
କେନ୍ଦ୍ରାପଡ଼ା, ୦୩ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆଦବିକା ଯୋଜନାରେ ଏକ ଜିଲ୍ଲା ସ୍ତରୀୟ ଦିନିକିଆ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ(ରାଜସ୍ୱ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଋଣ ବିଭାଗର ମୁଖ୍ୟ ଶାଖା ପରିଚାଳକ ଇପ୍ସିତା ରଥ, ଜିଲ୍ଲା ନିୟୋଜନ ଅଧିକାରୀ ଇନ୍ଦିରା ମଲ୍ଲିକ, ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସ୍ମୃତିରଂଜନ ବେହେରା ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦ରୁ ଉର୍ଦ୍ଧ୍ୱ କିଶୋର, କିଶୋରୀ, ଜିଲ୍ଲାରସମସ୍ତ ସିଡିପିଓ, ପିଓ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମକର୍ତା ପ୍ରମୁଖ ଉପସ୍ଥିତ ରହି ଭୋକେସନାଲ୍ ଟ୍ରେନିଙ୍ଗ୍, ଫାଇନାନ୍ସସିଆଲ୍ ଲିଟେରାସି କ୍ୟାରିୟର୍ କାଉନ୍ସିଲିଂ, ଆର୍ôଥକ ସାକ୍ଷରତା ଓ ପେଷାଗତ ପରାମର୍ଶ ଧନ୍ଦାମୂଳ କଶିକ୍ଷା ଓ ବୃତି ମୂଳକ ଶିକ୍ଷା ଉପରେ କିଶୋର କିଶୋରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପଖସ ଭାରତୀ ବେହେରା ଧନ୍ୟବାଦ ଅର୍ପଣକରିଥିଲେ ।
.......................................
ହିନ୍ଦୁସ୍ଥାନ ସମାଚାର / ରବି