ଚାଷ ଜମିରେ ନିଆଁ
କୋରେଇ, ୧ ମାର୍ଚ୍ଚ (ହି.ସ.)- ଦୀର୍ଘ ମାସ ହେବ ସ୍ଥାନୀୟ ଅଂଚଳରେ ବର୍ଷା ହୋଇନାହିଁ । ସବୁଠି ଶୁଖିଲା ହିଁ ଶୁଖିଲା । ନାଳ ପୋଖରୀ ଶୁଖା ପଡିଛି । ଏପରିସ୍ଥଳେ ଚାଷ ଜମି ମଧ୍ୟ ଶୁଖିଯାଇଛି । ମେସିନ ସାହାଯ୍ୟରେ ଧାନ କଟା ଯୋଗୁ ସମସ୍ତ ଚାଷ ଜମିରେ କୁଟା ଭର୍ତି ହୋଇରହିଛି । ଏପରିସ୍ଥଳେ କେହି ଦୃର୍ବୃତ
ଚାଷ ଜମିରେ ନିଆଁ


କୋରେଇ, ୧ ମାର୍ଚ୍ଚ (ହି.ସ.)- ଦୀର୍ଘ ମାସ ହେବ ସ୍ଥାନୀୟ ଅଂଚଳରେ ବର୍ଷା ହୋଇନାହିଁ । ସବୁଠି ଶୁଖିଲା ହିଁ ଶୁଖିଲା । ନାଳ ପୋଖରୀ ଶୁଖା ପଡିଛି । ଏପରିସ୍ଥଳେ ଚାଷ ଜମି ମଧ୍ୟ ଶୁଖିଯାଇଛି । ମେସିନ ସାହାଯ୍ୟରେ ଧାନ କଟା ଯୋଗୁ ସମସ୍ତ ଚାଷ ଜମିରେ କୁଟା ଭର୍ତି ହୋଇରହିଛି । ଏପରିସ୍ଥଳେ କେହି ଦୃର୍ବୃତ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲା । ଯାହା କ୍ରମଶଃ ବ୍ୟାପି ଶହ ଶହ ଏକର ଜମି ଜଳିବାରେ ଲାଗିଥିଲା । ଯାହା ଫଳରେ ଗୋରୁଗାଈ ଦୌଡା ଦୌଡି ହୋଇ ଘରମୁହାଁ ହୋଇଥିଲେ । ଫଳରେ ନିଆଁର ଚର୍ତୁପାଶ୍ୱର୍ରେ ଥିବା ମୁଲରି, ଧନପୁର, ଆଲିଆ, ବେଗନା ଆଦି ଗ୍ରାମର ଗ୍ରାମବାସୀ ଭୟଭୀତ ହୋଇଥିଲେ । ହାଲକା ପବନ ହେବା କ୍ଷଣି ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା । ଲୋକମାନଙ୍କ ଦ୍ୱାରା ନିଆଁ ନିୟନ୍ତ୍ରଣ ନହେବାରୁ ଶେଷରେ ଅଗ୍ନୀଶମ ବାହିନୀର ସହାୟତା ନିଆଯାଇଥିଲା । ବରୁଣ୍ଡାଇ, ଯାଜପୁରରୋଡ ଅଗ୍ନୀଶମ ବାହନୀର ବହୁ ଚେଷ୍ଟା ଓ ଦୀର୍ଘ ସମୟ ପରେ ନିଆଁକୁ ଆୟତ କରିବାରୁ ସାଧାରଣରେ ଆଶ୍ଵସ୍ତି ମିଳିଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande