
ଭଦ୍ରକ, ୩ ଫେବୃୟାରୀ (ହି.ସ.) - ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଡ. ବ୍ୟୋମକେଶ ରାୟ ଭଦ୍ରକ ବିଜୁ ଜନତା ଦଳର ଜିଲା ସଭାପତି ଭାବେ ଚୟନ କରାଯାଇଛି। ପୂର୍ବତନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ,ପୂର୍ବତନ ବିଜେଡି ରାଜ୍ୟ ଯୁବ ସଭାପତି ତଥା ଚାନ୍ଦବାଲି ବିଧାୟକ ଡ. ରାୟଙ୍କୁ ଆଜି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲା ସଭାପତି ଭାବେ ମନୋନୀତ କରିଛନ୍ତି । ଏହି ଅବସରରେ ଭଦ୍ରକ ଜିଲା ବିଜେଡିର ବହୁ ବରିଷ୍ଠ ନେତା, କର୍ମକର୍ତା ଓ କର୍ମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷକରି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଡ. ରାୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପଦବୀ ପାଇଁ ମନୋନୀତ ହୋଇଥିବାରୁ ଜିଲାରେ ବିଜେଡିର ସଂଗଠନ ସୁଦୃଢ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ