
ଖୋର୍ଦ୍ଧା ,15 ଫେବ୍ରୁଆରି (ହି.ସ.) - ଖୋର୍ଦ୍ଧା ଉପକଣ୍ଠ ଅରାଙ୍ଗ ଖେଳପଡିଆ ଠାରେ ଅରାଙ୍ଗ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୪ ତମ ବାଲୁଙ୍କେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି।ଆଜିର ଉଦଘାଟନୀ ଦିବସ ରେ ଗ୍ରାମର ସମାଜସେବୀ ସୁଶାନ୍ତ କୁମାର ନାଟୁଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ।ଆଜିର ପ୍ରଥମ ମ୍ୟାଚରେ ପଲାସପୁର୍ ଦଳ ଅରିସଲ ଦଳ କୁ ୦୨ ରନ୍ ରେ ପରାସ୍ତ କରିଛି । ଟସ ଜିତି ଅରିସଲ୍ ଦଳ ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ପଳାଶପୁର୍ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୦୬ ୱିକେଟ ହରାଇ ୧୧୮ରନ୍ ସଂଗ୍ରହ କରିଥିଲା।ଦଳ ପକ୍ଷରୁ ଚନ୍ଦନ କୁମାର ସାହୁ ୩୨ ରନ୍ ସଂଗ୍ରହ କରିଥିଲେ। ଜବାବ ରେ ଆରିସଲ ଦଳ ୧୦ ଓଭର ରେ ୫ ଟି ୱିକେଟ ହରାଇ ୧୧୬ ରନ୍ ସଂଗ୍ରହ ପରାସ୍ତ ହୋଇଥିଲେ।ପଳାଶ ପୁର ଦଳ ପକ୍ଷରୁ ଚନ୍ଦନ କୁମାର ସାହୁ ୩୨ ରନ୍ ଓ ୩ ଟି ୱିକେଟ ନେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଦ୍ଵିତୀୟ ମ୍ୟାଚ ଗୁରୁଜଙ୍ଗ ଏବଂ ଯାଆଁଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଟସ୍ ରେ ବିଜୟ ଲାଭ କରି ଯାଆଁଳା ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ଯାଆଁଳା ଦଳ ନିର୍ଦ୍ଧାରିତ ୧୦ ଓଭର ରୁ ୯ ୱିକେଟ ହରାଇ ୯୬ରନ ସଂଗ୍ରହ କରିଥିଲେ।ଜବାବରେ ଗୁରୁଜଙ୍ଗ ଦଳ ନିର୍ଦ୍ଧାରିତ ୮ ଓଭର ରୁ ୯୮ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ।ଗୁରୁଜଙ୍ଗ ଦଳର ଅନିଲ ବରାଳ ୪ ଟି ୱିକେଟ ନେଇ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ।ଆଜିର ଦିତୀୟାର୍ଦ୍ଧ ରେ ଗୁରୁଜଙ୍ଗ ଓ ପଳାଶ ପୁର ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଟସ୍ ରେ ବିଜୟ ଲାଭ କରି ପଳାଶ ପୁର ଦଳ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି ଗୁରୁଜଙ୍ଗ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୩ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା।ଜବାବ ରେ ପଳାଶପୁର ଦଳ ନିର୍ଦ୍ଧାରିତ ୧୦ ଓଭର ରୁ ୧୧୦ ରନ୍ ସଂଗ୍ରହ କରି ୪୯ ରନ୍ ରେ ପରାସ୍ତ ହୋଇଥିଲା ଓ ଗୁରୁଜଙ୍ଗ ସେମି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା।ଗୁରୁଜଙ୍ଗ ଦଳ ର ବିଶ୍ୱାସ ରଥ ଧୁଁଆଧାର ୮୩ ରନ୍ ର ପାରି ଖେଳି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ଆଜିର ଖେଳକୁ ସୁମନ୍ତ ବେହେରା,ଶିବରାମ ପୃଷ୍ଟି ଓ ସୂର୍ଯ୍ୟକାନ୍ତ ସ୍ୱାଇଁ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ଆଲୋକ ପ୍ରତିହାରୀ ରହିଥିଲେ।ସେହିପରି ଭାଷ୍ୟକାର ଭାବରେ ପ୍ରଶାନ୍ତ ନାଟୁଆ ଓ ସତ୍ୟବ୍ରତ ଦାସ କାର୍ଯ୍ୟ କରିଥିଲେ। ସୁଭେନ୍ଦୁ ପୃଷ୍ଟି ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ। ଦିତୀୟ ଦିବସ ସୋମବାର ପ୍ରଥମ ମ୍ୟାଚ୍ ଗଙ୍ଗପଡା ବନାମ ପାନବରଜ ଓ ଦ୍ବିତୀୟ ମ୍ୟାଚ୍ କୁମାରବସ୍ତ ବନାମ ଭାଲିଆବାଡି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁଜିତ୍ ସାମନ୍ତରାୟ ଜଣାଇଛନ୍ତି।ଆଜିର ମ୍ୟାଚଗୁଡ଼ିକୁ ଅରାଙ୍ଗ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ