ବନ୍ତରେ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ
ଭଦ୍ରକ, ୩ ଫେବୃୟାରୀ (ହି.ସ.) - ଏହି ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ପଞ୍ଚାୟତ ସମିତି ସମ୍ମୀଳନୀ କକ୍ଷରେ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ସ
BANTA PANCHAYAT SAMITI BAITHAK


ଭଦ୍ରକ, ୩ ଫେବୃୟାରୀ (ହି.ସ.) - ଏହି ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ପଞ୍ଚାୟତ ସମିତି ସମ୍ମୀଳନୀ କକ୍ଷରେ ଆଜି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ବ୍ଲକ୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ସରକାରୀ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହିତ ବନ୍ତ ବ୍ଲକ୍ର କୋଣ ଅନୁକୋଣରେ ବିକାଶ ମୂଳକ କାର୍ଯ୍ୟ କରିବା ହିଁ ତାଙ୍କର ମୂଳ ଲକ୍ଷ୍ୟ। ଏବଂ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ଓ ଅଧିକାର ପାଇଁ ସଦାସର୍ବଦା ବ୍ଲକ୍ କାର୍ଯ୍ୟାଳୟ ଠାରୁ ବିଧାନସଭା ଗୃହ ପର୍ଯ୍ୟନ୍ତ ଦାବି ଉପସ୍ଥାପନା କରିବେ ବୋଲି ବିଧାୟକ ଶ୍ରୀ ମଲ୍ଲିକ ମତପ୍ରକାଶ କରିଥିଲେ। ଏହି ବୈଠକରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମସ୍ତ ବିଭାଗର ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀ, ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ମଧ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande