
ଜୟପୁର, 03 ଫେବ୍ରୁଆରି (ହି.ସ.)ବିକ୍ରମଦେବ ବିଶ୍ବବିଦ୍ୟାଳୟ, ଜୟପୁରର ୩ୟ ପ୍ରତିଷ୍ଠା ଦିବସ ଅବସରରେ ଶିକ୍ଷାବର୍ଷ ୨୦୨୫–୨୬ ପାଇଁ ଏନଏସଏସ 'ଶ୍ରେଷ୍ଠ ପ୍ରୋଗ୍ରାମ ଅଫିସର' ସମ୍ମାନ ପ୍ରଦାନ କରାଯାଇଛି। ସାହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ, ବୈପାରିଗୁଡାର ଏନଏସଏସ ପ୍ରୋଗ୍ରାମ ଅଫିସର ଶ୍ରୀ ହିମାଂଶୁ ଶେଖର ବକ୍ସି ଓ ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁରର ଏନଏସଏସ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ସୁନିତା କୁମାରୀ ପ୍ରଧାନ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଏନଏସଏସ ମାଧ୍ଯମରେ ସାମାଜିକ ସେବା, ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ପରିବେଶ ସଚେତନତା, ଓ ଛାତ୍ରଛାତ୍ରୀଙ୍କ ନେତୃତ୍ବ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
ବିଶ୍ବବିଦ୍ୟାଳୟର କୁଳପତି ଉଭୟ ପ୍ରୋଗ୍ରାମ ଅଫିସରଙ୍କ ସେବାମୂଳକ କାର୍ଯ୍ୟକୁ ପ୍ରଶଂସା କରି ଏନଏସଏସ ଛାତ୍ରଛାତ୍ରୀଙ୍କୁ ଦେଶସେବାରେ ଅଗ୍ରସର ହେବାକୁ ଆହ୍ବାନ ଜଣାଇଥିଲେ।
ଏହି ସଫଳତା ପାଇଁ ସାହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟ, ବୈପାରିଗୁଡା ଓ ସରକାରୀ ମହିଳା ମହାବିଦ୍ୟାଳୟ, ଜୟପୁରର ଅଧ୍ୟାପକମଣ୍ଡଳୀ, କର୍ମଚାରୀବୃନ୍ଦ ଓ ଏନଏସଏସ ସ୍ବୟଂସେବକମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି