନାହିଁ ବୋଲି ସେ କହିଛନ୍ତି।

ଏଭଳି ପରିସ୍ଥିତିରେ ଦେଶର ସବୁ ବର୍ଗର ଲୋକେ କୌଣସି ଧର୍ମ, ଜାତି ଓ ଆଂଚଳିକତା ଭାବନାରେ ପ୍ରଭାବିତ ନହୋଇ ଏବଂ ଆକର୍ଷଣୀୟ ପ୍ରତିଶ୍ରୁତି, ଦାବି ଓ ଘୋଷଣାର ପ୍ରଲୋଭନରେ ନପଡ଼ି ଏକ ଭଲ ସରକାର ଗଠନ ପାଇଁ ଯୋଗ୍ୟ ଲୋକଙ୍କୁ ହିଁ ନିର୍ବାଚିତ କରିବାର ସଂକଳ୍ପ ନେବା ଉଚିତ। ଏହା ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଏବଂ ସମ୍ମାନର ପ୍ରକୃତ ଗ୍ୟାରେଂଟି ହେବ। ଏଥିପାଇଁ ବିଏସ୍ପି ସର୍ବଦା ପ୍ରତିବଦ୍ଧ ବୋଲି ମାୟାବତୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande