ବଜେଟରେ କେନ୍ଦ୍ରାପଡା ଜିଲ୍ଲାକୁ ଜଳପଥ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରାଧିକାର-ଶିଳ୍ପ ମନ୍ତ୍ରୀ
କେନ୍ଦ୍ରାପଡା-୦୩/୦୨: କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ କେନ୍ଦ୍ରାପଡା ଜିଲ୍ଲାକୁ ଜଳପଥ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି । କେନ୍ଦ୍ରର ବଜେଟ ଏକ ଯୁଗାନ୍ତକାରୀ ବଜେଟ ବୋଲି ମତ ଦେବା ସହ ବିକଶିତ ଭାରତ ଗଠନ ନିମନ୍ତେ ଜଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ୋଦୀ ଓ ମାନ୍ୟବର ଅର୍ଥତ୍ନ୍‌୍
ବଜେଟରେ କେନ୍ଦ୍ରାପଡା ଜିଲ୍ଲାକୁ ଜଳପଥ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରାଧିକାର-ଶିଳ୍ପ ମନ୍ତ୍ରୀ


କେନ୍ଦ୍ରାପଡା-୦୩/୦୨: କେନ୍ଦ୍ରୀୟ ବଜେଟ ୨୦୨୬-୨୭ରେ କେନ୍ଦ୍ରାପଡା ଜିଲ୍ଲାକୁ ଜଳପଥ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି । କେନ୍ଦ୍ରର ବଜେଟ ଏକ ଯୁଗାନ୍ତକାରୀ ବଜେଟ ବୋଲି ମତ ଦେବା ସହ ବିକଶିତ ଭାରତ ଗଠନ ନିମନ୍ତେ ଜଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ୋଦୀ ଓ ମାନ୍ୟବର ଅର୍ଥତ୍ନ୍‌୍‌ରୀ ନିର୍ମଳା ସୀତାରମଣଙ୍କର ଏକ ବଳିଷ୍ଠ ତଥା ମହତ୍ୱାକାଂକ୍ଷୀ ପଦକ୍ଷେପ ବୋଲି ରାଜ୍ୟର ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ର୍ରୀ ସମ୍ପଦ କୁମାର ସ୍ୱାଇଁ ମତ ଦେଇଛନ୍ତି । ସ୍ଥାନୀୟ ସକ୍ରିଟ ହଉସ ଠାରେ ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରୀୟ ବଜେଟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରା ଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗ ଦେଇ ଉପରୋକ୍ତ ମତାମତ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା, ସାଧାରଣ ସଂପାଦକ ଅମିତାବ ସୁଆର, ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା, ଉମାକାନ୍ତ ପଟ୍ଟନାୟକ, ଦୁର୍ଯ୍ୟୋଧନ ସାହୁ, ଜୀବନାନନ୍ଦ ସାହୁ, ପ୍ରଶାନ୍ତ ସେଠୀ, ଶ୍ରୀଧର ପ୍ରଧାନ, ବିଚିତ୍ର କୁମାର ପ୍ରଧାନ, ପ୍ରଦେଶ ନାୟକ, ଶୁଭକାନ୍ତ ନାୟକ, ଝିଲ୍ଲୀରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଡ଼ଃ ପ୍ରଦିପ ଦାସ କାର୍ଯ୍ୟକ୍ରମ ସଂଯୋଜନା ଓ ଜିଲ୍ଲା ଉପ ସଭାପତି ମନୀଷା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଜୟ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande