ଅପ୍ରେଲ ୧ ରୁ କାର୍ଯ୍ୟକ୍ଷମ ହେବ ଓଡ଼ିଶା ରାଜ୍ୟ ବ୍ୟାଡମିଂଟନ ଏକାଡେମୀ
ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ)-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ସ୍ଥିତ“ଡାଲମିଆ ଭାରତ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଂଟର” ଠାରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକ୍ଷମ ହେବାକୁ ଯାଉଛି।ଏହି କେନ୍ଦ୍ରକୁ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ କରି ଓଡ଼ିଶାର ପ୍ରତିଭାବାନ ଖେ
badminton


ଭୁବନେଶ୍ୱର, ୨୦ ଫେବୃୟାରୀ (ହି.ସ)-ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ସ୍ଥିତ“ଡାଲମିଆ ଭାରତ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇପରଫର୍ମାନ୍ସ ସେଂଟର” ଠାରେ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଏକାଡେମୀ କାର୍ଯ୍ୟକ୍ଷମ ହେବାକୁ ଯାଉଛି।ଏହି କେନ୍ଦ୍ରକୁ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ କରି ଓଡ଼ିଶାର ପ୍ରତିଭାବାନ ଖେଳାଳିଙ୍କୁ ଉଚ୍ଚମାନର ବ୍ୟାଡମିଂଟନ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଂଟନ ଫାଉଣ୍ଡେସନ(ପିଜିବିଏଫ)ର ପ୍ରସ୍ତାବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିସାରିଛନ୍ତି ।ଏହି ଏକାଡେମୀ କାର୍ଯ୍ୟକାରୀ ହେବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ, ଡାମଲିଆ ସିମେଣ୍ଟ(ଭାରତ) ଏବଂ ପୁଲେଲା ଗୋପୀଚାନ୍ଦ ବ୍ୟାଡମିଂଟନ ଫାଉଣ୍ଡେସନର ମିଳିତ ପ୍ରୟାସ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଗତକାଲି ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଭୁପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଡଃ.ୟେଦୁଲା ବିଜୟ, ପୁଲେଲା ଗୋପୀଚାନ୍ଦ ବ୍ୟାଡମିଂଟନ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀ ପୁଲେଲା ଗୋପୀଚାନ୍ଦ ଏବଂ ଡାଲମିଆ ସିମେଂଟ (ଭାରତ)ର କର୍ତୃପକ୍ଷମାନେ ଯୋଗଦେଇ ଆଲୋଚନା କରିଥିଲେ।

ଅନୁଷ୍ଠିତ ବୈଠକରେ ଆରମ୍ଭ ହେବାକୁ ଥିବା ରାଜ୍ୟ ବ୍ୟାଡମିଂଟନ ପ୍ରଶିକ୍ଷଣଏକାଡେମୀର ବାର୍ଷିକ କାର୍ଯ୍ୟ ପରିଚାଳନା, ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ଖର୍ଚ୍ଚ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିନେଇ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରାଯିବ ଏବଂ ଡାଲମିଆ ସିମେଂଟ(ଭାରତ) ମଧ୍ୟ ଆର୍ôଥକ ସହଯୋଗ କରିବ । ଏକାଡେମୀରେ ପ୍ରଶିକ୍ଷଣ ଆରମ୍ଭ କରାଯିବା ନେଇ ରହୁଥିବା ଆନୁଷଙ୍ଗିକ ସମସ୍ୟାର ସମାଧାନ ଓ ପ୍ରସ୍ତୁତି କରି ଏହି ଏକାଡେମୀକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟ ସରକାରଙ୍କ ପକ୍ଷରୁସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ରାଜ୍ୟର କ୍ରୀଡ଼ା ପ୍ରତି ପ୍ରତିବଦ୍ଧତା ରହିଛି। କଳିଙ୍ଗ ଷ୍ଟାଡିୟମରେ ଅନ୍ୟକ୍ରୀଡ଼ା ସହିତ ବ୍ୟାଡମିଂଟନ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯାଉଥିବା ସେ ପ୍ରକାଶ କରିଥିଲେ । କଳିଙ୍ଗ ଷ୍ଟାଡିୟମ ଠାରେ ବ୍ୟାଡମିଂଟନ ଏକାଡେମୀ କାର୍ଯ୍ୟକାରୀ ହେବା , ଏହା ରାଜ୍ୟର ବ୍ୟାଡମିଂଟନ ପ୍ରତିଭାମାନଙ୍କୁ ଚିହ୍ନଟ ସହ ସେମାନଙ୍କ ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ। ସୁନାମଧନ୍ୟ ବ୍ୟାଡମିଂଟନ କୋଚ୍‌ଶ୍ରୀ ପୁଲେଲା ଗୋପୀଚାନ୍ଦ ଏବଂ ଅଭିଜ୍ଞ ଅନ୍ୟ ବ୍ୟାଡମିଣ୍ଟନ କୋଚମାନଙ୍କ ଦ୍ୱାରା ଏଠାରେ ଉଚ୍ଚମାନର ପ୍ରଶିକ୍ଷଣ ପ୍ରଦାନ କରାଯାଇ ଓଡ଼ିଶାରୁ ଆନ୍ତର୍ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି ସୃଷ୍ଟି କରିବା, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରଖିଥିବା ସେ ପ୍ରକାଶ କରିଛନ୍ତି।

ପ୍ରସିଦ୍ଧ କୋଚ୍‌ଶ୍ରୀ ଗୋପୀଚାନ୍ଦ ରାଜ୍ୟ ପ୍ରଶିକ୍ଷଣ ଏକାଡେମୀ ଆରମ୍ଭ ନେଇ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ହାଇ ପରଫରମାନ୍ସ ସେଂଟରକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ ଆଗାମୀ ଅପ୍ରେଲ ୧ରୁ ଏକାଡେମୀ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପାଇଁ ସେ ଆଶାବାଦୀ ରହିଛନ୍ତି ବୋଲି ପ୍ରକାଶ କରିଥିଲେ।ଓଡ଼ିଶାର ପ୍ରତିଭାମାନ ବ୍ୟାଡମିଂଟନ ଖେଳାଳିଙ୍କୁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେଇ ଓଡ଼ିଶାକୁ ଆନ୍ତର୍ଜାତୀୟ ବ୍ୟାଡମିଂଟନ ମାନଚିତ୍ରରେ ନୂଆ ପରିଚୟ ଦେବାରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, କଳିଙ୍ଗ ଷ୍ଟାଡିୟମ ଠାରେ ଗତ ୨୦୨୪ ଡିସେମ୍ବର ୧୨ ତାରିଖରେ ଏହି ହାଇ ପରଫରମାନ୍ସ ସେଂଟର ଆନୁଷ୍ଠାନିକଭାବେ ଉଦଘାଟନ କରାଯାଇଥିଲା।ଏହି କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ଓ ପ୍ରସିଦ୍ଧ ବ୍ୟାଡମିଂଟନ କୋଚ୍‌ଶ୍ରୀ ପୁଲେଲା ଗୋପୀଚାନ୍ଦ ଉପସ୍ଥିତ ଥିଲେ। ଏକ ବୃହତାକାର“ ଶଟଲ କକ୍‌” ଆକୃତିର ଅତ୍ୟାଧୁନିକ ଶୈଳୀରେ ଏଠାରେ ଏକାଧିକ ବ୍ୟାଡମିଂଟନ କୋର୍ଟ, ଦର୍ଶକଙ୍କ ବସିବା ସୁବିଧା, ଆମ୍ଫିଥିଏଟର ସହ ଖେଳାଳିଙ୍କ ପାଇଁ ଆବାସିକ ସୁବିଧା ରହିଛି । ଓଡ଼ିଶା ସରକାର, ପୁଲେଲା ଗୋପିଚନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ଓ ଡାଲମିଆ (ଭାରତ) ଗ୍ରୁପ୍‌?ର ସହଯୋଗରେ ଏହା ନିର୍ମିତ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande