ବିବାହର ପ୍ରତିଶୃତି ଦେଇ ପ୍ରେମିକାକୁ ପ୍ରତାରଣା ଥାନାରେ ଅଭିଯୋଗ
ଜୟପୁର, 03 ଫେବ୍ରୁଆରି (ହି.ସ.) କୋରାପୁଟ କୁନ୍ଦୁରା ଥାନା ଅନ୍ତର୍ଗତ ବେଡାପାଉଁଶୀ ଗ୍ରାମର ଜଣେ ୨୦ ବର୍ଷିଆ ଯୁବତୀକୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ କୁ ଗିରଫ କରିଛି l ପୋଲିସ ସୂଚନା ଅନୁଯାୟ
ବିବାହର ପ୍ରତିଶୃତି ଦେଇ ପ୍ରେମିକାକୁ ପ୍ରତାରଣା  ଥାନାରେ ଅଭିଯୋଗ


ଜୟପୁର, 03 ଫେବ୍ରୁଆରି (ହି.ସ.)

କୋରାପୁଟ କୁନ୍ଦୁରା ଥାନା ଅନ୍ତର୍ଗତ ବେଡାପାଉଁଶୀ ଗ୍ରାମର ଜଣେ ୨୦ ବର୍ଷିଆ ଯୁବତୀକୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣା ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ କୁ ଗିରଫ କରିଛି l

ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ବେଡାପାଉଁଶୀ ଗ୍ରାମର କୈଳାଶ କେଉଟ ସେହି ଗ୍ରାମର ଜଣେ ୨୦ ବର୍ଷିକା ଯୁବତୀସହ ବିବାହର ପ୍ରତିଶୃତି ଦେଇ ଶାରିରିକ ସ˚ପର୍କ ରଖିଥିଲା। ଯୁବତୀଙ୍କ ଅନ୍ୟ ଜଣେ ପୁରୁଷ ସହ ରିଙ୍ଗ ସେରିମନି ହେବା ଦେଖି ଅଭିଯୁକ୍ତ କୈଳାଶ ଶ୍ରମିକ କାମ କରିବାକୁ ଆନ୍ଧ୍ର ଚାଲିଯାଇଥିଲା। ପୁଣି ଜାନୁଆରୀ ୧୨ ତାରିଖରେ ଗାଁକୁ ଫେରି ରାତିରେ ଯୁବତୀକୁ ଫୋନ କରି ଶାରିରୀକ ସ˚ପର୍କ ରଖିଥିଲେ। ସେହି ସମୟରେ ଯୁବତୀଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ଅଭିଯୁକ୍ତଙ୍କ ଘରେ ଉଭୟଙ୍କୁ ଦେଖିବାକୁ ପାଇଲେ। ପରିବାର ଲୋକେ ଯୁବତୀଙ୍କୁ ଘରକୁ ନେବାକୁ ମନା କରିଦେବା ପରେ ଅଭିଯୁକ୍ତ ତାଙ୍କ ପିତା ମାତାଙ୍କୁ ଡାକିଥିଲେ। ଅଭିଯୁକ୍ତଙ୍କ ପିତାମାତା ଯୁବତୀକୁ ଘରୁ ବାହାର କରିଦେବାରୁ ଯୁବତୀ ମହିଳା ଥାନାରେ ଅଭିଯୋଗ ଦେବା ପରେ ମହିଳା ଥାନା ପୋଲିସ ଅଭିଯୁକ୍ତ କୈଳାଶକୁ ଗିରଫ ଥିବା ମହିଳା ଥାନା ଅଧିକାରୀ ଅଶ୍ରିତା ଖାଲ୍କୋ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande