
ଜୟପୁର, ୦୩ ଫେବ୍ରୁଆରି (ହି.ସ.) - ଅବକାରୀ ବିଭାଗ ପକ୍ଷରୁ ଦୁଇଦିନ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ଦେଶି ମଦ ଓ ବିଦେଶୀ ମଦ ଜବତ କରାଯାଇଛି। ଗତକାଲି ଜୟପୁର ସଦରଥାନା ଅନ୍ତର୍ଗତ ଟାଙ୍କୁଗୁଡା ଠାରୁ ରଣ୍ତାପାଲି ମଦ ଚାଲାଣ କରୁଥିବା ବେଳେ ଅବକାରୀ ପୁଲିସ ରଣ୍ତାପାଲି ନିକଟରେ ବଳରାମ ହରିଜନକୁ ଗିରଫ କରି ତା ଠାରୁ ୬ଲିଟର ବିୟର ଜବତ କରିଛନ୍ତି। ସେହିପରି ସାନକାଉଡି ଅଂଚଳର ବିପ୍ରବଳ ଠାରୁ ୧୨ ଲିଟର ଦେଶି ମଦ ଜବତ କରିଛନ୍ତି।
ସେହିପରି ଆଜି ଜୟପୁର ସଦରଥାନା ଅନ୍ତର୍ଗତ କଣ୍ତାପୁଟ ଗ୍ରାମକୁ ଏକ ମୋଟର ସାହିକଲରେ ଦେଶି ମଦ ନେଉଥିବା ସମୟରେ ନୂଆଗୁଡା ନିକଟରେ ଜୁଲି ପୂଜାରୀ, ତ୍ରିନାଥ ବାଘ, ଦିଲ୍ଲିପ ହରିଜନ,ପୃଷ୍ଟି ମୁଦୁଲିଙ୍କ ଠାରୁ ମୋଟ ୩୭ ଲିଟର ଦେଶି ମଦ ସହ ଏକ ମୋଟର ସାଇକଲ ଜବତ କରିଥିବା ଅବକାରୀ ଅଧିକାରୀ ସୁବ୍ରତ ହିରଣ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି