ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ଆଦିବାସୀଙ୍କ ହକ୍, ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଁ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ
ବଲାଙ୍ଗିର, 08 ନଭେମ୍ବର (ହି.ସ.) ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମାୟାବାର୍ହା ଗ୍ରାମ ପଞ୍ଚାୟତର ପିପଳକାନୀ ଗ୍ରାମରେ ରାଜ୍ୟସଭା ସାଂସଦ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିରୁ ନିର୍ମିତ ନବନିର୍ମିତ ଆଦିବାସୀ ଭବନର ଶୁଭ ଉଦ୍ଘାଟନ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ
ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ଆଦିବାସୀଙ୍କ ହକ୍, ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଁ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ


ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ଆଦିବାସୀଙ୍କ ହକ୍, ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଁ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ


ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି ଆଦିବାସୀଙ୍କ ହକ୍, ଅଧିକାର ଓ ସାମ୍ବିଧାନିକ ସୁରକ୍ଷା ପାଇଁ ଏକଜୁଟ ହୋଇ ସଂଗ୍ରାମ କରିବାକୁ ଆହ୍ୱାନ


ବଲାଙ୍ଗିର, 08 ନଭେମ୍ବର (ହି.ସ.)

ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମାୟାବାର୍ହା ଗ୍ରାମ ପଞ୍ଚାୟତର ପିପଳକାନୀ ଗ୍ରାମରେ ରାଜ୍ୟସଭା ସାଂସଦ ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିରୁ ନିର୍ମିତ ନବନିର୍ମିତ ଆଦିବାସୀ ଭବନର ଶୁଭ ଉଦ୍ଘାଟନ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ ଆଦିବାସୀ ଭବନର ଶୁଭ ଉଦ୍ଘାଟନ କରିଥିଲେ। ଆଦିବାସୀ ସମାଜର ସାମାଜିକ, ଶିକ୍ଷାଗତ, ସାଂସ୍କୃତିକ ଓ ସାଙ୍ଗଠନିକ ବିକାଶ ଦିଗରେ ଏହି ଭବନ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଶ୍ରୀ ବିଶି ନିଜ ଉଦ୍ବୋଧନରେ ଆଦିବାସୀ ସମାଜର ଶିକ୍ଷା, ଏକତା, ସଚେତନତା ଓ ସାମାଜିକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ। ଆଦିବାସୀମାନଙ୍କ ଜମି, ଜଙ୍ଗଲ, ଜଳ, ଜୀବିକା, ଭାଷା, ସଂସ୍କୃତି ଓ ପାରମ୍ପରିକ ଅଧିକାରର ସୁରକ୍ଷା ସହିତ ସମ୍ବିଧାନ ପ୍ରଦତ୍ତ ଅଧିକାର ହାସଲ ପାଇଁ ସମସ୍ତେ ସଚେତନ ଓ ସଂଗଠିତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ପଦ୍ମନ ପ୍ରଧାନୀ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝି, ବ୍ଲକ ସଭାପତି ପାଳେଶ୍ୱର ଭୋଇ ଓ ଆଦିବାସୀ ନେତା ଅଚ୍ୟୁତ ଧରୁଆ, ଅଭିରାମ ମାଝି, ଉଜ୍ବଳ ବରିହା, ସ୍ୱତନ୍ତ୍ର କନ୍ଦା ଗୁଣ ବରିହା ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ।

ବକ୍ତାମାନେ ଆଦିବାସୀ ସମାଜର ସର୍ବାଙ୍ଗୀନ ବିକାଶ, ସାମାଜିକ ନ୍ୟାୟ, ଶିକ୍ଷାର ପ୍ରସାର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଏକତାବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ। ଆଦିବାସୀଙ୍କ ନ୍ୟାୟସଙ୍ଗତ ହକ୍ ଓ ଅଧିକାର ହାସଲ ପାଇଁ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପଦ୍ଧତିରେ ଦୁର୍ବାର ସଂଗ୍ରାମ ଜାରି ରଖିବାକୁ ନେତୃବୃନ୍ଦ ଆହ୍ୱାନ ଦେଇଥିଲେ।

ନବନିର୍ମିତ ଆଦିବାସୀ ଭବନ ଆଗାମୀ ଦିନରେ ଆଦିବାସୀ ସମାଜର ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ସାମାଜିକ ସଚେତନତା ଓ ସାଙ୍ଗଠନିକ କାର୍ଯ୍ୟକଳାପ ପାଇଁ ଏକ ଉପଯୋଗୀ ମଞ୍ଚ ହେବ ବୋଲି ଆଶା ପ୍ରକାଶ ପାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande