ଖାଦ୍ୟ ଅନ୍ଵେଷଣରେ ଗାଁ ମୁହାଁ ଭାଲୁ, ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ କରାଯାଉଛି ସଚେତନ
ମାଲକାନଗିରି, ୮ ନଭେମ୍ବର (ହି.ସ.)- ଚିତ୍ରକୋଣ୍ଡା ବନାଞ୍ଚଳ ଅନ୍ତର୍ଗତ ଦାତୁନଙ୍ଗୁଡ଼ା ସୀମାନ୍ତ ସିଲେରୁ ଜଙ୍ଗଲ ଅଞ୍ଚଳ ତଥା ଏହାର ଆଖପାଖ ଚାଷ ଜମିରେ ଗୋଟିଏ ମାଈ ଭାଲୁ ତା''ର ଦୁଇଟି ଛୁଆଙ୍କ ସହିତ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ମକା, ମାଣ୍ଡିଆ ଆଦି ଫସଲ ଚାଷ ହୋଇଥି
ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ଭାଲୁ, ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ କରାଯାଉଛି ସଚେତନ


ମାଲକାନଗିରି, ୮ ନଭେମ୍ବର (ହି.ସ.)- ଚିତ୍ରକୋଣ୍ଡା ବନାଞ୍ଚଳ ଅନ୍ତର୍ଗତ ଦାତୁନଙ୍ଗୁଡ଼ା ସୀମାନ୍ତ ସିଲେରୁ ଜଙ୍ଗଲ ଅଞ୍ଚଳ ତଥା ଏହାର ଆଖପାଖ ଚାଷ ଜମିରେ ଗୋଟିଏ ମାଈ ଭାଲୁ ତା'ର ଦୁଇଟି ଛୁଆଙ୍କ ସହିତ ଖାଦ୍ୟ ଅନ୍ୱେଷଣରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ମକା, ମାଣ୍ଡିଆ ଆଦି ଫସଲ ଚାଷ ହୋଇଥିବାରୁ ଭାଲୁ ପରିବାର ଖାଦ୍ୟ ସନ୍ଧାନରେ ଚାଷ ଜମି ନିକଟକୁ ଆସିବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳର ସମସ୍ତ ଜନସାଧାରଣ, ଚାଷୀ ଓ ଗ୍ରାମବାସୀମାନଙ୍କୁ ଚିତ୍ରକୋଣ୍ଡା ବନାଞ୍ଚଳ, ମାଲକାନଗିରି ବନଖଣ୍ଡ ପକ୍ଷରୁ ଜଙ୍ଗଲ ଓ ଚାଷ ଜମି ନିକଟକୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏକୁଟିଆ ଜଙ୍ଗଲ କିମ୍ବା ଚାଷ ଜମିକୁ ଯିବାରୁ ନିବୃତ୍ତ ରୁହନ୍ତୁ। ଭାଲୁ କିମ୍ବା ତା'ର ଛୁଆମାନଙ୍କୁ ଦେଖିଲେ ସେମାନଙ୍କ ନିକଟକୁ ଯାଆନ୍ତୁ ନାହିଁ ଏବଂ ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଭାଲୁକୁ ପଥର ମାରିବା, ହଇରାଣ କରିବା କିମ୍ବା ଉତ୍ତେଜିତ କରିବା ଭଳି କାର୍ଯ୍ୟ କରନ୍ତୁ ନାହିଁ। ଭାଲୁ ଦେଖାଗଲେ ତୁରନ୍ତ ନିକଟସ୍ଥ ବନ କର୍ମଚାରୀଙ୍କୁ ଖବର ଦିଅନ୍ତୁ। ଭାଲୁ ଓ ତା'ର ଛୁଆମାନଙ୍କୁ କୌଣସି ପ୍ରକାରେ କ୍ଷତି ନ ପହଞ୍ଚାଇ ସେମାନଙ୍କୁ ନିଜ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ରହିବାକୁ ଦିଅନ୍ତୁ। ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ମଣିଷର ଜୀବନ ରକ୍ଷା ମଧ୍ୟ ଆମ ସମସ୍ତଙ୍କ ଦାୟିତ୍ୱ। ତେଣୁ ଭୟଭୀତ ନ ହୋଇ ସତର୍କ ରୁହନ୍ତୁ ବୋଲି ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ସାରକା ଲୋକଙ୍କୁ ସଚେତନ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande