ଆଦିବାସୀ ମାନଙ୍କ ଜମି ଜଳ ଜଙ୍ଗଲ ଜୀବନ ଜୀବିକା ସୁରକ୍ଷିତ ନୁହେଁ: ନିରଞ୍ଜନ ବିଶି
ଡବଲ ଇଞ୍ଜିନ ସରକାର ରେ ସବୁ ସ୍କିମ୍ ବନ୍ଦ
ଆଦିବାସୀ ମାନଙ୍କ ଜମି ଜଳ ଜଙ୍ଗଲ ଜୀବନ ଜୀବିକା ସୁରକ୍ଷିତ ନୁହେଁ: ନିରଞ୍ଜନ ବିଶି


ବଲାଙ୍ଗିର, 03 ଫେବ୍ରୁଆରି (ହି.ସ.)

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ ପ୍ରସ୍ତାବରେ ଅଂଶଗ୍ରହଣ କରି ସାଂସଦ ନିରଞ୍ଜନ ବିଶି କହିଲେ ଯେ ମାନ୍ୟବର ରାଷ୍ଟ୍ରପତି ଓଡିଶା ମାଟିର ଝିଅ ଏବଂ ଆଦିବାସୀ ସମ୍ପ୍ରଦାୟର ତେଣୁ ଆମେ ଗର୍ବିତ ଏବଂ ଖୁସି ବୋଲି ପ୍ରକାଶ କରିବା ସହିତ କ୍ଷୋଭ ବ୍ୟକ୍ତ କରି କହିଲେ ଯେ ଦେଶରେ ଆଦିବାସୀ ମାନେ ସୁରକ୍ଷିତ ନୁହଁନ୍ତି l ଆଦିବାସୀ ମାନଙ୍କ ଜମି,ଜଳ, ଜଙ୍ଗଲ,ଜୀବନଜୀବିକା ସୁରକ୍ଷିତ ନୁହେଁ l ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ହେଉଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଓଡିଶା ର ଆଦିବାସୀ, ଦଳିତ, ମହିଳା, କୃଷକ, ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କରିଥିଲେ l ମହିଳା ମାନଙ୍କୁ ୧୦ ଲକ୍ଷ ପୁରୁଷ ମାନଙ୍କୁ ୫ଲକ୍ଷ ର ଆର୍ଥିକ ସହାୟତା ଦେଉଥିଲେ l ବିଏସକେୱାଇ କାର୍ଡ ରେ ସବୁ ହସ୍ପିଟାଲ ରେ ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଥିଲା l ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନାରେ ଆଗ ଟଙ୍କା ଦିଅ ତାପରେ ଚିକିତ୍ସା l ହଜାର ହଜାର ଗରିବ ଲୋକ ମୃତ୍ୟୁ ବରଣ କରୁଛନ୍ତି l ସେ ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ କହିଲେ ନାହିଁ l ଏସଟି ଏସସି ଓବିଶି ମହିଳା ମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକ ସୁନ୍ଦର ୟୁଜିସି ବ୍ୟବସ୍ଥା କରିଛନ୍ତି l ୟୁନିଭର୍ସିଟି ମାନଙ୍କରେ ଏସଟି ଏସସି ପାଇଁ ୭0 ପ୍ରତିଶତ ଅଧ୍ୟାପକ, ରିଡର,ପ୍ରଫେସର ପଦବୀ ଖାଲି ପଡିଛି l ହାଇକୋର୍ଟ ସୁପ୍ରିମ କୋର୍ଟ ଗୁଡିକରେ ଏସଟି ଏସସି ଜଜ ପଦବୀ ଖାଲି ପଡିଛି lସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ଉକ୍ତ ପଦବୀ ପୂରଣ ଦିଗରେ ମଧ୍ୟ ମହାମହିମ କିଛି କହି ନାହାଁନ୍ତି l ଅନ୍ଵେଷା ଯୋଜନାରେ ଏସଟି ଏସସି ଛାତ୍ରଛାତ୍ରୀ ପଢ଼ିବା ପାଇଁ ନବୀନ ବାବୁ ଅର୍ବାନ ଏଜୁକେସନ ଯୋଜନା କରିଥିଲେ l କିନ୍ତୁ ସରକାର ୨୦୨୫ ରେ ଅନ୍ଵେଷା ଯୋଜନାରେ ଏଡମିଶନ ବନ୍ଦ କରିଛନ୍ତି l ୨୦୨୬ ରେ ମଧ୍ୟ ଏହି ସ୍କିମ ରେ ଏଡମିଶନ ବନ୍ଦ କରାଯାଇଛି l ନବୀନ ସରକାର ଗ୍ରାମାଞ୍ଚଳ ର ଏସଟି,ଏସସି, ଓବିଶି,ଜେନେରାଲ ବର୍ଗ ର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ତଥା ସିବିଏସସି କୋର୍ସ ପାଇଁ ୩୧୪ ବ୍ଲକ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ l ସରକାର ଓ.ଏ.ଭି ରେ ଜାତୀୟ ମେରିଟ ବୃତ୍ତି ଯୋଜନା ବନ୍ଦ କରିଛନ୍ତି l ସେ ବିଷୟରେ ମଧ୍ୟ ଅଭିଭାଷଣ ରେ ନାହିଁ l ସାଂସଦ ଶ୍ରୀ ବିଶି କହିଲେ ଯେ ଏସଟି ଏସି ପାଇଁ ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ଥିବା ସଂରକ୍ଷଣ ସୁବିଧା କୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ କୁ ଦୁର୍ବଳ କରାଯାଉଛି l ସେ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରେ କିଛି କହି ନାହାନ୍ତି ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ l ଡବଲ ଇଞ୍ଜିନ ସରକାରରେ ଡବଲ ସୁବିଧା ମିଳିବା ଦରକାର କିନ୍ତୁ ସବୁ ଯୋଜନା ବନ୍ଦ କରାଯାଉଛି l ଶେଷରେ, ଏହା ଡବଲ ଇଞ୍ଜିନ ନୁହେଁ ଟ୍ରବୁଲ ଇଞ୍ଜିନ ସରକାର ବୋଲି ସାଂସଦ ଶ୍ରୀ ବିଶି କହିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande