ପ୍ରକୃତ ଚାଷୀଙ୍କୁ ଶେରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପକ୍ଷରୁ କୃଷି ଋଣ ଦିଆଯାଉନି
ଗଞ୍ଜାମ, ୮ ନଭେମ୍ବର (ହି.ସ.)- ଶେରଗଡ ଶାଖା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରକୃତ ଚାଷୀଙ୍କୁ କୃଷି ଋଣ ଦିଆଯାଉନି। ଫସଲଵୀମା କରାଯାଉନି। କେତେକ ହାତଗଣତି ତେଲିଆ ଲୋକଙ୍କୁ ଏହି ସୁବିଧା ମିଳୁଛି। ଫଳରେ ଏହି ସୀମିତ ଚାଷୀ ମାନେ କେବଳ ସରକାରଙ୍କ ସମସ୍ତ କୃଷି ସହାୟତା ଓ ଋଣ ଛାଡ ସୁବିଧା ପାଉଛନ୍ତି।
ପ୍ରକୃତ ଚାଷୀଙ୍କୁ ଶେରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପକ୍ଷରୁ କୃଷି ଋଣ ଦିଆଯାଉନି


ଗଞ୍ଜାମ, ୮ ନଭେମ୍ବର (ହି.ସ.)- ଶେରଗଡ ଶାଖା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରକୃତ ଚାଷୀଙ୍କୁ କୃଷି ଋଣ ଦିଆଯାଉନି। ଫସଲଵୀମା କରାଯାଉନି। କେତେକ ହାତଗଣତି ତେଲିଆ ଲୋକଙ୍କୁ ଏହି ସୁବିଧା ମିଳୁଛି। ଫଳରେ ଏହି ସୀମିତ ଚାଷୀ ମାନେ କେବଳ ସରକାରଙ୍କ ସମସ୍ତ କୃଷି ସହାୟତା ଓ ଋଣ ଛାଡ ସୁବିଧା ପାଉଛନ୍ତି। ଅନ୍ଯଚାଷୀମାନେ ଜଳକା ଭଳି ଚାହିଁ ରହୁଛନ୍ତି। ପିତଳ ଅଞ୍ଚଳର ବହୁ ସେଵା ସମବାୟ ସଭ୍ୟ କୃଷି ଋଣ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଋଣ ଦିଆଯାଉନି। ଫଳରେ ପିତଳ ଅଞ୍ଚଳର ଚାଷୀ ମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଓ ସଭାପତି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande