
ସମ୍ବଲପୁର/ଭୁବନେଶ୍ୱର, ୧୫ ଫେବୃୟାରୀ (ହି.ସ)- ସମ୍ବଲପୁରରେ ଆୟୋଜିତ ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଂଟର ଉଦଯାପନୀ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ସମ୍ବଲପୁର ସହର ସ୍ଥିତ ବୀର ସୁରେନ୍ଦ୍ର ଷ୍ଟାଡିୟମରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଳାର ଫୁଟବଲ ଟିମ୍ ଗୁଡ଼ିକ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଫାଇନାଲ ମ୍ୟାଚ ଖେଳୁଥିବା ଖେଳାଳି ମାନଙ୍କ ସହ ହାତ ମିଳାଇ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ର ମନ୍ତ୍ରୀ । ଏହାସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ପୂର୍ବତନ ଫୁଟବଲ ଖେଳାଳି ମାନଙ୍କୁ ସମ୍ମାନିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା