ଶନିବାର ଅଯୋଧ୍ୟାର ଦୀପୋତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, ୬ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶନିବାର, ନଭେମ୍ବର ୭ ତାରିଖରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ କରିବେ। ଏହି ଗସ୍ତ ଅବସରରେ ସେ ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ।ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଗସ୍ତ ସମୟରେ ସି.ପି. ରାଧ
उपराष्ट्रपति सीपी राधाकृष्णन (फाइल फोटो )


ନୂଆଦିଲ୍ଲୀ, ୬ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶନିବାର, ନଭେମ୍ବର ୭ ତାରିଖରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ କରିବେ। ଏହି ଗସ୍ତ ଅବସରରେ ସେ ଦୀପୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେବେ।ଉପରାଷ୍ଟ୍ରପତି ସଚିବାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ଗସ୍ତ ସମୟରେ ସି.ପି. ରାଧାକୃଷ୍ଣନ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏଥିସହ ଅଯୋଧ୍ୟାରେ ଆୟୋଜିତ ପ୍ରଭୁ ଶ୍ରୀରାମଙ୍କ ପ୍ରତୀକାତ୍ମକ ରାଜ୍ୟାଭିଷେକ ସମାରୋହରେ ମଧ୍ୟ ଯୋଗଦେବେ।

ଏହି ଅବସରରେ ଉପରାଷ୍ଟ୍ରପତି ପୂଜ୍ୟ ସନ୍ଥମାନଙ୍କୁ ସମ୍ମାନିତ କରିବେ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande